top of page
Search
ମୋ ସୁନୟନା ...
(କ) ଚନ୍ଦନ ମହକୁଛି ଫୁଲ ବି ମହକୁଛି ତୁମରି ସ୍ପର୍ଶ ମାତ୍ରେ ହାତେ ରଙ୍ଗ ତୁଳୀ ଆଙ୍କେ ତୁମ ଛବି ମୋହର ପ୍ରେମ ପତ୍ରେ । (ଖ) ନାନା ରଙ୍ଗ ଫୁଲ ଫୁଟିଛି ବାଡ଼ିରେ ତଥାପି ତୁମକୁ ଚାହେଁ କି ଅତର ମାଖି ଆସିଲ ଗୋ ପ୍ରିୟା ତୁମରି ସୁନେଲୀ ଦେହେ। (ଗ) ରାତି ଲାଗେ ଦିନ ଦିନ ଲାଗେ ରାତି ତୁମକୁ ଦେଖିଲା ପରଠୁ କି ମଧୁର କଥା କି ମଧୁର ଗୀତି ଶୁଣିଛି ତୁମରି ଓଠୁ।
ଶୁଭଙ୍କର ସାହୁ
Nov 10, 20251 min read
ପରଂବ୍ରହ୍ମ ...
(୧) ତୁମେ ହିଁ ଆଦି ତୁମେ ହିଁ ତ ଅନ୍ତ ।। କୋଟି ପରଂବ୍ରହ୍ମ ମୋର ତୁମେ ହିଁ ତ ଅନନ୍ତ ।। (୨) ସକଳ ସୃଷ୍ଟିର ଆଦିଓଁକାର ଗାଇ ଉଠେ ଏ ମନ ।। ବୀଣାଝଙ୍କାରର ତୁମେ ଆବାହକ ନାଚ଼ି ଉଠେ ଏ ବୃନ୍ଦାବନ ।। (୩) ସକଳ ସୃଷ୍ଟିର ତୁମେ ତ ନାୟକ କୋଟି ଓଡ଼ିଆଙ୍କ ତୁହି ଯେ ମାଲିକ।। କେବେ ତୁ ଅଝଟିଆ ପୁଣି ରାଗି ବଡ଼ ଦରଦୀ କାଳିଆ ସବୁରି ସହଭାଗୀ।। (୪) ଆନନ୍ଦ ବଜାରେ ନିରାନନ୍ଦ ତୁହି ଆପଣା ପର ତୁ କେବେ ନ କରଇ।। କୋଟି ଓଡ଼ିଆଙ୍କ ତୁମେ ଦାରୁବ୍ରହ୍ମ କେବେ ତୁ ଇଶ୍ଵର ପୁଣି ପରଂବ୍ରହ୍ମ ।। ଲେଖକ : ଶ୍ରୀ ସତ୍ୟବାନ ବେହେର
ସତ୍ୟବାନ ବେହେରା
Nov 10, 20251 min read
ପାପ ସଂସାର ...
ଚାରିଆଡ଼େ ଏଠି ଯୌନ ପିଶାଚୁ ଯେ, କେମିତି ଚାଲିବ ସଂସାର। କୋମଳମତିଠୁ ଯୁବା-ବୃଦ୍ଧା ଯାଏ, ତ୍ରାହି ନ ମିଳଇ କାହାର। ରକ୍ତ ଶୋଷି ମାରେ ନର-ରାକ୍ଷସ ଟା, କିଏ ନିଜେ ପିଇ ମରେ ଜହର। ଆତ୍ମୀୟମାନଙ୍କ ବୁକୁଫଟା ଦୁଃଖ, କରନ୍ତି କରୁଣ ଚିତ୍କାର। ବଞ୍ଚିଯାଏ ଯିଏ ବାକି ଜୀବନ ଟା, ହୋଇଯାଏ ପୋଡ଼ା ଅଙ୍ଗାର। ଶୋଷିଲା ପରାଣ, ମାରୁବାଲି ମନ, ଧର୍ଷିତ ନାମ ତା ସମାଜର। ପାଦ ଥାପି ନାହିଁ ସିଏ ପୁଣି ହୁଏ, ଗଣଦୁଷ୍କର୍ମର ଶିକାର। ଏମିତି ପାପୀ ଙ୍କୁ କାହିଁକି ମା'ଲୋ, ଧରିଛୁ କହ ତୋ ବକ୍ଷର। ପ୍ରତି ମୁହୂର୍ତ୍ତରେ ନାରୀଟିଏ ହୁଏ, କାମନା ଜୁଇରେ ସବାର। ଏତେ ପାପ ଆଉ ସହନା ମା'ଲୋ, ଘୋଡ଼ାଇ ପଣତ ତୋର।
ସ୍ୱପ୍ନାରାଣୀ ବିଶ୍ୱାଳ
Nov 10, 20251 min read
ଭାବନାରେ ସୁଭ୍ରାନ୍ତ ...
ଭାବନା, ନା ଆଜିର ନା କାଲିର ଭାବନା ପ୍ରତ୍ୟେକ ଦିନର ଜଣାନାହିଁ ଭାବନା କେଉଁ ଘଟଣାର ଦୈନନ୍ଦିନ ଜୀବନରେ ଘଟୁଥାଏ ଅନେକ ପ୍ରକାର ଘଟଣା କେବେ ଆଗକୁ ବଢିବାର ରାହା ଦେଖୁଥାଏ ତ, କେବେ ମନହୁଏ ବାଟବଣା ll କେବେ ମନରେ ପରମାନନ୍ଦ ଖୁସିରେ ଲହରୀର ଢେଉ କେବେ ଜୀବନରେ କୋହଭରା ଦୁଃଖର ସୁନାମି ସାଜିଥାଏ ଦାଉ ll କେବେ ପରିବାରର କର୍ତ୍ତବ୍ୟରେ ଲୀନ କେବେ ଜନ ଗହଳିର ଫୁଲ ବଗିଚାରେ ଗୋଲାପ ଫୁଲର ଅନୁସନ୍ଧାନ ll କେବେ ସମାଜର ମଙ୍ଗଳ ନିମନ୍ତେ ଶୁଣୁଥାଏ ଗୁରୁଜ୍ଞାନ ବାର୍ତ୍ତା କେବେ ମନେପଡ଼େ ପିଲାଦିନର ସେ ଛପା ଅଛପା ପୁରୁଣା ଦିନର କଥା ll କେବେ ଲୋକ ପ୍ରିୟତାରେ, ଅଜଣା ଲୋକ ସହିତ କଥା ବାର୍ତ୍ତା, କ
ସୁଭ୍ରାନ୍ତ ବେହେରା
Nov 10, 20251 min read
bottom of page






