top of page

ମୋ ଜଗା

କିଏ କହେ ସେ ଜଗତ ଠାକୁର

କିଏ କହେ ଅନାଥ ର ନାଥ,

ବିଶ୍ଵ କୁ ରଖିଛି ନିଜ ବାହୁ ଛାୟା ତଳେ ସାଜି ସିଏ ଜଗନ୍ନାଥ।।

କି ସୁନ୍ଦର ବେଶ କି ସୁନ୍ଦର ନେତ

କି ସୁନ୍ଦର ଚକା ଆଖି,

ପାପର ବିନାଶ କରୁଥାଏ ନିତି

ଶ୍ରୀ ମନ୍ଦିର ଅଛି ସାକ୍ଷୀ।।

ସେ ଚକା ଆଖି ରେ ସବୁ ଦେଖୁଥାଏ

ମାୟା କରୁଥାଏ ନିତି,

ଭକ୍ତ ର ଡାକକୁ ସମ୍ଭାଳି ନ ପାରି

ତା ଦୁଃଖ ରେ ହୁଏ ସାଥୀ।।

ଭାବର ଠାକୁର ସେ ଭାବବିନଦିଆ

ଛଳନାର ଗନ୍ତାଘର,

ଛଳନା କରି ସେ ମନ ମୋହୁଥାଏ

ସାଜି ପୁଣି ମାୟାଧର।।

ଦୁଇ ଭାଇ ହୋଇ ମିଶି ରହିଥାଏ

ସଭିଙ୍କ ଗେହ୍ଲା ହୋଇ,

ଦୁନିଆ କହେ ତା ପରି ଠାକୁର

ଏ ସଂସାର ରେ କେହି ନାହିଁ।।

ହାତ ଅଧା ଅଧା ଗୋଡ ଅଧା ଅଧା

ବିଚିତ୍ର ଠାକୁର ଇଏ,

କାନ ଡେରି ଥାଏ ଶୁଣିବା ପାଇଁ କି

ଭାବରେ ଯେ ଡାକି ଥାଏ।।

ତା ଚକା ଆଖି କୁ ଯିଏ ଦେଖୁଥାଏ

କରି ନିଏ ତାକୁ ଗୁଣି,

ତାର ମହିମା ତା ଗୁଣ ଗରିମା

କିଏ ବା ପାରିବ ଜାଣି।।

ଯେତେ ଦୁରେ ଥାଇ ଦୁଃଖୀ ଡାକୁଥାଏ

ଅତି ସହଜରେ ଶୁଣେ,

ସବୁ ଶୁଣି ପୁଣି ଅଜଣା ରହେ ସେ

ତା ମହିମା କିଏ ଜାଣେ।।

ବଡ ଖିଆ ବୋଲି ଜଗତ କୁହନ୍ତି

ଷାଠିଏ ପଉଟି ଖାଏ,

ଭକ୍ତ ର ଦୁଃଖ କୁ ନିଜ ଦୁଃଖ କରି

ହାତ ଧରି ତାର ନିଏ।।

Comments

Rated 0 out of 5 stars.
No ratings yet

Add a rating

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

  • Facebook
  • Twitter
  • YouTube
  • Pinterest
  • Instagram

+918328951229

average rating is 3 out of 5, based on 150 votes, Ratings
  • Instagram

©2021 by Malhar E-magazine.

bottom of page