
ଜିଲ୍ଲା ସ୍ତରୀୟ ସଂଯୋଜକ ନିମନ୍ତେ ଆହ୍ୱାନ
‘ମହ୍ଲାର’ ଇ-ପତ୍ରିକାର ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତରରେ ସୁଦୃଢ଼ କରିବା ନିମନ୍ତେ ପ୍ରତ୍ୟେକ ଜିଲ୍ଲାରୁ ଜିଲ୍ଲା ସ୍ତରୀୟ ସଂଯୋଜକ ପଦ ପାଇଁ ଆଗ୍ରହୀ, କର୍ମଠ ଓ ସାହିତ୍ୟପ୍ରେମୀ ବ୍ୟକ୍ତିତ୍ୱଙ୍କୁ ଆବେଦନ ଆହ୍ୱାନ କରାଯାଉଛି।
ଯୋଗ୍ୟତା:
• ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଆଗ୍ରହ।
• ସଂଗଠନ ଓ ସମନ୍ୱୟ କାର୍ଯ୍ୟରେ ରୁଚି।
• ସୋସିଆଲ ମିଡିଆ ଓ ଅନଲାଇନ୍ ଯୋଗାଯୋଗରେ ଦକ୍ଷତା ଥିଲେ ଅଗ୍ରାଧିକାର।
କାର୍ଯ୍ୟଦାୟିତ୍ୱ:
• ଜିଲ୍ଲାରେ ‘ମହ୍ଲାର’ ଇ-ପତ୍ରିକାର ପ୍ରଚାର ଓ ପ୍ରସାର।
• ସ୍ଥାନୀୟ ଲେଖକ, କବି ଓ ସାହିତ୍ୟପ୍ରେମୀଙ୍କ ସହ ସମନ୍ୱୟ।
• ଲେଖା ସଂଗ୍ରହ ଏବଂ ସାହିତ୍ୟିକ କାର୍ଯ୍ୟକ୍ରମରେ ସହଯୋଗ।
• ଜିଲ୍ଲା ସ୍ତରରେ ପତ୍ରିକାର କାର୍ଯ୍ୟକଳାପକୁ ସୁଦୃଢ଼ କରିବା।
ଆଗ୍ରହୀ ପ୍ରାର୍ଥୀମାନେ ନିଜର ନାମ, ଜିଲ୍ଲା, ଯୋଗାଯୋଗ ନମ୍ବର ଓ ସଂକ୍ଷିପ୍ତ ପରିଚୟ ସହ ଉକ୍ତ ଯୋଗାଯୋଗ ଠିକଣାରେ ଆବେଦନ ପଠାଇବାକୁ ଅନୁରୋଧ।
ଆସନ୍ତୁ, ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ‘ମହ୍ଲାର’ ସହ ହାତ ମିଳାଇବା।
ଯୋଗାଯୋଗ:
ତ୍ରିନାଥ ନନ୍ଦୀ (ମୁଖ୍ୟ ସଂଯୋଜକ)
ଫୋନ୍: 8118040390
ୱେବ୍ ସାଇଟ୍: www.malharodia.com�
ଇମେଲ୍: malharmagazine@gmail.com



