ମୋ ଜୀବନର ଅନ୍ତରାଳେ
ଦିନର ଆଲୋକ କିପରି କହିବି ରାତିର ଅନ୍ଧକାର କେତେ ସଜ ଫୁଲ ଟିଏ କିପରି କହିବ ମଉଳା ଫୁଲ ର ଦୁଃଖ କେତେ ।। ଦୂର ଆକାଶ ରେ ହସୁଥିବା ଜହ୍ନ ସପନ ସଭିଙ୍କ ପାଇଁ ଘନ ଅରଣ୍ୟ ର କଅଁଳ ପରଶ ଝୁରୁଛି ଟାଙ୍ଗରା ଭୂଇଁ ।। ଆଜିର ସମାଜ ପଥଭ୍ରଷ୍ଟ ହୋଇ ଅଘଟଣ ଘଟାଏ କେତେ ଡରି ଡରି ନିତି କିପର ମଣିଷ ବଞ୍ଚୁଛି କହି କେ ପାରିବ ସତେ ।। ମରୀଚିକା ସମ ଜଳାଶ୍ରୟ ପରି ଦିସେ ଜୀବନର ଛବି କୁହୁଡି ର ଘନ ବଳୟ ଭିତରେ ହଜି ଯାଏ ସ୍ବପ୍ନ ନିତି ।। ଭାଗ୍ୟର ଛବି ମୁଁ କିପରି ଅଙ୍କିବି ଜୀବନର ସଦା କାନ ଭାସରେ ସେହି ଛବିକୁ ମୁଁ କିପରି ରଙ୍ଗିବି କୁହୁଡିର ଘେରା
ସୁନ୍ଦର ସହର ମୋ ତାଳଚେର
ସୁନ୍ଦର ସହର ମୋ ତାଳଚେର ସିଏ ଯେ ଓଡିଶା ଶ୍ରେଷ୍ଠ ଅନ୍ୟ ନାମ ତାର କଳା ହୀରା ଗଡ଼ ଆଉ ଯେ ହିଙ୍ଗୁଳା ପୀଠ କୁଳୁ କୁଳୁ ହୋଇ କଳ କଳ ଦାନେ ମୋ ପ୍ରିୟ ସହର୍ ଦେଇ ଚିର ସ୍ରୋତସ୍ଵୈନି ସୁନ୍ଦର ବ୍ରହ୍ମଣି ଅବିରତ ଯାଏ ବହି ଭାରତ ପ୍ରସିଧ୍ୟ ରାଜ ନଅ ର ଟି ବଢା଼ଉଛି ଯାର ଶୋଭା ବ୍ରାହ୍ମଣି କୂଳରେ ପଶ୍ଚିମ ସ୍ୱର ଯେ ମନହୋରା ମନ ଲୋଭା ସୁସୋଭିତ କରେ ମୋ ସହର୍ କୁ ପ୍ରକୃତ ଦାନେ ବନାନୀ ସତେକି ଯେମିତି ନବ ବଧୂ ଟିଏ ସାଜି ଅଛି ପାଟ ରାଣୀ
ତ୍ୟାଗ ଓ ଭଲ ପାଇବା
ଥରେ ଗୋଟିଏ ପୁଅ ଏବଂ ଝିଅ ପ୍ରେମରେ ପଡିଗଲେ। କିନ୍ତୁ ଝିଅର ପିତାମାତା ଏହି ସମ୍ପର୍କରେ ଖୁସି ନଥିେଲେ। ତେଣୁ ପୁଅଟି କେବଳ ଝିଅ କୁ ନୁହେଁ ଵରଂ ତାଙ୍କର ପିତାମାତାଙ୍କୁ ମଧ୍ଯ ମନେଇବାକୁ ସ୍ଥିର କଲା।ସମୟକ୍ରମେ ଝିଅ ର ପିତାମାତା ଅନୁଭବ କଲେ ଯେ ସେ ଜଣେ ଉତ୍ତମ ବ୍ଯକ୍ତି ଏବଂ ସେମାନଙ୍କ ବିବାହ ପାଇଁ ମଧ୍ଯ ରାଜି ହୋଇଗଲେ। ଯେତେବେଳେ ପିତାମାତା ରାଜି ହେଲେ ସେତେବେଳେ ଅନ୍ୟ ଏକ ସମସ୍ୟା ଉପୁଜିଲା। ପୁଅଟି Army ରେ ଥିଲା, ଏଵଂ ଖୁବ୍ ଶୀଘ୍ର ଯୁଦ୍ଧ ଆରମ୍ଭ ହେଲା, ତେଣୁ ତାଙ୍କୁ ଏକ ବର୍ଷ ପାଇଁ ବିଦେଶ ଯିବାକୁ ପଡିଲା। ସେ ଚାଲିଯିବାର ଏକ ସପ୍ତାହ ପୂର୍ବରୁ ସେମାେ


