ତ୍ରିରଙ୍ଗା
ସବୁଠୁ ସୁନ୍ଦର ପତାକା ମୋର ତ୍ରିରଙ୍ଗା ଅଟଇ ନାମଟି ତାର । ଲମ୍ବ ଓସାର ତା ତିନି କି ଦୁଇ ତା ଠାରୁ ସୁନ୍ଦର ଆଉ କେ ନାଇଁ । ତିନି ରଙ୍ଗେ ଗଢ଼ା ତନୁ ତାହାର ମଧ୍ୟେ ଚକ୍ର ଆହା କି ମନୋହର । ଉପରି ଭାଗରେ ରଙ୍ଗ କେଶରୀ ବୀରତ୍ଵର ଗାଥା ରଖିଛି ଧରି । ମଧ୍ୟେ ଧଳା ରଙ୍ଗ ବିଶେଷ ଜାଣ ପ୍ରତୀକ ସେ ସତ୍ୟ ଶାନ୍ତିର ପୁଣ । ସବୁଜ ପ୍ରଗତି ପ୍ରତୀକ ହୋଈ ନିମ୍ନ ଅଂସେ ଥାଏ ଶୋଭା ବଢ଼ାଇ । ଅଶୋକ ଚକ୍ରର ରଙ୍ଗଟି ନୀଳ ସଭିଙ୍କ ମନେ ସେ ଦିଅଇ ବଳ । ତା ମଧ୍ୟେ ରହିଛି ଚବିଶ ଅଖ ନ୍ୟାୟ, ଧର୍ମ, ଗତି ତାଠାରୁ ଶିଖ । ଶୁଣିଲ ତ ତାର ଗଢ଼ଣ କଥା ଏବେ ଶୁଣ ସେଇ ପତାକା ବ୍ୟଥା । ପରାଧୀନ ଥିଲା ଭାରତ ଯେବେ ଆବିର୍ଭାବ ହେଲା ତାହାର...