ତ୍ୟାଗ ଓ ଭଲ ପାଇବା
- ମାନସୀ ପ୍ରିୟଦର୍ଶିନୀ ବେହେରା
- 2 days ago
- 3 min read
ଥରେ ଗୋଟିଏ ପୁଅ ଏବଂ ଝିଅ ପ୍ରେମରେ ପଡିଗଲେ। କିନ୍ତୁ ଝିଅର ପିତାମାତା ଏହି ସମ୍ପର୍କରେ ଖୁସି ନଥିେଲେ। ତେଣୁ ପୁଅଟି କେବଳ ଝିଅ କୁ ନୁହେଁ ଵରଂ ତାଙ୍କର ପିତାମାତାଙ୍କୁ ମଧ୍ଯ ମନେଇବାକୁ ସ୍ଥିର କଲା।ସମୟକ୍ରମେ ଝିଅ ର ପିତାମାତା ଅନୁଭବ କଲେ ଯେ ସେ ଜଣେ ଉତ୍ତମ ବ୍ଯକ୍ତି ଏବଂ ସେମାନଙ୍କ ବିବାହ ପାଇଁ ମଧ୍ଯ ରାଜି ହୋଇଗଲେ।
ଯେତେବେଳେ ପିତାମାତା ରାଜି ହେଲେ ସେତେବେଳେ ଅନ୍ୟ ଏକ ସମସ୍ୟା ଉପୁଜିଲା। ପୁଅଟି Army ରେ ଥିଲା, ଏଵଂ ଖୁବ୍ ଶୀଘ୍ର ଯୁଦ୍ଧ ଆରମ୍ଭ ହେଲା, ତେଣୁ ତାଙ୍କୁ ଏକ ବର୍ଷ ପାଇଁ ବିଦେଶ ଯିବାକୁ ପଡିଲା।
ସେ ଚାଲିଯିବାର ଏକ ସପ୍ତାହ ପୂର୍ବରୁ ସେମାେନ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପୁଅଟି ଯୁଦ୍ଧରୁ ଫେରିବା ପରେ ସେମାନେ ଵିଵାହ କରିବେ ବୋଲି ସହମତ ହୋଇଥିଲେ।
ପୁଅଟି ଚାଲିଯିବାର କିଛିଦିନ ପରେ ଝିଅଟି ଏକ ଯାନବାହାନଜନିତ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।ସେ ଯେତେବେଳେ ଉଠିଲା, ସେ ଦେଖିଲା ତା ମା ଏବଂ ବାପା କାନ୍ଦୁଛନ୍ତି।
ସେ ଜାଣିବାକୁ ପାଇଲା ଯେ ସେହି ଦୁର୍ଘଟଣାରେ ତା ମସ୍ତିଷ୍କରେ ଆଘାତ ଲାଗିଛି।ତା ମସ୍ତିଷ୍କର ଯେଉଁ ଅଂଶ ତା ମୁହଁର ମାଂସପେଶୀକୁ ନିୟନ୍ତ୍ରଣ କରେ ତାର ସେହି ଅଂଶ ଟି ଦୁର୍ବଳ ହୋଇଯାଇଛି। ତା ସୁନ୍ଦର ଚେହେରା ବର୍ତ୍ତମାନ ବିକ୍ରୁତ ହୋଇଯାଇଛି।ତା ଶରୀର ମଧ୍ଯ କେତେଗୁଡ଼ିଏ କ୍ଷତରେ ଆଛ୍ଛାଦିତ ହୋଇଯାଇଥିଲା।ସେ ଦର୍ପଣରେ ନିଜ କ୍ଷତକୁ ଦେଖି କାନ୍ଦି କାନ୍ଦି କହିଲା, ଗତକାଲି ମୁଁ ସୁନ୍ଦର ଥିଲି କିନ୍ତୁ ଆଜି ସବୁ ଚାଲିଗଲା।
ଠିକ୍ ସେହି ମୁହୂର୍ତ୍ତ ପରଠାରୁ ସେ ସେମାନଙ୍କ ପ୍ରତିଶ୍ରୁତିରୁ ନିଜ ସାଥି କୁ ମୁକ୍ତ କରିବାକୁ ସ୍ଥିର କଲା। ସେ ଚାହୁଁନଥିଲା ଯେ ସେ ତାକୁ ଏହି ଅବସ୍ଥାରେ ଦେଖୁ। ଏକ ବର୍ଷ ମଧ୍ଯରେ ପୁଅଟି ଅନେକ ଚିଠି ଲେଖିଥିଲା, ଅନେକ ଥର କଲ୍ କରିଥିଲା କିନ୍ତୁ ସେ ତାର ଉତ୍ତର ଦେଲା ନାହିଁ।
ଏକ ବର୍ଷ ପରେ........
ଝିଅର ମା ତା ରୁମ୍ କୁ ଯାଇ ଝିଅକୁ କହିଲା, "ସେ ଯୁଦ୍ଧରୁ ଫେରିଆସିଛନ୍ତି, ଏବଂ ତତେ ଭେଟିବାକୁ ଆସିଛନ୍ତି। "
ଝିଅଟି ପାଟି କରି କହିଲା, "ନା, ଦୟାକରି ତାଙ୍କୁ ମୋ ବିଷୟରେ କିଛି କୁହନାହିଁ ଏବଂ ତାଙ୍କୁ ଚାଲିଯିବାକୁ କୁହ। "
ଝିଅର ମା କହିଲେ, "ସେ ବର୍ତ୍ତମାନ ବିବାହ ବନ୍ଦନରେ ବାନ୍ଧି ହବାକୁ ଯାଉଛନ୍ତି ଏବଂ ବିବାହ ର ନିମନ୍ତ୍ରଣ ପତ୍ର ଦେବାକୁ ଏଠାକୁ ଆସିଛନ୍ତି। "
ଏହା କହି ମା ଝିଅକୁ ପୁଅଟିର ନିମନ୍ତ୍ରଣ ପତ୍ର ଦେଇଥିଲେ। ଏହା ଶୁଣି ଝିଅଟିର ହୃଦଯ ଦୁଃଖରେ ଭାଗିଂପଡିଲା। ଝିଅଟି ପୁଅଟିକୁ ବହୁତ ଭଲ ପାଉଥିଲା ହେଲେ ସେ ତାଙ୍କୁ ଭୁଲିଯିବ ବୋଲି ମନେମନେ ସ୍ଥିର ବି କରିସାରିଥିଲା। ବହୁତ ଦୁଃଖ ରେ ସେ ନିମନ୍ତ୍ରଣ ପତ୍ର ଖୋଲିଲା।
ଏବଂ ତା ପରେ ସେ ତା'ର ନାମ ଦେଖିଲା ସେ ନିମନ୍ତ୍ରଣ ପତ୍ରରେ.......
ଦ୍ଵନ୍ଦରେ ତା ମା' କୁଁ ପଚାରିଲା, ଏହା କ'ଣ?
ଠିକ୍ ସେତିକିବେଳେ ପୁଅଟି ଗୋଟିଏ ଫୁଲତୋଡା ଧରି ରୁମ୍ ଭିତରକୁ ଆସି ପଚାରିଲା, "ତୁମେ ମୋତେ ବିବାହ କରିବ କି? "
ଝିଅଟି ମୁଖକୁ ନିଜ ହସ୍ତରେ ଆଛ୍ଛାଦିତ କରି ବକ୍ତବ୍ୟ ଦେଲା, "ଦୟାକରି ମତେ ଦେଖ ନାହିଁ, ମୋର ସୌନ୍ଦର୍ୟ୍ଯତା ନଷ୍ଟ ହୋଇସାରିଛି, ମୁଁ ଆଉ ଆଗ ପରି ସୁନ୍ଦର ନାହିଁ ଅସୁନ୍ଦର ହୋଇସାରିଛି। "
ଏହା ଶୁଣି ପୁଅଟି ଉତ୍ତର ଦେଲା, "ତୁମ ବିନା ଅନୁମତିରେ ତୁମ ମା ମୋତେ ତୁମ ଫଟୋ ପଠାଇଥିଲେ। ଯେତେବେଳେ ମୁଁ ସେ ଫଟୋଗୁଡିକ ଦେଖିଲି, ମୁଁ ଅନୁଭବ କଲି ଯେ କିଛି ବି ପରିବର୍ତ୍ତନ ହୋଇନାହିଁ। ମୁଁ ତୁମ ଚେହେରା କୁ ନୁହେଁ ତୁମକୁ ଭଲ ପାଏ।"
ତା'ପରେ ଝିଅଟି କହିଲା ତୁମେ ଯଦି ମତେ ବିବାହ କରିବ ତେବେ ତୁମ ଜୀବନ ନଷ୍ଟ ହୋଇଯିବ। ମୋର ଏହି ଚେହେରା ତୁମ ଜୀବନର କଳକଂ ସାଜିପାରେ, ତେଣୁ ତୁମେ ଭୁଲିଯିବା ଦରକାର।
ଏହା ଶୁଣିବା ପରେ ପୁଅଟି ଝିଅଟିକୁ ଆଶ୍ଵସନା ଦେବା ସ୍ୱରରେ କହିଲା କି, "ତୁମକୁ ଭୁଲିବା ମୋ ପାଇଁ କଷ୍ଟସାଧ୍ୟ ହେବ। କାରଣ ମୁଁ କେବଳ ତୁମକୁ ଭଲ ପାଏନା ବରଂ ତୁମର ସେ ସମସ୍ତ ଆଚାର ଓ ପ୍ରକୃତିକୁ ମଧ୍ଯ ଭଲପାଏ, ଯାହା ମୋ ପାଇଁ ବର୍ତ୍ତମାନ ମୋ ଜୀବନ ପାଲଟିଛି।
ଏହାପରେ ପୁଅଟି ଝିଅକୁ କହିଛି ଯେ.....
ଭଗବାନଙ୍କ ସ୍ରୁଷ୍ଟିରେ ପ୍ରେତ୍ୟେକକୁଂ କିଛି ନା କିଛି କଷ୍ଟ ଭୋଗିବାକୁ ପଡିଥାଏ କିନ୍ତୁ ଏ କଷ୍ଟ ଯେ ସାରା ଜୀବନ ରୁହେ ତା ନୁହେଁ। ସେ କଷ୍ଟକୁ ଦୂର କରିବା ପାଇଁ ବିଧାତା ତାଙ୍କ ଜୀବନରେ ଆଶାର ସୁନ୍ଦର ଆଲୋକ ମଧ୍ଯ ପ୍ରଦାନ କରିଥାନ୍ତି।ତୁମ ଜୀବନର ସେହି ଆଲୋକ ମୁଁ ସାଜିବାକୁ ଚାହେଁ। ମୋର ଏହି କଥା ଶୁଣି ତୁମ ଉପେର ମୁଁ ଋଣ କରୁଛି ବୋଲି ତୁମେ ଭାବି କୌଣସି କଥା କୁ ନେଇ ବିଚାର କରନା ବରଂ ତୁମ ହ୍ରୁଦୟରେ ଥିବା ମୋ ପ୍ରତି ତୁମର ଭଲପାଇବାକୁ ଦ୍ରୁଷ୍ଟିରେ ରଖି ମୋର ଏହି ପ୍ରସ୍ତାବ ଉପରେ ବିଚାର କର।
ଏହାପରେ ଝିଅଟି ପୁଅ ଉପରେ ବିଶ୍ବାସ କରି ଖୁସିରେ ତାକୁ ବିବାହ କରିବା ପାଇଁ ମନସ୍ଥ କରିଛି।
ପୁଅଟି ଝିଅ ଏବଂ ତାର ପିତାମାତାଙ୍କୁ ମଧ୍ଯ କଥା ଦେଇ କହିଛି ଯେ ମୋ ଜୀବନର ଶେଷ ନିଶ୍ୱାସ ଥିବା ପର୍ୟ୍ଯନ୍ତ ମୁଁ ଆପଣଙ୍କ ଝିଅକୁ ଖୁସିରେ ରଖିବା ପାଇଁ ଚେ଼ଷ୍ଟା କରିବି।
ଏହା ପରେ ଖୁଵ୍ ଆଡମ୍ବର ସହିତ ପୁଅ ଏବଂ ଝିଅଟି ବିବାହ କରି ନିଜର ଦାମ୍ପତ୍ୟ ଜୀବନ ଅତିବାହିତ କଲେ।


Comments