top of page

ହେ ଜଗା

ଜଗତ କରତା ପରମେଶ୍ବର

ଗଢିଛନ୍ତି ନିଜ ବିଚିତ୍ର ରୂପ।।

ଏମିତି ବିଚିତ୍ର ଦେବ ଟି ସିଏ

ତା ଆଖି ଦେଖିଲେ ଗୁଣି କରି ନିଏ।।

ଚକା ଚକା ତାର ଅଜବ ଆଖି

ଅଶ୍ରୁ ଝରି ଯାଏ ସେ ଆଖି କୁ ଦେଖି।।

ଗୋଡ ଅଧା ପୁଣି ହାତ ବି ଅଧା

ସିଂହାସନ ରେ ପୁଣି ବସିଛି ସିଧା।।

ଖାଉଛି ନିତି ସେ ଷାଠିଏ ପଉଟି

ସବୁ ମାୟା କୁ ପାଖେ ସାଉଁଟି।।

ଅଧର ନାଲି କୁ ପୁଣି ହସ ମୁରୁକି

ଭକ୍ତ ର ଭକ୍ତି କୁ ଦେଖେ ନିରିଖି।।

ଅନ୍ଧାର ଭିତରେ ସେ ବସିଥାଏ

ଡାକି ଡାକି ପୁଣି ଅଭଡ଼ା ଖୁଆଏ।।

ଅଧା ଗଢା ପୁଣି ମୁଁହ ବି କଳା

ହସି ହସି ପୁଣି କରେ ସେ ଲୀଳା।।

ସହସ୍ର ଭକ୍ତ କୁ ପାଖକୁ ଡାକି

ଦୁଃଖ ଦୂର କରେ ତା ନେତ ଢାଙ୍କି।।

ଆଷାଢ଼ ଆସିଲେ ସ୍ନାନ ସାରି

ମାଉସୀ ଘର କୁ ଯାଏ ବାହାରି।।

ତା ପାଇଁ ଗଢା ସ୍ଵତନ୍ତ୍ର ରଥ

ବୋଲାଏ ଜଗତେ ସେ ଜଗନ୍ନାଥ।।

Recent Posts

See All
ସୁନ୍ଦର ସହର ମୋ ତାଳଚେର

ସୁନ୍ଦର ସହର ମୋ ତାଳଚେର ସିଏ ଯେ ଓଡିଶା ଶ୍ରେଷ୍ଠ ଅନ୍ୟ ନାମ ତାର କଳା ହୀରା ଗଡ଼ ଆଉ ଯେ ହିଙ୍ଗୁଳା ପୀଠ କୁଳୁ କୁଳୁ ହୋଇ କଳ କଳ ଦାନେ ମୋ ପ୍ରିୟ ସହର୍ ଦେଇ ଚିର ସ୍ରୋତସ୍ଵୈନି ସୁନ୍ଦର ବ୍ରହ୍ମଣି ଅବିରତ ଯାଏ ବହି ଭାରତ ପ୍ରସିଧ୍ୟ ରାଜ ନଅ

 
 
 
ତ୍ରିରଙ୍ଗା

ସବୁଠୁ ସୁନ୍ଦର ପତାକା ମୋର ତ୍ରିରଙ୍ଗା ଅଟଇ ନାମଟି ତାର । ଲମ୍ବ ଓସାର ତା ତିନି କି ଦୁଇ ତା ଠାରୁ ସୁନ୍ଦର ଆଉ କେ ନାଇଁ । ତିନି ରଙ୍ଗେ ଗଢ଼ା ତନୁ ତାହାର ମଧ୍ୟେ ଚକ୍ର ଆହା କି ମନୋହର । ଉପରି ଭାଗରେ ରଙ୍ଗ କେଶରୀ ବୀରତ୍ଵର ଗାଥା ରଖିଛି ଧରି ।

 
 
 
ମୃତ୍ୟୁ ହାରିଗଲା ମା' ପାଖରେ

ନିଜର ଛୁଆକୁ କୋଳରେ ସେ ଯାକି ଯାଇଥିଲା ବୁଲିବାକୁ ସେଇ ମା କୋଳେ ଏତେ ଶକ୍ତି ଥାଏ ନାହିଁ କିଏ ରୋକିବାକୁ (୧) ନର୍ମଦା ନଦୀର ଗଭୀର ଜଳରେ ନାବିକ ଟେ ସାଜି ଥିଲା ନାଁ ଧରି ସିଏ କୋଳ କୁ ନ

 
 
 

Comments

Rated 0 out of 5 stars.
No ratings yet

Add a rating

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

  • Facebook
  • Twitter
  • YouTube
  • Pinterest
  • Instagram

+918328951229

average rating is 3 out of 5, based on 150 votes, Ratings
  • Instagram

©2021 by Malhar E-magazine.

bottom of page