Search
ମୃତ୍ୟୁ ହାରିଗଲା ମା' ପାଖରେ
- ରାକେଶ କୁମାର ମୁଦୁଲି
- May 14
- 1 min read
ନିଜର ଛୁଆକୁ କୋଳରେ ସେ ଯାକି
ଯାଇଥିଲା ବୁଲିବାକୁ
ସେଇ ମା କୋଳେ ଏତେ ଶକ୍ତି ଥାଏ
ନାହିଁ କିଏ ରୋକିବାକୁ (୧)
ନର୍ମଦା ନଦୀର ଗଭୀର ଜଳରେ
ନାବିକ ଟେ ସାଜି ଥିଲା
ନାଁ ଧରି ସିଏ କୋଳ କୁ ନ ଫେରି
ଜୀବନ ସେ ଦେଇ ଦେଲା (୨)
ନିଜ ଜୀବନ କୁ ଖାତିରି ନ କରି
ଧରିଥିଲା ତାର ପୁଅକୁ
ଶେଷ ଯାଏ ତାକୁ ଛାଡ଼ି ସେ ନଥିଲା
ଧନ୍ୟ କୁହ ସେଇ ମାଆକୁ (୩)
ମୃତ୍ୟୁ ବି ହାରିଲା ତା ପାଖେ ଆସି
ମା ଥିଲା ତାର ଆଗେ
ତୁଟି ଲାନୀ ଡୋର ପୁଅ ସାଥେ ତାର
କୋଳେଇ ରଖିଛି ଭାଗେ (୪)
ଚାରି ବରଷ ର କଅଁଳ ବାଳକ
ଶୋଇଛି ନିଶ୍ଚିତ ହୋଇ
ଏ ଅଫେରା ରାଇଜେ ମାଆର କୋଳ
ସରଗ ଠୁ ବଳି ସେଇ (୫)


Comments