ସମୟ ସ୍ରୋତରେ ଜୀବନ ନୌକା
କାଲି ଯିଏ ଥିଲା ଆଜି ସିଏ ନାହିଁ ଏଇ ତ ଦୁନିଆ ରୀତି, ସମୟ ରଥର ଚକ ଗଡୁଥାଏ କରି କେତେ ପରିଣତି । ଧନ ଅବା ମାନ ସବୁ ରହିଯିବ ଫେରିବନି ବିତିଲା ଦିନ, ସମୟ ସାଥେ ଯିଏ ଚାଲି ଶିଖିଲା ସିଏ ହିଁ ତ ଭାଗ୍ୟବାନ । ଫୁଲଟିଏ ହୋଇ ହସିବାକୁ ହେବ ଝଡ଼ ଆସୁ ପଛେ ଯେତେ, ଜୀବନର ମାନେ ଖୋଜିବାକୁ ହେବ ସମୟର ପ୍ରତି ପଥେ । ନିଜ ପାଇଁ ନୁହେଁ ପର ପାଇଁ ବଞ୍ଚି ଜଗତେ ଛାଡିବା ଚିହ୍ନ, ସମୟ ହିଁ ତୁମ ସଫଳତା ପାଇଁ ଦେବ ଦିନେ ପ୍ରତିଦାନ । ଘଣ୍ଟାର କଣ୍ଟା ଟିକ୍ ଟିକ୍ ହୋଇ ଚେତାଇ ଦିଏ ସଭିଙ୍କୁ, କାମ ସାରିଦିଅ ଆଜିର ଯାହା ରଖ ନାହିଁ କାଲିକୁ । ସମୟ ଯେବେ ପାଖରୁ ଚାଲିଯାଏ ଫେରିବାକୁ ପଥ ନଥାଏ, ହଜିଲା ଦିନର ମୂଲ୍ୟ ବୁଝିଲା...