ଶିଳ୍ପର ସ୍ମୃତି
ପଥର ଛାତିରେ ଖୋଦା ଅନନ୍ତ ସମୟ, ହାତୁଡି ଛେଣୀ ସ୍ଵରେଜାଗେ ଯୁଗର ହୃଦୟ ରକ୍ତ ଓ ଘର୍ମ ମିଶି ଗଢ଼ା ଦେଉଳ ଦେହ ନିରବ ଶିଳ୍ପରେ ଲୁଚି ରହିଛି ଶତାବ୍ଦୀର ସ୍ନେହ। ନଥିଲେ ସେ ରାଜା, ନଥିଲା ମହାନାମ, ତଥାପି ତାଙ୍କ ହାତ ଗଢିଲା ଅମରଧାମ, ମୁକୁଟ ଝରିଗଲା ରାଜାଙ୍କ ମଥାରୁ, ଶିଳ୍ପୀର ସ୍ପର୍ଶ ରହିଗଲା ପଥର ଶ୍ରୀମୁଖରୁ। ଭାଙ୍ଗିଗଲା ଦେଉଳ,ଧୂଳି ହେଲା ଗାଥା, ତଥାପି ଲିଭିଲା ନାହିଁ ସଂସ୍କୃତିର ପ୍ରଥା। ପଥର କହେ ଆଜି ନିରବ ସାକ୍ଷ୍ୟ, ସୃଷ୍ଟି କେବେ ମରେନି, ଏହି ହେଉଛି ସତ୍ୟ। ମାଟିରେ ଶୋଇଛି ଶିଳ୍ପୀ,ଜାଗିଛି ତାଙ୍କ କଳା, ଶିଳ୍ପର ସ୍ମୃତି ହେଉଛି ସଭ୍ୟତାର ଜ୍ୱାଳା। ସମୟ ଯେତେ ମୁଛି ଦେଉ ନାମଓ ଚି଼ହ୍ନ ଶିଳ୍ପ...