top of page

ଜୀବନ

ମନ ସଦା କେବେ ଦୁଃଖ କରିବନି...

ଉଦାସ ହେବନି କେବେ।

ଅଛି କେତେ ଛବି ଅଭୁଲା ସ୍ମୃତି..

ଏ ଜଗତ ମହୀ ତଳେ।

ଅଛନ୍ତି ଧରା ରେ କେତେ ଯେ ସାହସୀ...

ବୀର ଗରୀୟାନ ପୁରୁଷ।

ମୃତ୍ୟୁ ସହ ଲଢ଼ି ଜୀବନ ଦିଅନ୍ତି...

କେତେ ଯେ ମହା ପୁରୁଷ।

ହାରିବନି କେବେ ଜୀବନ ଯୁଦ୍ଧ ରେ...

ଥରେ ଅଧେ ଝୁଣ୍ଟିଗଲେ।

ଆହା ପଦେ କେହି କହିବାକୁ ନାଇଁ...

ସ୍ୱାର୍ଥ ପାଖେ ସବୁ ରହିଲେ।

ଜୀବନର ଚଲାବାଟେ ଆସନ୍ତି ଅନେକ ବାଟୋଇ...

କିଏ ହୁଏ ନିଜର ତ କିଏ ହୁଏ ସାତ ପର...

କିଏ ହୁଏ ପୁଣି ଚିହ୍ନା ଠୁ ଭି ଚିହ୍ନା,

ତ ପୁଣି କିଏ ହୁଏ କାଇଁ ଅଚିହ୍ନା।

ସବୁ ସ୍ମୃତି ହୋଇ ରହିଯାଆନ୍ତି...

ମନର ଶାମୁକା ଭିତରେ।

ଏ ଭବ ରଙ୍ଗ ମଞ୍ଚ ରେ....

ସବୁ ଅଭିନୟ କରନ୍ତି,

ସମୟ ସରିଲେ ସବୁ ଚାଲିଯିବେ....

ଏକା ରହିଯିବ କର୍ମ।

ଜୀବନ ଏକ ଶୁଖିଲା ପତର....

କେତେବେଳେ ଉଡିଯିବ,

ଅପେକ୍ଷା ନ କରି କରିଚାଲ କର୍ମ....

ଏ ଦୁନିଆ ରେ ତୁମେ ହୋଇବ ଅମର।

ନିଜକୁ ହତାଦର କାଇଁ କର....????

Recent Posts

See All
ମୋ ଜୀବନର ଅନ୍ତରାଳେ

ଦିନର ଆଲୋକ କିପରି କହିବି ‎ ରାତିର ଅନ୍ଧକାର କେତେ ‎ ସଜ ଫୁଲ ଟିଏ କିପରି କହିବ ‎ ମଉଳା ଫୁଲ ର ଦୁଃଖ କେତେ ।। ‎ ‎ ଦୂର ଆକାଶ ରେ ହସୁଥିବା ଜହ୍ନ ‎ ସପନ ସଭିଙ୍କ ପାଇଁ ‎ ଘନ ଅରଣ୍ୟ ର କଅଁଳ ପରଶ ‎ ଝୁରୁଛି ଟାଙ୍ଗରା ଭୂଇଁ ।। ‎ ‎ ଆଜିର ସମା

 
 
 
ସୁନ୍ଦର ସହର ମୋ ତାଳଚେର

ସୁନ୍ଦର ସହର ମୋ ତାଳଚେର ସିଏ ଯେ ଓଡିଶା ଶ୍ରେଷ୍ଠ ଅନ୍ୟ ନାମ ତାର କଳା ହୀରା ଗଡ଼ ଆଉ ଯେ ହିଙ୍ଗୁଳା ପୀଠ କୁଳୁ କୁଳୁ ହୋଇ କଳ କଳ ଦାନେ ମୋ ପ୍ରିୟ ସହର୍ ଦେଇ ଚିର ସ୍ରୋତସ୍ଵୈନି ସୁନ୍ଦର ବ୍ରହ୍ମଣି ଅବିରତ ଯାଏ ବହି ଭାରତ ପ୍ରସିଧ୍ୟ ରାଜ ନଅ

 
 
 
ଶୀତ ତୁ ଯାଆନା ଛାଡି

ଶୀତ ତୁ ଯା ନାଁ ଛାଡି ଆଉ ସେ ଉଷୁମ କନ୍ଥା ପାରିବିନି ଘୋଡେଇ ପ୍ରିୟାକୁ ମୋହର ପାରିବିନି ଭିଡି ଶୀତ ତୁ ଯା ନାଁ ମୋତେ ଛାଡି। କଅଁଳ କାକର ଟୋପା ଶୁଭ ସକାଳର କୁହୁଡି ସବୁତକ ଯାଉଛି ଉଡିଉଡି ଶୀତ ତୁ ଯା ନାଁ ମୋତେ ଛାଡି। ସଞ୍ଜ ସକାଳେ ସାଙ୍ଗ ମେ

 
 
 

Comments

Rated 0 out of 5 stars.
No ratings yet

Add a rating

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

Subscribe Form

Thanks for submitting!

+918328951229

average rating is 3 out of 5, based on 150 votes, Ratings
  • Facebook
  • Twitter
  • YouTube
  • Pinterest
  • Instagram
  • Instagram

©2021 by Malhar E-magazine.

bottom of page