ଶୀତ ତୁ ଯାଆନା ଛାଡି
ଶୀତ ତୁ ଯା ନାଁ ଛାଡି ଆଉ ସେ ଉଷୁମ କନ୍ଥା ପାରିବିନି ଘୋଡେଇ ପ୍ରିୟାକୁ ମୋହର ପାରିବିନି ଭିଡି ଶୀତ ତୁ ଯା ନାଁ ମୋତେ ଛାଡି। କଅଁଳ କାକର ଟୋପା ଶୁଭ ସକାଳର କୁହୁଡି ସବୁତକ ଯାଉଛି ଉଡିଉଡି ଶୀତ ତୁ ଯା ନାଁ ମୋତେ ଛାଡି। ସଞ୍ଜ ସକାଳେ ସାଙ୍ଗ ମେଳରେ ପାରିବିନି ନିଆଁ ପୋଇଁ ପୋଖରୀ ହୁଡାରେ ଲାଗିବନି ଧାଡି ଶୀତ ତୁ ମୋତେ ଯା ନାଁ ଛାଡି। ତୋ ପାଇଁ ଅଗାଧୁଆ କେତେଥର ଯାଏଁ ପାଠ ପଢି ସାଙ୍ଗ ସାଥି ନେଉଥିଲେ ମତେ ଭିଡି ଶୀତ ତୁ ମୋତେ ଯା ନାଁ ଛାଡି। ପାଣି ଟୋପାଏ ଦେହେ ଗଲେ ପଡି ରାଗରେ ଗରଗର ଛାଡେ ରଡି ତଥାପି ଶୀତ ତୁ ଭଲ ଯା ନା ଛାଡି ଶୀତ ତୁ ମୋତେ ଯା ନାଁ ଛାଡି । ବୃନ୍ଦାବନ ପ୍ରଧାନ ବାଉଲସିଂହା ଭଟଲି ବରଗଡ଼...