Search
ସମୟ ସ୍ରୋତରେ ଜୀବନ ନୌକା
- ରୀତିକା ପ୍ରଧାନ
- May 14
- 1 min read
କାଲି ଯିଏ ଥିଲା ଆଜି ସିଏ ନାହିଁ
ଏଇ ତ ଦୁନିଆ ରୀତି,
ସମୟ ରଥର ଚକ ଗଡୁଥାଏ
କରି କେତେ ପରିଣତି ।
ଧନ ଅବା ମାନ ସବୁ ରହିଯିବ
ଫେରିବନି ବିତିଲା ଦିନ,
ସମୟ ସାଥେ ଯିଏ ଚାଲି ଶିଖିଲା
ସିଏ ହିଁ ତ ଭାଗ୍ୟବାନ ।
ଫୁଲଟିଏ ହୋଇ ହସିବାକୁ ହେବ
ଝଡ଼ ଆସୁ ପଛେ ଯେତେ,
ଜୀବନର ମାନେ ଖୋଜିବାକୁ ହେବ
ସମୟର ପ୍ରତି ପଥେ ।
ନିଜ ପାଇଁ ନୁହେଁ ପର ପାଇଁ ବଞ୍ଚି
ଜଗତେ ଛାଡିବା ଚିହ୍ନ,
ସମୟ ହିଁ ତୁମ ସଫଳତା ପାଇଁ
ଦେବ ଦିନେ ପ୍ରତିଦାନ ।
ଘଣ୍ଟାର କଣ୍ଟା ଟିକ୍ ଟିକ୍ ହୋଇ
ଚେତାଇ ଦିଏ ସଭିଙ୍କୁ,
କାମ ସାରିଦିଅ ଆଜିର ଯାହା
ରଖ ନାହିଁ କାଲିକୁ ।
ସମୟ ଯେବେ ପାଖରୁ ଚାଲିଯାଏ
ଫେରିବାକୁ ପଥ ନଥାଏ,
ହଜିଲା ଦିନର ମୂଲ୍ୟ ବୁଝିଲା ବେଳକୁ
ଜୀବନ ସରି ସରି ଯାଏ ।
ତେଣୁ ହସି ହସି ଜୀବନକୁ ଜିଅ
ନାହିଁ କିଛି ଅନୁତାପ,
ସମୟ ହାତରେ ସବୁ ସମର୍ପି
ଭୁଲିଯାଅ ଦୁଃଖ ପାପ ।
ଜୀବନ ଓ ସମୟ ଦୁଇ ସହଯାତ୍ରୀ
ଚାଲିଥାନ୍ତି ସାଥେ ସାଥେ,
ଶେଷ ଅକ୍ଷରଟି ଲେଖିବା ପୂର୍ବରୁ
ଖୁସି ଭର ପ୍ରତି ମୁହୂର୍ତ୍ତେ ।
Recent Posts
See All1 Comment
Rated 0 out of 5 stars.
No ratings yet


ଖୁବ୍ ସୁନ୍ଦର 🌸✨