top of page

ଉପହାର

ଦଇବ ଦେଇଛି ଉପହାର ମତେ।

ତୁମେ ସେ ଅମୂଲ୍ୟ ରତ୍ନ।।

ମା ମୋ ଦେହର ହୃଦୟ ହୋଇଲେ ।

ତୁମେ ମୋ ହୃଦସ୍ପାଦନ।।


ତୁମରି ଇଙ୍ଗିତେ ଦୁନିଆ ଦେଖିଲି ।

ଦେଖିଲି ଆଲୋକ ପଥ।।

ତୁମରି ସ୍ନେହର ଶ୍ରଦ୍ଧାର ଆଲୋକ।

ବିକଶିତ ମତେ କଲ।।


ଏ ଦୁନିଆରେ ବାପା ତୁମେ ଅଚ୍ଛ ବୋଲି ।

ଅଛି ମୋର ସବୁ କିଛି ।।

ତୁମ ସ୍ନେହ ଆଗେ ଲାଗେ ସବୁ ତୁଚ୍ଛ।

କେମିତି କହିବି ଆଜି ।।


ଯେତେ ବି ବନ୍ଧୁଅଛନ୍ତି ମୋ ସାଥେ।

ତୁମେ ଅଟ ଅନ୍ୟତମ।।

ଲକ୍ଷେ ତାର ଥାଇ କି ଲାଭ ଆକାଶେ।

କେ ହେବ ଚନ୍ଦ୍ରମା ସମ।।


କି ପୁଣ୍ୟ ବଳରେ ତୁମକୁ ପାଇଲି

ଏମିତି ସମ୍ପର୍କ ନେଇ ।

ଏ ଜନମ ପାଇଁ ଯାହା ଲୋଡ଼ା ଥିଲା।।

ଦେଇଛନ୍ତି ମତେ ସାଇଁ।।


ମୋ ଜୀବନେ ବାପା ତୁମର ସଂସ୍କାର।

ପ୍ରଭାବ ପକେଇଥିଲ ।।

ତୁମେ ନଥିଲେ ମୋ ଜୀବନ ଜଡ଼ିତ।।

ସମାଜେ ମୁଁ ହୀନ ମାନ୍ୟ।।


ସିଖାଇଛ ମତେ ଧନ ଲୋଡ଼ା ନାହିଁ।

ଜ୍ଞାନ ଚିର ସ୍ଥାୟୀ ଅଟେ।।

ଆମ ଏ ଦେହ ଯେ ମାଟିରେ ମିଶିବ ।

ରହିଯିବ ଚିହ୍ନ ଯେତେ ।।

Recent Posts

See All
ସୁନ୍ଦର ସହର ମୋ ତାଳଚେର

ସୁନ୍ଦର ସହର ମୋ ତାଳଚେର ସିଏ ଯେ ଓଡିଶା ଶ୍ରେଷ୍ଠ ଅନ୍ୟ ନାମ ତାର କଳା ହୀରା ଗଡ଼ ଆଉ ଯେ ହିଙ୍ଗୁଳା ପୀଠ କୁଳୁ କୁଳୁ ହୋଇ କଳ କଳ ଦାନେ ମୋ ପ୍ରିୟ ସହର୍ ଦେଇ ଚିର ସ୍ରୋତସ୍ଵୈନି ସୁନ୍ଦର ବ୍ରହ୍ମଣି ଅବିରତ ଯାଏ ବହି ଭାରତ ପ୍ରସିଧ୍ୟ ରାଜ ନଅ

 
 
 
ତ୍ରିରଙ୍ଗା

ସବୁଠୁ ସୁନ୍ଦର ପତାକା ମୋର ତ୍ରିରଙ୍ଗା ଅଟଇ ନାମଟି ତାର । ଲମ୍ବ ଓସାର ତା ତିନି କି ଦୁଇ ତା ଠାରୁ ସୁନ୍ଦର ଆଉ କେ ନାଇଁ । ତିନି ରଙ୍ଗେ ଗଢ଼ା ତନୁ ତାହାର ମଧ୍ୟେ ଚକ୍ର ଆହା କି ମନୋହର । ଉପରି ଭାଗରେ ରଙ୍ଗ କେଶରୀ ବୀରତ୍ଵର ଗାଥା ରଖିଛି ଧରି ।

 
 
 
ହେ ଜଗା

ଜଗତ କରତା ପରମେଶ୍ବର ଗଢିଛନ୍ତି ନିଜ ବିଚିତ୍ର ରୂପ।। ଏମିତି ବିଚିତ୍ର ଦେବ ଟି ସିଏ ତା ଆଖି ଦେଖିଲେ ଗୁଣି କରି ନିଏ।। ଚକା ଚକା ତାର ଅଜବ ଆଖି ଅଶ୍ରୁ ଝରି ଯାଏ ସେ ଆଖି କୁ ଦେଖି।। ଗୋଡ ଅଧା ପୁଣି ହାତ ବି ଅଧା ସିଂହାସନ ରେ ପୁଣି ବସିଛି ସିଧା

 
 
 

Comments

Rated 0 out of 5 stars.
No ratings yet

Add a rating

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

  • Facebook
  • Twitter
  • YouTube
  • Pinterest
  • Instagram

+918328951229

average rating is 3 out of 5, based on 150 votes, Ratings
  • Instagram

©2021 by Malhar E-magazine.

bottom of page