ଉପହାର
ଦଇବ ଦେଇଛି ଉପହାର ମତେ। ତୁମେ ସେ ଅମୂଲ୍ୟ ରତ୍ନ।। ମା ମୋ ଦେହର ହୃଦୟ ହୋଇଲେ । ତୁମେ ମୋ ହୃଦସ୍ପାଦନ।। ତୁମରି ଇଙ୍ଗିତେ ଦୁନିଆ ଦେଖିଲି । ଦେଖିଲି ଆଲୋକ ପଥ।। ତୁମରି ସ୍ନେହର ଶ୍ରଦ୍ଧାର ଆଲୋକ। ବିକଶିତ ମତେ କଲ।। ଏ ଦୁନିଆରେ ବାପା ତୁମେ ଅଚ୍ଛ ବୋଲି । ଅଛି ମୋର ସବୁ କିଛି ।। ତୁମ ସ୍ନେହ ଆଗେ ଲାଗେ ସବୁ ତୁଚ୍ଛ। କେମିତି କହିବି ଆଜି ।। ଯେତେ ବି ବନ୍ଧୁଅଛନ୍ତି ମୋ ସାଥେ। ତୁମେ ଅଟ ଅନ୍ୟତମ।। ଲକ୍ଷେ ତାର ଥାଇ କି ଲାଭ ଆକାଶେ। କେ ହେବ ଚନ୍ଦ୍ରମା ସମ।। କି ପୁଣ୍ୟ ବଳରେ ତୁମକୁ ପାଇଲି ଏମିତି ସମ୍ପର୍କ ନେଇ । ଏ ଜନମ ପାଇଁ ଯାହା ଲୋଡ଼ା ଥିଲା।। ଦେଇଛନ୍ତି ମତେ ସାଇଁ।। ମୋ ଜୀବନେ ବାପା ତୁମର ସଂସ୍କାର।...