ଭୁଲିହୁଏ ନାଁ ଏ ଗାଁ ମା ମାଟି
ଯେଉଁଠି ମୁଁ ଟୁକୁ ଟୁକୁ ଶିଖିଲି ଚାଲି କେମିତି ସେ ମାଟିକୁ ଯିବି ମୁଁ ଭୁଲି? ଆଜି ଛାଡ଼ି ଗାଆଁ ମାଟିର ସେ ପ୍ରୀତି, ବିଦେଶ ବୁକୁରେ ଖଟୁଛି ମୁଁ ନିତି। କାଞ୍ଚନ ମୋହରେ ସହର ଭିଡ଼ରେ ହଜିଛି ମୋହର ଶୈଶବ ସତରେ ଅବସର ଟିକେ ମିଳିଗଲେ ସତେ ଟାଣିଆଣେ ଏ ମାଆମାଟି ଭୁଲିହୁଏ ନାହିଁ ଏ ଗାଁ ମା ମାଟି, ଭୁଲିହୁଏ ନାହିଁ ଏ ଗାଁ ମା ମାଟି। ବାବୁ, ଅଫିସର ହେଲି କି ହାକିମ ପାଇଲେ ଯେତେ ସମ୍ମାନ, ହେଲେ ଏଈ ମାଟି ଆଗରେ ମୁଁ ତୁଚ୍ଛ ଏ ମୋ ପରିଚୟ ସ୍ଥାନ। ସପତ ସମୁଦ୍ର ବୁଲିଲି ମୁଁ ସତେ ବୁଲିଲି ଅନେକ ସହର କିନ୍ତୁ ଗାଁ ଦାଣ୍ଡର ସେଇ ଧୂଳିଖେଳ ଲାଗେ ସବୁଠୁ ମଧୁର ଛାତି ଥରେ ମୋର ଯେବେ ମନେପଡ଼େ ସେଇ ବରଗଛ...