top of page
Search
ପାପ ସଂସାର ...
ଚାରିଆଡ଼େ ଏଠି ଯୌନ ପିଶାଚୁ ଯେ, କେମିତି ଚାଲିବ ସଂସାର। କୋମଳମତିଠୁ ଯୁବା-ବୃଦ୍ଧା ଯାଏ, ତ୍ରାହି ନ ମିଳଇ କାହାର। ରକ୍ତ ଶୋଷି ମାରେ ନର-ରାକ୍ଷସ ଟା, କିଏ ନିଜେ ପିଇ ମରେ ଜହର। ଆତ୍ମୀୟମାନଙ୍କ ବୁକୁଫଟା ଦୁଃଖ, କରନ୍ତି କରୁଣ ଚିତ୍କାର। ବଞ୍ଚିଯାଏ ଯିଏ ବାକି ଜୀବନ ଟା, ହୋଇଯାଏ ପୋଡ଼ା ଅଙ୍ଗାର। ଶୋଷିଲା ପରାଣ, ମାରୁବାଲି ମନ, ଧର୍ଷିତ ନାମ ତା ସମାଜର। ପାଦ ଥାପି ନାହିଁ ସିଏ ପୁଣି ହୁଏ, ଗଣଦୁଷ୍କର୍ମର ଶିକାର। ଏମିତି ପାପୀ ଙ୍କୁ କାହିଁକି ମା'ଲୋ, ଧରିଛୁ କହ ତୋ ବକ୍ଷର। ପ୍ରତି ମୁହୂର୍ତ୍ତରେ ନାରୀଟିଏ ହୁଏ, କାମନା ଜୁଇରେ ସବାର। ଏତେ ପାପ ଆଉ ସହନା ମା'ଲୋ, ଘୋଡ଼ାଇ ପଣତ ତୋର।
ସ୍ୱପ୍ନାରାଣୀ ବିଶ୍ୱାଳ
Nov 10, 20251 min read
ଭାବନାରେ ସୁଭ୍ରାନ୍ତ ...
ଭାବନା, ନା ଆଜିର ନା କାଲିର ଭାବନା ପ୍ରତ୍ୟେକ ଦିନର ଜଣାନାହିଁ ଭାବନା କେଉଁ ଘଟଣାର ଦୈନନ୍ଦିନ ଜୀବନରେ ଘଟୁଥାଏ ଅନେକ ପ୍ରକାର ଘଟଣା କେବେ ଆଗକୁ ବଢିବାର ରାହା ଦେଖୁଥାଏ ତ, କେବେ ମନହୁଏ ବାଟବଣା ll କେବେ ମନରେ ପରମାନନ୍ଦ ଖୁସିରେ ଲହରୀର ଢେଉ କେବେ ଜୀବନରେ କୋହଭରା ଦୁଃଖର ସୁନାମି ସାଜିଥାଏ ଦାଉ ll କେବେ ପରିବାରର କର୍ତ୍ତବ୍ୟରେ ଲୀନ କେବେ ଜନ ଗହଳିର ଫୁଲ ବଗିଚାରେ ଗୋଲାପ ଫୁଲର ଅନୁସନ୍ଧାନ ll କେବେ ସମାଜର ମଙ୍ଗଳ ନିମନ୍ତେ ଶୁଣୁଥାଏ ଗୁରୁଜ୍ଞାନ ବାର୍ତ୍ତା କେବେ ମନେପଡ଼େ ପିଲାଦିନର ସେ ଛପା ଅଛପା ପୁରୁଣା ଦିନର କଥା ll କେବେ ଲୋକ ପ୍ରିୟତାରେ, ଅଜଣା ଲୋକ ସହିତ କଥା ବାର୍ତ୍ତା, କ
ସୁଭ୍ରାନ୍ତ ବେହେରା
Nov 10, 20251 min read
ଶୁଭ ରାତିରେ ...
ହୃଦୟ ହଜିଯାଇଛି ଖୋଜିବା ଅସମ୍ଭବ ତାଙ୍କର ଦେଖା ହେବା ବି ସମ୍ଭବ ନୁହେଁ ପରିବର୍ତ୍ତନ ପୃଥିବୀରେ ଚାଲିବା ଦୁଃଖ ବଞ୍ଚିବା ହୋଇ ଯାଇଛି ଲୁହଲହୁର ଦେହ । କାହାକୁ ସାଥିରେ ସାଥି କରି ଚାଲିବି ସବୁ ଶୂନ୍ୟସ୍ଥାନ ।। କାରଣ ସିନ୍ଦୁର ହଜିଛି ଶୁଭ ରାତିରେ,,,, ସବୁକିଛି ହୋଇ ଗଲାଣି ଅଭିଶାପର ଆୟୁଷ ବସନ୍ତ ହାତରେ ଆଉ ନାହିଁ ଫଗୁଣର ମହକ ଜହ୍ନ ହାତରେ କେବଳ ରହିଛି ଜୋସ୍ନା ବଦଳରେ ଅମାବାସ୍ୟାର କଳଙ୍କ ସିନ୍ଦୁକ ଭିତରେ ନାହିଁ ଆଉ ସେ ସିନ୍ଦୁରର ରୂପଲାବଣ୍ୟ କେମିତି ଖୋଜିବି ହଜିଯାଇଛି ସେ ସିନ୍ଦୁର ର ସୁହାଗ ଏଇତ ବୋଧହୁଏ ବାକି ସିନ୍ଦୁର ସେ ସୌନ୍ଦର୍ଯ୍ୟ କିନ୍ତୁ ମୋ ପାଇଁ ସିନ୍ଦୁର ହଜିଛି ଶୁଭ ରା

ବାବାଜୀ ଚରଣ ସାହୁ
Nov 3, 20251 min read
କଳାକାର
ହେ ଈଶ୍ୱର ତମେ ଏ ସୃଷ୍ଟିର କଳାକାର ମୁଁ ଵି ମୋ କବିତା ସଂସାର ରେ କଳାକାର ଆମେ ଗୋଟିଏ ବହିର ଦୁଇଟି ଆଗପଛ ମଲାଟ ।। ହେଲେ ତମେ ସୃଷ୍ଟି କରିଥିବା ମଣିଷ ତମ ବେଦ ବେଦାନ୍ତ କୁ କର୍ଣ୍ଣ ଗୋଚର ନକରି। ମୁଁ ସେମିତି ବେଳେ ଲଜ୍ଜିତ ହୁଏ ସେ ମଣିଷ ଯେତେବେଳେ ମୋ କବିତାକୁ ପଢେ ।। ହାରିଗଲି ପ୍ରଭୁ ତମେ ନିକଟରେ ମୁଁ ସାଘାଂତିକ ଭାବରେ ହାରି ଗଲି। ପାରିବତ ମୋତେ ତମ ସେ କୋମଳ ଚପଳତାର ହାତରେ ସ୍ପର୍ଶ କରିବା ର ଅନୁଭବ ଦେବ ।। ଆପଣଙ୍କ ଏ ସୃଷ୍ଟିରେ ଆଖି ବନ୍ଧି ଲୁହ ନିକଟରେ,,,,,,, କବି : ବାବାଜୀ ଚରଣ ସାହୁ ଠିକଣା : ଦକ୍ଷିଣ ଉଷୁମା, ଫୁଲନଖରା, କଟକ

ବାବାଜୀ ଚରଣ ସାହୁ
Nov 3, 20251 min read
ବନ୍ଧୁତା ...
ବନ୍ଧନରେ ବାନ୍ଧି ରଖି ପାରିଲେ ସେ ହୋଇ ଯାଏ ସ୍ୱର୍ଗ ର ସ୍ୱର୍ଣ୍ଣ ପୁରୀ ହୃଦୟରେ ତାକୁ ସ୍ଥାନ ଦେଲେ ସେ ପାଲଟି ଯାଏ ସ୍ୱପ୍ନର ସାତ ସିନ୍ଧୁ ଆଖି ର ପଲକରେ ଲୁଚେଇ ରଖି ଦେଲେ ସେ ହୁଅନ୍ତି ଆଲିଙ୍ଗନ ଆଳାପ ମଧୁଶ୍ଚର୍ଯ୍ୟା ଲୁହର ଆତ୍ମିୟତାରେ ଭିଜେଇ ଦେଲେ ସେ ହୁଅନ୍ତି ମଧୁବନର ମାନସୀ ମଇନା ପ୍ରେମର ପ୍ରଣୟ ରେ ଛନ୍ଦି ଦେଲେ ସଜ ଲେଖନ୍ତି ତାଙ୍କ ଲେଖନୀ ରୁ ଅନେକ କବିତା।।ତାଙ୍କ ନାଁ ବନ୍ଧୁତା ।। କବି : ବାବାଜୀ ଚରଣ ସାହୁ ଠିକଣା : ଦକ୍ଷିଣ ଉଷୁମା, ଫୁଲନଖରା, କଟକ

ବାବାଜୀ ଚରଣ ସାହୁ
Nov 3, 20251 min read
ମୋ ବାପା ...
ମୋ ବାପା ଜଣେ ଅଭନେତ୍ରୀ ନୁହନ୍ତି କିନ୍ତୁ... ମୁଁ ତାଙ୍କୁ ଭଲ ଅଭିନେତ୍ରୀ ବୋଲି ଜାଣିଛି... ମୋ ବାପା ଉପରୁ ନଡ଼ିଆ ଭଳି କଠୋର କିନ୍ତୁ ଭିତରେ ନରମ..ଘରେ ପଇସା ପତ୍ର ର ଅଭାବ ଅସୁବିଧା ହେଲେ କେବେ ଜଣେଇବାକୁ ଦେଇନାହାନ୍ତି... ନିଜ ପେଟ କାଟି ମୋ ଖାଇବା ପିଇବା ଖର୍ଚ୍ଚ ଉଠେଇଛନ୍ତି... ମୋ ବାପା ମୋତେ ନେଇ ମହଙ୍ଗା ସ୍ଵପ୍ନ ଦେଖିବାର ମୁଁ ଜାଣିଛି...ମୋ ବାପା ଭଲ ଅଭିନୟ କରି ଜାଣିଛନ୍ତି ବୋଲି ମୁଁ ଜାଣିଛି....ମୋ ବାପା ଗୋଟେ ଭଲ ଅଭିନେତ୍ରୀ ବୋଲି ମୁଁ ଜାଣିଛି ଲେଖିକା : ଶିବାନୀ ଦାସ ଠିକଣା : ରାଜଗାଙ୍ଗପୁର

ଶିବାନୀ ଦାସ
Nov 3, 20251 min read
କାଗଜ ଫୁଲ ...
ଆଜି କାଲି ଘରେ ଘରେ ଗୋଲାପ ଗଛ ଗୋଲାପକୁ ସମସ୍ତେ ଭଳ ମଧ୍ୟ ପାଆନ୍ତି ଯେତେ ବେଳେ ମୋତେ ଟିକେ ଜାଗା ଦେବାକୁ କୁହେ ସେତେ ବେଳେ ସେମାନେ ଟିକେ ନାରାଜ ହୋଇ ଯାଆନ୍ତି ..! ଆଉ କୁହନ୍ତି ତୋର ତୋ ବାସ୍ନା ନାହିଁ , ତୋତେ ପୁଣି ମୁଁ ଘରେ ରଖି କଣ କରିବି ...? ଯିଏ ବି ମତେ ଟିକେ ଜାଗା ଦିଏ ମୁଁ ତା ଅଗଣା ସାରା ଖେଳି ଯାଏ ମୋତେ ଆସି ସମସ୍ତେ ଦେଖୁ ଥିବେ ...! ମୋର ବାସ୍ନା ନ ଥିଲେ ମଧ୍ୟ ଦେଖିବାକୁ ସୁନ୍ଦର୍ ଲାଗେ ମୋତେ କେହି ତୋଳି କି ଯଦି ଗୁଞ୍ଚ କରେ ତା ' ହେଲେ ମୁଁ ଆହୁରି ମନ ଲୋଭା ଦେଖା ଯାଏ...! ପ୍ରେମିକ ପାଖରେ ଯାଇ ପାରେ ନାହିଁ ହେଲେ ସେ ପ୍ରେମିକ ଯୁଗଳ ମାନେ ମୋ ପାଖରେ ଆସି କଥା ହ
ଚିତ୍ତରଞ୍ଜନ ମେହେର
Nov 3, 20251 min read
ଏକାକୀ...
କଥାରେ ଅଛି " ବାପା ଥିବା ପୁଅ ସଭାରେ ହାରେନା " , " ମା କୋଳେ ଛୁଆ ସଂସାର ଡରେନା " , ବାପା ହେଉଛନ୍ତି ଘରର ଛାତ ସଦୃଶ, ଯେମିତି ଛାତ ଖରା ବର୍ଷା ଶୀତ କାକର ସବୁ...
ଭବରଞ୍ଜନ ସାମଲ
Oct 9, 20251 min read
ମଣିଷ ଜନମ...
ପଶୁ ଟେ ହୋଇବ , ପକ୍ଷୀ ଟେ ହୋଇବ ମଣିଷ ହୋଇବ ନାହିଁ , କାନ୍ଦି , କାନ୍ଦି ତୁମ ରାତି ପାହିଯିବ , ଲୁହ ତ ଶୁଖିବା ନାହିଁ !! ମଣିଷ ଜନମ ଅଭିଶାପଟିଏ ...
କୌଶଲ୍ୟା ବେହେରା
Oct 9, 20251 min read
ମନ ରୁ ପଦଟିଏ ମନ ର ମଣିଷ ପାଇଁ...
ପରିବାର ଖୁସି ପାଇଁ ନିଜ ଆଶା ଓ ଖୁସି କୁ ତ୍ୟାଗ କରି ଆସୁଥିବା ଝିଅଟିଏ, ସେଇ ତ୍ୟାଗ ର ମୂଲ୍ୟ ବୁଝି ଯିବ ନା ତୁମେ । ମୁଁ ଏମିତି ହିଁ ଟିକେ,ସମ୍ଭାଳି ପାରିବ ନା...
ଅଙ୍କିତା ବେହେରା
Oct 9, 20251 min read
ଦୁଃଖ
ଦୁଃଖ ! ଯେ ନିଜର ନଥିଲା ନିଜର ହେଲାନି ତା ପାଇଁ ହସର ଫମ୍ପା ଆବରଣ ତଳେ ଆପଣା ଲୁହକୁ ଛାତି ତଳେ ଯାକି ମୁଁହ ମାଡି ଲୁଚି ଲୁଚି କାନ୍ଦୁଥିବା ମଣିଷ କିଏ କା ପଛରେ...
ଶ୍ରୀକ୍ଷେତ୍ର ସୁନ୍ଦର
Oct 9, 20251 min read
ସମୟ...
ସମୟ ଆଖିରେ ଲୁହ ସହିହେଉ ନାହିଁ କହି ହେଉ ନାହିଁ ଏମିତି ଏକ ସ୍ୱର୍ଗର ରଚିତ ଇତିହାସ ଜୀବନ ଥାଇ ବି ହୃଦୟ ଆଖିରେ ଅସରନ୍ତି କୋହ ।। ସବୁ ସହିଲା ପରେ ବି ସମୟ ଅବିବେକି...

ବାବାଜୀ ଚରଣ ସାହୁ
Oct 9, 20251 min read
ଆସୁଛନ୍ତି ମା'...
ଆସିବା ପାଇଁ କାହିଁକି ଏତେ କରୁଛନ୍ତି ବିଳମ୍ବ ଆଉ ଅପେକ୍ଷା କରିବା ପାଇଁ ଧର୍ଯ୍ୟର ସାହସ ଆସିବେ ନୌକା ରଜ ନା ଅଶ୍ୱରେ ଆଉ କେଉଁ ବାହାନାରେ ତୁମ ପାଇଁ ଏଧରା ...

ବାବାଜୀ ଚରଣ ସାହୁ
Sep 28, 20251 min read
କବିର ବେଦନା...
କିଏ ବା ବୁଝିବ ଏକ କବିର ବେଦନା... ତା' ଜୀବନେ ସେ ସହିଛି କେତେ ଯେ,ଯାତନା । ଭାବନା ରାଇଜେ ଭାବ ବିହ୍ଵଳିତ ହୋଇ, ରାତି ପାହେ ତା' ଅଜ୍ଞାତେ ପାରେନାହିଁ ଶୋଇ କେତେ...

ବିଶ୍ୱରୂପା ସ୍ୱାଇଁ
Sep 28, 20251 min read
ଏଇତ ଜୀବନ...
ଭାଗ୍ୟ ତ ଖେଳୁଛି ଲୁଚକାଳି ଖେଳ ସମୟ କୁ କରି ସାଥୀ କର୍ମ କରିଚାଲ ନିସ୍ବାର୍ଥ ମନ ରେ ଦୁଃଖ ର ଘଟିବ ଇତି ସ୍ବାର୍ଥପର ଏଇ ଦୁନିଆ ଭିତରେ ମଣିଷ ପଣିଆଁ ଲୋଡ଼ା ପେଟର...

ବିଶ୍ୱରୂପା ସ୍ୱାଇଁ
Sep 27, 20251 min read
ମୋ କାହାଣୀର ନାୟିକା...
ଶୁଣିଥିଲି ପରୀ ରୁହନ୍ତି ସ୍ୱର୍ଗରେ ମୋ ମା କୁ ଦେଖି ବିଶ୍ୱାସ କରିପାରିଲିନି ସତରେ | କୁହୁକ ବାଡ଼ି ଧରି ପରୀ ପୁରା କରେ ଇଚ୍ଛା ସମସ୍ତଙ୍କରି, ମା' ଇଛା...
ତପସ୍ୱିନୀ ସାହୁ
Sep 27, 20251 min read
ବେଦ...
ସବୁ କିଛି ସମ୍ଭବର ଉପରେ ତମେ ଅବସ୍ଥିତ ତଥାପି ଧରିବା ମୋ ପକ୍ଷରେ ହେଉଛି ଅସମ୍ଭବ ଚାରି ବେଦର ସମାହାର ଉର୍ଦ୍ଧ୍ବରେ ତୁମ୍ଭର ସ୍ଥିତି ମୌସୁମୀ ର ଆଗମନର ଅନ୍ତରାଳରେ...

ବାବାଜୀ ଚରଣ ସାହୁ
Sep 19, 20251 min read
bottom of page

