top of page

ମଣିଷ ଜନମ...

ପଶୁ ଟେ ହୋଇବ , ପକ୍ଷୀ ଟେ ହୋଇବ

ମଣିଷ ହୋଇବ ନାହିଁ ,

କାନ୍ଦି , କାନ୍ଦି ତୁମ ରାତି ପାହିଯିବ ,

ଲୁହ ତ ଶୁଖିବା ନାହିଁ !!

ମଣିଷ ଜନମ ଅଭିଶାପଟିଏ

କେଉଁ ପାପ କଲେ ମିଳେ,

ସଭିଏଁ କୁହନ୍ତି ଦୁର୍ଲଭ ଜନମ

ମୁଁ ଏକୁ ମାନେନ ତିଳେ !!

ସ୍ୱାଧୀନତା ନାହିଁ ଏହି ଜନମ ରେ

ସାଧୁ ଲୋକ ହୁଏ ଦୋଷୀ ,

ପାପ ଲେଖା ଥାଏ ଅନ୍ୟ କପାଳ ରେ

ଅନ୍ୟ ଜଣେ ପାଏ ଶାସ୍ତି !!

ଜଗତ ଚଳାଏ ସୈତାନ ଏଠି

ଭଗବାନ କଥା ମିଛ ,

ସବୁ ଜନମରେ ଖୁସିରେ ରହିବୁ

ମଣିଷ ଜନମ ତୁଚ୍ଛ !!

ମିଛ କହୁଥିଲେ ବଞ୍ଚିବୁ ତୁ ଭାଇ

ପୁଣ୍ୟ କଲେ ହବୁ ନିନ୍ଦା,

ମଣିଷ ଜନମ ଏଇଟା ରେ ଭାଇ

ମନେ ରଖିଥିବୁ ସଦା !!

ରଚନା : କୌଶଲ୍ୟା ବେହେରା

ଠିକଣା : ବାସୁଦେବପୁର, ଭଦ୍ରକ

Recent Posts

See All
ସୁନ୍ଦର ସହର ମୋ ତାଳଚେର

ସୁନ୍ଦର ସହର ମୋ ତାଳଚେର ସିଏ ଯେ ଓଡିଶା ଶ୍ରେଷ୍ଠ ଅନ୍ୟ ନାମ ତାର କଳା ହୀରା ଗଡ଼ ଆଉ ଯେ ହିଙ୍ଗୁଳା ପୀଠ କୁଳୁ କୁଳୁ ହୋଇ କଳ କଳ ଦାନେ ମୋ ପ୍ରିୟ ସହର୍ ଦେଇ ଚିର ସ୍ରୋତସ୍ଵୈନି ସୁନ୍ଦର ବ୍ରହ୍ମଣି ଅବିରତ ଯାଏ ବହି ଭାରତ ପ୍ରସିଧ୍ୟ ରାଜ ନଅ

 
 
 
ତ୍ରିରଙ୍ଗା

ସବୁଠୁ ସୁନ୍ଦର ପତାକା ମୋର ତ୍ରିରଙ୍ଗା ଅଟଇ ନାମଟି ତାର । ଲମ୍ବ ଓସାର ତା ତିନି କି ଦୁଇ ତା ଠାରୁ ସୁନ୍ଦର ଆଉ କେ ନାଇଁ । ତିନି ରଙ୍ଗେ ଗଢ଼ା ତନୁ ତାହାର ମଧ୍ୟେ ଚକ୍ର ଆହା କି ମନୋହର । ଉପରି ଭାଗରେ ରଙ୍ଗ କେଶରୀ ବୀରତ୍ଵର ଗାଥା ରଖିଛି ଧରି ।

 
 
 
ହେ ଜଗା

ଜଗତ କରତା ପରମେଶ୍ବର ଗଢିଛନ୍ତି ନିଜ ବିଚିତ୍ର ରୂପ।। ଏମିତି ବିଚିତ୍ର ଦେବ ଟି ସିଏ ତା ଆଖି ଦେଖିଲେ ଗୁଣି କରି ନିଏ।। ଚକା ଚକା ତାର ଅଜବ ଆଖି ଅଶ୍ରୁ ଝରି ଯାଏ ସେ ଆଖି କୁ ଦେଖି।। ଗୋଡ ଅଧା ପୁଣି ହାତ ବି ଅଧା ସିଂହାସନ ରେ ପୁଣି ବସିଛି ସିଧା

 
 
 

1 Comment

Rated 0 out of 5 stars.
No ratings yet

Add a rating
Guest
Oct 09, 2025
Rated 5 out of 5 stars.

କିନ୍ତୁ ଏଇଟା ମଧ୍ୟ ସତ ମଣିଷ ଜନ୍ମ ଦୁର୍ଲଭ ଜନ୍ମ 🙏🏻

Like

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

  • Facebook
  • Twitter
  • YouTube
  • Pinterest
  • Instagram

+918328951229

average rating is 3 out of 5, based on 150 votes, Ratings
  • Instagram

©2021 by Malhar E-magazine.

bottom of page