Search
ଆସୁଛନ୍ତି ମା'...
ଆସିବା ପାଇଁ କାହିଁକି ଏତେ କରୁଛନ୍ତି ବିଳମ୍ବ
ଆଉ ଅପେକ୍ଷା କରିବା ପାଇଁ ଧର୍ଯ୍ୟର ସାହସ
ଆସିବେ ନୌକା ରଜ ନା ଅଶ୍ୱରେ ଆଉ କେଉଁ ବାହାନାରେ
ତୁମ ପାଇଁ ଏଧରା ସୁସଜ୍ଜିତ ସ୍ପର୍ଶ ପାଇ ସମସ୍ତ ଭକ୍ତ ଙ୍କ ହୃଦୟ ହେବ ଆଶ୍ୱସ୍ତ
ତୁମ ବିନା କିଛି ନାହିଁ ଏ ସୃଷ୍ଟି ରେ ତୁମେ ଏକମାତ୍ର ଧର୍ମ ର ପଥ
କେମିତି କରିବି ଅର୍ଚ୍ଚନା ପାଉ ନାହିଁ ଆଦିଅନ୍ତ
ଜୀବନର ସରଳରେଖାରେ ନାହିଁ ଏ ମନର ବସ
ତୁମ ସ୍ନେହ ମମତା ରେ ହୃଦୟ ଆଛାଦିତ କାହିଁକି ଆଖି ଦେଖିବା ପାଇଁ ତୁମ ରୂପ ଲାବଣ୍ୟ
ଆଣିବ ନିଶ୍ଚିତ ମା ସାଥିରେ ତୁମ୍ଭର କୋଟି ପୁଣ୍ୟ ର ପାହାଚ
ସେହି ପାହାଚ ରେ ରଖିବ ଆଶୀର୍ବାଦର ବୃକ୍ଷ
ସବୁ କିଛି ତୁମ୍ଭର ପାଦପଦ୍ମ ରେ ହୃଦୟ ମନ କରିଛି ସମର୍ପଣ
ଶେଷ
ସୋପାନ ରେ କେବେ କରିବ ନାହିଁ ଅଣାୟତ
ଭରସା ବିଶ୍ୱାସ ର ତୁମେ ହିଁ ଏକମାତ୍ର ସାହା
ଆଉ ଏହି ଦୁନିଆରେ କେହି ନାହିଁ କରିବା ପାଇଁ ରାହା
ତୁମେ ଆସୁଛ ମା' ...
ଲେଖକ : ବାବାଜୀ ଚରଣ ସାହୁ
ଠିକଣା : ଦକ୍ଷିଣ ଉଷୁମା, ଗବବସ୍ତ, ଫୁଲନଖରା, କଟକ



Comments