ମା"
- ବାବାଜୀ ଚରଣ ସାହୁ

- Sep 27
- 1 min read
ମମତା ର ସମୁଦ୍ର ସେହ୍ନର ମହାସାଗର
ପ୍ରେମର ମହୋଦଧି ଜୀବନର ଅମୃତ ଧାର
ତାହାରି ଓଠରେ ହସ ଫୁଟିଲେ ହସିବ ଏ ଜୀବନ
କେତେ ଯେ କଷଣ ସହି ସେ ଜୀବନକୁ କରେ ପଥର
ସେ ମମତା ର ବୈତରଣୀ ନାହିଁ ତା ମନରେ ଟିକିଏ ଛଳନର ବନାନୀ
ହୃଦୟର କଥା କହିବା ଆଗରୁ ସବୁ କିଛି ଜାଣି ପାରେ ସେ ବୁଝି
ଆଜିର ସଂସାରେ ପୂଜା ହୁଏ ପ୍ରତିମାର କିନ୍ତୁ ଦୁଃଖ ପାଉଛନ୍ତି ପ୍ରତି ମା"
ମମତାର ଏହି ଚନ୍ଦନ ଦୁନିଆର ଦି ନାଆ
କାହାକୁ କହିବ ଶୁଣିବ କିଏ ପାଷାଣ ତ ନିଜର କର୍ମ ।।
ଭାଗ୍ୟ ଏଠି ଲେଖିଲେ ଲେଖା ହେଲେ ମମତା ଆଖିରେ ରହିଗଲା କିଛି ଅସମ୍ପୂର୍ଣ୍ଣ କଥା ।।
ତା ଲାଗି ସଂସାର ତା ପାଇଁ ଦୁନିଆ ତା ପାଇଁ ମହାଭାରତ ।।
ସେହି ମମତା ଆଖିରେ ଲୁଚିଛି ଜୟା ଜନନୀ ଭଗିନୀ ର ରୂପରେଖ ।।
ବିଧାତା କାହିଁକି କେଉଁ କାରଣ ପାଇଁ ମମତା ଆଖିରେ ଲେଖି ଦେଲା ଲୁଚି ଲୁଚି
ଏମିତିକା ଅକୁହା କଥା ଲାଗେ ଭାବିଲେ ବହୁତ ବ୍ୟଥା ।।
କଳି ଯୁଗରେ ଏ ମମତା ଆଖିର ଲୁହ ଦେଖି ବିଧାତା ବି କରି ପାରୁନାହାଁନ୍ତି ନିର୍ଣ୍ଣାୟକ ।।
ଏହି ତ କପାଳ ରେଖା ମମତା କୁ ମିଳିଗଲେ ଭରସା ତା ଆଖିରେ ଫୁଟିବ ସୃଷ୍ଟି ଲାଗି ଅସୁମାରୀ ସ୍ୱପ୍ନ ତା ପାଇଁ ନାହିଁ କିଛି ଚିନ୍ତା ।।
ହେଲେ ସତରେ ମମତାକୁ କେବେ ମହତ୍ତ୍ୱପୂର୍ଣ୍ଣ ଭାବିବ କରି ଆବଶ୍ୟକତା
ସେତେବେଳକୁ ସରି ଯାଇଥିବ ଲିଭିଯାଇ ଦୀପ ରେ ଶୂନ୍ୟ ସଳିତା ବିଧାତା ସାହା
ତହାର ବିନା ଆଶୀର୍ବାଦରେ ଆଶ୍ଚର୍ଯ୍ୟ ଏ ପୃଥିବୀର ପରିଭାଷା ତା ସାହିତ୍ୟ ଅଲଗା
ତା ବିଚାର ବି ଅଲଗା ଦେଇ ଜାଣେ ନେବା ପାଇଁ ନାହିଁ ତା ସନନ୍ଦ ପତ୍ର ରେ ଲେଖା ।।
ମମତା ର କୋଟି ପୁଣ୍ୟ ସେ ସେହ୍ନର କୈଳାସ ପ୍ରେମ ର ମଧୁବନ ସେ ମଧୁଶ୍ଚର୍ଯ୍ୟାର ମହୋଦଧି ସହିତ ସମୃଦ୍ଧ।।
ସରିବ ନାହିଁ ନା କହଲେ ସମୟ ଅଣ୍ଠିବ ତା ହୃଦୟର ଦାନ ଏ ସୃଷ୍ଟି ପାଇଁ କେତେ ମହାନ ।।
ଲେଖକ : ବାବାଜୀ ଚରଣ ସାହୁ
ଠିକଣା : ଦକ୍ଷିଣ ଉଷୁମା, ଗବବସ୍ତ, ଫୁଲନଖରା, କଟକ







Comments