Search
ପାପ ସଂସାର ...
- ସ୍ୱପ୍ନାରାଣୀ ବିଶ୍ୱାଳ
- 5 days ago
- 1 min read
ଚାରିଆଡ଼େ ଏଠି ଯୌନ ପିଶାଚୁ ଯେ,
କେମିତି ଚାଲିବ ସଂସାର।
କୋମଳମତିଠୁ ଯୁବା-ବୃଦ୍ଧା ଯାଏ,
ତ୍ରାହି ନ ମିଳଇ କାହାର।
ରକ୍ତ ଶୋଷି ମାରେ ନର-ରାକ୍ଷସ ଟା,
କିଏ ନିଜେ ପିଇ ମରେ ଜହର।
ଆତ୍ମୀୟମାନଙ୍କ ବୁକୁଫଟା ଦୁଃଖ,
କରନ୍ତି କରୁଣ ଚିତ୍କାର।
ବଞ୍ଚିଯାଏ ଯିଏ ବାକି ଜୀବନ ଟା,
ହୋଇଯାଏ ପୋଡ଼ା ଅଙ୍ଗାର।
ଶୋଷିଲା ପରାଣ, ମାରୁବାଲି ମନ,
ଧର୍ଷିତ ନାମ ତା ସମାଜର।
ପାଦ ଥାପି ନାହିଁ ସିଏ ପୁଣି ହୁଏ,
ଗଣଦୁଷ୍କର୍ମର ଶିକାର।
ଏମିତି ପାପୀ ଙ୍କୁ କାହିଁକି ମା'ଲୋ,
ଧରିଛୁ କହ ତୋ ବକ୍ଷର।
ପ୍ରତି ମୁହୂର୍ତ୍ତରେ ନାରୀଟିଏ ହୁଏ,
କାମନା ଜୁଇରେ ସବାର।
ଏତେ ପାପ ଆଉ ସହନା ମା'ଲୋ,
ଘୋଡ଼ାଇ ପଣତ ତୋର।
ମଣିଷ ହୋଇ ଯେ ଅମଣିଷ ପରି,
କରୁଥାଏ ପଶୁ ଆଚାର।
ଜଳାର୍ଣ୍ଣବ ହୁଅ ଧରିତ୍ରୀ ମା'ଲୋ,
ଡୁବିଯାଉ ପାପ ସଂସାର।
ଲେଖିକା : ସ୍ୱପ୍ନାରାଣୀ ବିଶ୍ୱାଳ
ଠିକଣା : ଚାନ୍ଦବାଲି, ଭଦ୍ରକ







Comments