top of page

ପାପ ସଂସାର ...

ଚାରିଆଡ଼େ ଏଠି ଯୌନ ପିଶାଚୁ ଯେ,

କେମିତି ଚାଲିବ ସଂସାର।

କୋମଳମତିଠୁ ଯୁବା-ବୃଦ୍ଧା ଯାଏ,

ତ୍ରାହି ନ ମିଳଇ କାହାର।


​ରକ୍ତ ଶୋଷି ମାରେ ନର-ରାକ୍ଷସ ଟା,

କିଏ ନିଜେ ପିଇ ମରେ ଜହର।

ଆତ୍ମୀୟମାନଙ୍କ ବୁକୁଫଟା ଦୁଃଖ,

କରନ୍ତି କରୁଣ ଚିତ୍କାର।


​ବଞ୍ଚିଯାଏ ଯିଏ ବାକି ଜୀବନ ଟା,

ହୋଇଯାଏ ପୋଡ଼ା ଅଙ୍ଗାର।

ଶୋଷିଲା ପରାଣ, ମାରୁବାଲି ମନ,

ଧର୍ଷିତ ନାମ ତା ସମାଜର।


​ପାଦ ଥାପି ନାହିଁ ସିଏ ପୁଣି ହୁଏ,

ଗଣଦୁଷ୍କର୍ମର ଶିକାର।

ଏମିତି ପାପୀ ଙ୍କୁ କାହିଁକି ମା'ଲୋ,

ଧରିଛୁ କହ ତୋ ବକ୍ଷର।


ପ୍ରତି ମୁହୂର୍ତ୍ତରେ ନାରୀଟିଏ ହୁଏ,

କାମନା ଜୁଇରେ ସବାର।

​ଏତେ ପାପ ଆଉ ସହନା ମା'ଲୋ,

ଘୋଡ଼ାଇ ପଣତ ତୋର।


​ମଣିଷ ହୋଇ ଯେ ଅମଣିଷ ପରି,

କରୁଥାଏ ପଶୁ ଆଚାର।

ଜଳାର୍ଣ୍ଣବ ହୁଅ ଧରିତ୍ରୀ ମା'ଲୋ,

ଡୁବିଯାଉ ପାପ ସଂସାର।

ଲେଖିକା : ସ୍ୱପ୍ନାରାଣୀ ବିଶ୍ୱାଳ

ଠିକଣା : ଚାନ୍ଦବାଲି, ଭଦ୍ରକ


Recent Posts

See All
ସୁନ୍ଦର ସହର ମୋ ତାଳଚେର

ସୁନ୍ଦର ସହର ମୋ ତାଳଚେର ସିଏ ଯେ ଓଡିଶା ଶ୍ରେଷ୍ଠ ଅନ୍ୟ ନାମ ତାର କଳା ହୀରା ଗଡ଼ ଆଉ ଯେ ହିଙ୍ଗୁଳା ପୀଠ କୁଳୁ କୁଳୁ ହୋଇ କଳ କଳ ଦାନେ ମୋ ପ୍ରିୟ ସହର୍ ଦେଇ ଚିର ସ୍ରୋତସ୍ଵୈନି ସୁନ୍ଦର ବ୍ରହ୍ମଣି ଅବିରତ ଯାଏ ବହି ଭାରତ ପ୍ରସିଧ୍ୟ ରାଜ ନଅ

 
 
 
ତ୍ରିରଙ୍ଗା

ସବୁଠୁ ସୁନ୍ଦର ପତାକା ମୋର ତ୍ରିରଙ୍ଗା ଅଟଇ ନାମଟି ତାର । ଲମ୍ବ ଓସାର ତା ତିନି କି ଦୁଇ ତା ଠାରୁ ସୁନ୍ଦର ଆଉ କେ ନାଇଁ । ତିନି ରଙ୍ଗେ ଗଢ଼ା ତନୁ ତାହାର ମଧ୍ୟେ ଚକ୍ର ଆହା କି ମନୋହର । ଉପରି ଭାଗରେ ରଙ୍ଗ କେଶରୀ ବୀରତ୍ଵର ଗାଥା ରଖିଛି ଧରି ।

 
 
 
ହେ ଜଗା

ଜଗତ କରତା ପରମେଶ୍ବର ଗଢିଛନ୍ତି ନିଜ ବିଚିତ୍ର ରୂପ।। ଏମିତି ବିଚିତ୍ର ଦେବ ଟି ସିଏ ତା ଆଖି ଦେଖିଲେ ଗୁଣି କରି ନିଏ।। ଚକା ଚକା ତାର ଅଜବ ଆଖି ଅଶ୍ରୁ ଝରି ଯାଏ ସେ ଆଖି କୁ ଦେଖି।। ଗୋଡ ଅଧା ପୁଣି ହାତ ବି ଅଧା ସିଂହାସନ ରେ ପୁଣି ବସିଛି ସିଧା

 
 
 

Comments

Rated 0 out of 5 stars.
No ratings yet

Add a rating

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

  • Facebook
  • Twitter
  • YouTube
  • Pinterest
  • Instagram

+918328951229

average rating is 3 out of 5, based on 150 votes, Ratings
  • Instagram

©2021 by Malhar E-magazine.

bottom of page