top of page

ମୋ ସୁନୟନା ...

  • ଶୁଭଙ୍କର ସାହୁ
  • 4 days ago
  • 1 min read

(କ)

ଚନ୍ଦନ ମହକୁଛି ଫୁଲ ବି ମହକୁଛି

ତୁମରି ସ୍ପର୍ଶ ମାତ୍ରେ ହାତେ ରଙ୍ଗ ତୁଳୀ ଆଙ୍କେ ତୁମ ଛବି

ମୋହର ପ୍ରେମ ପତ୍ରେ ।

(ଖ)

ନାନା ରଙ୍ଗ ଫୁଲ ଫୁଟିଛି ବାଡ଼ିରେ

ତଥାପି ତୁମକୁ ଚାହେଁ

କି ଅତର ମାଖି ଆସିଲ ଗୋ ପ୍ରିୟା

ତୁମରି ସୁନେଲୀ ଦେହେ।


(ଗ)

ରାତି ଲାଗେ ଦିନ ଦିନ ଲାଗେ ରାତି

ତୁମକୁ ଦେଖିଲା ପରଠୁ

କି ମଧୁର କଥା କି ମଧୁର ଗୀତି

ଶୁଣିଛି ତୁମରି ଓଠୁ।


(ଘ)

ତୁମରି ଜାଲରେ ଛନ୍ଦିଗଲି ଆଜି

କି ଯାଦୁ କରିଛ ପ୍ରିୟା

ତୁମେ ମୋହର ମୋ ସ୍ୱପ୍ନର

ହୋଇଛ ନୂତନ ସାହା ।


(ଙ)

ସୁନ୍ଦର ନୟନ ନୟନେ ପୂରିତ

ନୀଳ ଢେଉର ଜ୍ୟୋତ୍ସ୍ନା

ଆଦି ତୁମ ଠାରେ ଅନ୍ତ ତୁମ ଠାରେ

ଆଗ ମୋ ସୁନୟନା ।

ଲେଖକ : ଶ୍ରୀ ଶୁଭଙ୍କର ସାହୁ

ଠିକଣା : ଛାନୁଆ , ବାଲେଶ୍ୱର

Recent Posts

See All
ପରଂବ୍ରହ୍ମ ...

(୧) ତୁମେ ହିଁ ଆଦି ତୁମେ ହିଁ ତ ଅନ୍ତ ।। କୋଟି ପରଂବ୍ରହ୍ମ ମୋର ତୁମେ ହିଁ ତ ଅନନ୍ତ ।। (୨) ସକଳ ସୃଷ୍ଟିର ଆଦିଓଁକାର ଗାଇ ଉଠେ ଏ ମନ ।। ବୀଣାଝଙ୍କାରର ତୁମେ ଆବାହକ ନାଚ଼ି ଉଠେ ଏ ବୃନ୍ଦାବନ ।।

 
 
 
ପାପ ସଂସାର ...

ଚାରିଆଡ଼େ ଏଠି ଯୌନ ପିଶାଚୁ ଯେ, କେମିତି ଚାଲିବ ସଂସାର। କୋମଳମତିଠୁ ଯୁବା-ବୃଦ୍ଧା ଯାଏ, ତ୍ରାହି ନ ମିଳଇ କାହାର। ​ରକ୍ତ ଶୋଷି ମାରେ ନର-ରାକ୍ଷସ ଟା, କିଏ ନିଜେ ପିଇ ମରେ ଜହର। ଆତ୍ମୀୟମାନଙ୍କ ବୁକୁଫଟା ଦୁଃଖ, କରନ୍ତି କରୁଣ ଚିତ୍କାର। ​ବଞ୍

 
 
 
ଭାବନାରେ ସୁଭ୍ରାନ୍ତ ...

ଭାବନା, ନା ଆଜିର ନା କାଲିର ଭାବନା ପ୍ରତ୍ୟେକ ଦିନର ଜଣାନାହିଁ ଭାବନା କେଉଁ ଘଟଣାର ଦୈନନ୍ଦିନ ଜୀବନରେ ଘଟୁଥାଏ ଅନେକ ପ୍ରକାର ଘଟଣା କେବେ ଆଗକୁ ବଢିବାର ରାହା ଦେଖୁଥାଏ ତ, କେବେ ମନହୁଏ ବାଟବଣା ll କେବେ ମନରେ ପରମାନନ୍ଦ ଖୁସିରେ ଲହରୀର ଢେଉ

 
 
 

Comments

Rated 0 out of 5 stars.
No ratings yet

Add a rating

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

Subscribe Form

Thanks for submitting!

+918328951229

average rating is 3 out of 5, based on 150 votes, Ratings
  • Facebook
  • Twitter
  • YouTube
  • Pinterest
  • Instagram
  • Instagram

©2021 by Malhar E-magazine.

bottom of page