top of page

ମୋ ସୁନୟନା ...

(କ)

ଚନ୍ଦନ ମହକୁଛି ଫୁଲ ବି ମହକୁଛି

ତୁମରି ସ୍ପର୍ଶ ମାତ୍ରେ ହାତେ ରଙ୍ଗ ତୁଳୀ ଆଙ୍କେ ତୁମ ଛବି

ମୋହର ପ୍ରେମ ପତ୍ରେ ।

(ଖ)

ନାନା ରଙ୍ଗ ଫୁଲ ଫୁଟିଛି ବାଡ଼ିରେ

ତଥାପି ତୁମକୁ ଚାହେଁ

କି ଅତର ମାଖି ଆସିଲ ଗୋ ପ୍ରିୟା

ତୁମରି ସୁନେଲୀ ଦେହେ।


(ଗ)

ରାତି ଲାଗେ ଦିନ ଦିନ ଲାଗେ ରାତି

ତୁମକୁ ଦେଖିଲା ପରଠୁ

କି ମଧୁର କଥା କି ମଧୁର ଗୀତି

ଶୁଣିଛି ତୁମରି ଓଠୁ।


(ଘ)

ତୁମରି ଜାଲରେ ଛନ୍ଦିଗଲି ଆଜି

କି ଯାଦୁ କରିଛ ପ୍ରିୟା

ତୁମେ ମୋହର ମୋ ସ୍ୱପ୍ନର

ହୋଇଛ ନୂତନ ସାହା ।


(ଙ)

ସୁନ୍ଦର ନୟନ ନୟନେ ପୂରିତ

ନୀଳ ଢେଉର ଜ୍ୟୋତ୍ସ୍ନା

ଆଦି ତୁମ ଠାରେ ଅନ୍ତ ତୁମ ଠାରେ

ଆଗ ମୋ ସୁନୟନା ।

ଲେଖକ : ଶ୍ରୀ ଶୁଭଙ୍କର ସାହୁ

ଠିକଣା : ଛାନୁଆ , ବାଲେଶ୍ୱର

Recent Posts

See All
ସୁନ୍ଦର ସହର ମୋ ତାଳଚେର

ସୁନ୍ଦର ସହର ମୋ ତାଳଚେର ସିଏ ଯେ ଓଡିଶା ଶ୍ରେଷ୍ଠ ଅନ୍ୟ ନାମ ତାର କଳା ହୀରା ଗଡ଼ ଆଉ ଯେ ହିଙ୍ଗୁଳା ପୀଠ କୁଳୁ କୁଳୁ ହୋଇ କଳ କଳ ଦାନେ ମୋ ପ୍ରିୟ ସହର୍ ଦେଇ ଚିର ସ୍ରୋତସ୍ଵୈନି ସୁନ୍ଦର ବ୍ରହ୍ମଣି ଅବିରତ ଯାଏ ବହି ଭାରତ ପ୍ରସିଧ୍ୟ ରାଜ ନଅ

 
 
 
ତ୍ରିରଙ୍ଗା

ସବୁଠୁ ସୁନ୍ଦର ପତାକା ମୋର ତ୍ରିରଙ୍ଗା ଅଟଇ ନାମଟି ତାର । ଲମ୍ବ ଓସାର ତା ତିନି କି ଦୁଇ ତା ଠାରୁ ସୁନ୍ଦର ଆଉ କେ ନାଇଁ । ତିନି ରଙ୍ଗେ ଗଢ଼ା ତନୁ ତାହାର ମଧ୍ୟେ ଚକ୍ର ଆହା କି ମନୋହର । ଉପରି ଭାଗରେ ରଙ୍ଗ କେଶରୀ ବୀରତ୍ଵର ଗାଥା ରଖିଛି ଧରି ।

 
 
 
ହେ ଜଗା

ଜଗତ କରତା ପରମେଶ୍ବର ଗଢିଛନ୍ତି ନିଜ ବିଚିତ୍ର ରୂପ।। ଏମିତି ବିଚିତ୍ର ଦେବ ଟି ସିଏ ତା ଆଖି ଦେଖିଲେ ଗୁଣି କରି ନିଏ।। ଚକା ଚକା ତାର ଅଜବ ଆଖି ଅଶ୍ରୁ ଝରି ଯାଏ ସେ ଆଖି କୁ ଦେଖି।। ଗୋଡ ଅଧା ପୁଣି ହାତ ବି ଅଧା ସିଂହାସନ ରେ ପୁଣି ବସିଛି ସିଧା

 
 
 

Comments

Rated 0 out of 5 stars.
No ratings yet

Add a rating

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

  • Facebook
  • Twitter
  • YouTube
  • Pinterest
  • Instagram

+918328951229

average rating is 3 out of 5, based on 150 votes, Ratings
  • Instagram

©2021 by Malhar E-magazine.

bottom of page