ମୋ ସୁନୟନା ...
(କ) ଚନ୍ଦନ ମହକୁଛି ଫୁଲ ବି ମହକୁଛି ତୁମରି ସ୍ପର୍ଶ ମାତ୍ରେ ହାତେ ରଙ୍ଗ ତୁଳୀ ଆଙ୍କେ ତୁମ ଛବି ମୋହର ପ୍ରେମ ପତ୍ରେ । (ଖ) ନାନା ରଙ୍ଗ ଫୁଲ ଫୁଟିଛି ବାଡ଼ିରେ ତଥାପି ତୁମକୁ ଚାହେଁ କି ଅତର ମାଖି ଆସିଲ ଗୋ ପ୍ରିୟା ତୁମରି ସୁନେଲୀ ଦେହେ। (ଗ) ରାତି ଲାଗେ ଦିନ ଦିନ ଲାଗେ ରାତି ତୁମକୁ ଦେଖିଲା ପରଠୁ କି ମଧୁର କଥା କି ମଧୁର ଗୀତି ଶୁଣିଛି ତୁମରି ଓଠୁ। ...