Search
ପରଂବ୍ରହ୍ମ ...
- ସତ୍ୟବାନ ବେହେରା
- 5 days ago
- 1 min read
(୧)
ତୁମେ ହିଁ ଆଦି
ତୁମେ ହିଁ ତ ଅନ୍ତ ।।
କୋଟି ପରଂବ୍ରହ୍ମ ମୋର
ତୁମେ ହିଁ ତ ଅନନ୍ତ ।।
(୨)
ସକଳ ସୃଷ୍ଟିର ଆଦିଓଁକାର
ଗାଇ ଉଠେ ଏ ମନ ।।
ବୀଣାଝଙ୍କାରର ତୁମେ ଆବାହକ
ନାଚ଼ି ଉଠେ ଏ ବୃନ୍ଦାବନ ।।
(୩)
ସକଳ ସୃଷ୍ଟିର ତୁମେ ତ ନାୟକ
କୋଟି ଓଡ଼ିଆଙ୍କ ତୁହି ଯେ ମାଲିକ।।
କେବେ ତୁ ଅଝଟିଆ ପୁଣି ରାଗି
ବଡ଼ ଦରଦୀ କାଳିଆ ସବୁରି ସହଭାଗୀ।।
(୪)
ଆନନ୍ଦ ବଜାରେ ନିରାନନ୍ଦ ତୁହି
ଆପଣା ପର ତୁ କେବେ ନ କରଇ।।
କୋଟି ଓଡ଼ିଆଙ୍କ ତୁମେ ଦାରୁବ୍ରହ୍ମ
କେବେ ତୁ ଇଶ୍ଵର ପୁଣି ପରଂବ୍ରହ୍ମ ।।
ଲେଖକ : ଶ୍ରୀ ସତ୍ୟବାନ ବେହେରା
ଠିକଣା : ବାଙ୍କିପଦା, ବାଲେଶ୍ଵର







Comments