ପରଂବ୍ରହ୍ମ ...
(୧) ତୁମେ ହିଁ ଆଦି ତୁମେ ହିଁ ତ ଅନ୍ତ ।। କୋଟି ପରଂବ୍ରହ୍ମ ମୋର ତୁମେ ହିଁ ତ ଅନନ୍ତ ।। (୨) ସକଳ ସୃଷ୍ଟିର ଆଦିଓଁକାର ଗାଇ ଉଠେ ଏ ମନ ।। ବୀଣାଝଙ୍କାରର ତୁମେ ଆବାହକ ନାଚ଼ି ଉଠେ ଏ ବୃନ୍ଦାବନ ।। (୩) ସକଳ ସୃଷ୍ଟିର ତୁମେ ତ ନାୟକ କୋଟି ଓଡ଼ିଆଙ୍କ ତୁହି ଯେ ମାଲିକ।। କେବେ ତୁ ଅଝଟିଆ ପୁଣି ରାଗି ବଡ଼ ଦରଦୀ କାଳିଆ ସବୁରି ସହଭାଗୀ।। (୪) ଆନନ୍ଦ ବଜାରେ ନିରାନନ୍ଦ ତୁହି ଆପଣା ପର ତୁ କେବେ ନ କରଇ।। କୋଟି ଓଡ଼ିଆଙ୍କ ତୁମେ ଦାରୁବ୍ରହ୍ମ କେବେ ତୁ ଇଶ୍ଵର ପୁଣି ପରଂବ୍ରହ୍ମ ।। ଲେଖକ : ଶ୍ରୀ ସତ୍ୟବାନ ବେହେରା ଠିକଣା : ...