top of page

ମୋ କାହାଣୀର ନାୟିକା...

ଶୁଣିଥିଲି ପରୀ ରୁହନ୍ତି ସ୍ୱର୍ଗରେ

ମୋ ମା କୁ ଦେଖି ବିଶ୍ୱାସ କରିପାରିଲିନି ସତରେ |

କୁହୁକ ବାଡ଼ି ଧରି ପରୀ ପୁରା କରେ ଇଚ୍ଛା ସମସ୍ତଙ୍କରି,

ମା' ଇଛା ପୁରା କରେ ନିଜ ପିଲାର ମନ ଜାଣି |

"ଦଶ ମାସ ଗର୍ଭରେ ଧରି

ତୁ ବୋଲାଉ ମା ର ନାମେ |

ମୋ କଅଁଳ ହାତ କୁ ଧରି

ଚୁମି ଥିଲୁ ମତେ ଯେବେ,

ପ୍ରେମର ପ୍ରଥମ ଛୁଆଁ

ପାଇଥିଲି ବା ସେବେ |

ଦେଖେଇ ଜହ୍ନ ମାମୁଁ,

କହୁ କେତେ ଗପ |

ମା ଲୋ ତୋ ବିନା କେହି

ବୁଝି ପାରନ୍ତିନି ମତେ |

ଅଝଟ କଲେ ମାରୁ ମତେ,

ପୁଣି ସନ୍ଧ୍ୟା ହେଲେ ଆକଟ କରୁ |

ଠିଆ ହେଲେ ପୁରା ଦୁନିଆ ମୋ ବିପକ୍ଷ ରେ,

ତୁ ରହୁ ସବୁବେଳେ ମୋ ସାଥିରେ |


ମୋ ମନର ତୁ ଦେଵୀ,

ମୋ ପାଇଁ ତୁ ସବୁ କିଛି,

ମୋର ପ୍ରଥମ ପ୍ରେମ,

ମୋ ଉଡିବାର ଡେଣା,

ଅନ୍ଧାରରେ ଆଲୋକ,

ସକାଳର ଆରମ୍ଭ,

ଓଠର ହସ,

ଛାତିର ସ୍ପନ୍ଦନ,

ମା ' ତୁ ମୋ ଜୀବନ |

ଏ ଜନମେ ମା କେବେ ଶୁଝିପାରିବିନି ତୋର ଋଣ

ହେଲେ ଦେବିନି କେବେ ତୋ ଆଖିରେ ଲୁହ |

ଲେଖିକା : ତପସ୍ୱିନୀ ସାହୁ

ଠିକଣା : ଡମଣା, ଭୁବନେଶ୍ୱର


Recent Posts

See All
ମୋ ଜୀବନର ଅନ୍ତରାଳେ

ଦିନର ଆଲୋକ କିପରି କହିବି ‎ ରାତିର ଅନ୍ଧକାର କେତେ ‎ ସଜ ଫୁଲ ଟିଏ କିପରି କହିବ ‎ ମଉଳା ଫୁଲ ର ଦୁଃଖ କେତେ ।। ‎ ‎ ଦୂର ଆକାଶ ରେ ହସୁଥିବା ଜହ୍ନ ‎ ସପନ ସଭିଙ୍କ ପାଇଁ ‎ ଘନ ଅରଣ୍ୟ ର କଅଁଳ ପରଶ ‎ ଝୁରୁଛି ଟାଙ୍ଗରା ଭୂଇଁ ।। ‎ ‎ ଆଜିର ସମା

 
 
 
ସୁନ୍ଦର ସହର ମୋ ତାଳଚେର

ସୁନ୍ଦର ସହର ମୋ ତାଳଚେର ସିଏ ଯେ ଓଡିଶା ଶ୍ରେଷ୍ଠ ଅନ୍ୟ ନାମ ତାର କଳା ହୀରା ଗଡ଼ ଆଉ ଯେ ହିଙ୍ଗୁଳା ପୀଠ କୁଳୁ କୁଳୁ ହୋଇ କଳ କଳ ଦାନେ ମୋ ପ୍ରିୟ ସହର୍ ଦେଇ ଚିର ସ୍ରୋତସ୍ଵୈନି ସୁନ୍ଦର ବ୍ରହ୍ମଣି ଅବିରତ ଯାଏ ବହି ଭାରତ ପ୍ରସିଧ୍ୟ ରାଜ ନଅ

 
 
 
ଶୀତ ତୁ ଯାଆନା ଛାଡି

ଶୀତ ତୁ ଯା ନାଁ ଛାଡି ଆଉ ସେ ଉଷୁମ କନ୍ଥା ପାରିବିନି ଘୋଡେଇ ପ୍ରିୟାକୁ ମୋହର ପାରିବିନି ଭିଡି ଶୀତ ତୁ ଯା ନାଁ ମୋତେ ଛାଡି। କଅଁଳ କାକର ଟୋପା ଶୁଭ ସକାଳର କୁହୁଡି ସବୁତକ ଯାଉଛି ଉଡିଉଡି ଶୀତ ତୁ ଯା ନାଁ ମୋତେ ଛାଡି। ସଞ୍ଜ ସକାଳେ ସାଙ୍ଗ ମେ

 
 
 

Comments

Rated 0 out of 5 stars.
No ratings yet

Add a rating

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

Subscribe Form

Thanks for submitting!

+918328951229

average rating is 3 out of 5, based on 150 votes, Ratings
  • Facebook
  • Twitter
  • YouTube
  • Pinterest
  • Instagram
  • Instagram

©2021 by Malhar E-magazine.

bottom of page