ତୁ
ତୁ ଭାରି ମନେ ପଡ଼ୁ ତୁ ମୋର ହେଲେ କାହିଁକି -----? ଜାଣିନି କାହିଁକି ଆଉ କଣ ପାଇଁ ତେବେ କିଛି କାରଣ ହିଁ ନାହିଁ କିନ୍ତୁ ଗୋଲାପୀ ସଞ୍ଜ ରେ ଆଉ ନିରୋଳା ମୁହୂର୍ତ୍ତ ର ମଧ୍ୟlନ୍ତର ରେ ଭାରି ମନେ ପଡ଼ୁ ତୁ ମୋର ହଁ ସେତିକି ସମ୍ପର୍କ ଟା ନିବିଡ଼ ବୋଲି ଆଉ ମୁଁ ତୋର ବେଶୀ ନିଜର ବୋଲି ଥରେ ଫେରି ଯାନ୍ତି କି ସେ ପଛକୁ ଯୋଉଠି ତୋ କୋଳ ରେ ମୋ ପିଲାଦିନ କୁ ହଜେଇଦେଇଛି..... ଯେବେ ନିଜ ହାତ ରେ ମୁଁ ଖାଇବା ଅପେକ୍ଷା ତୋ ହାତ ରେ ଖାଇବାକୁ ଅଳି କରି ବସୁଥିଲି ମା...... ଆଉ ଥରେ ସେ ମା ଡାକ ରେ ଫେରି ଆସନ୍ତା କି ମୋ ହଜିଲା ଦିନ ର ସ୍ମୃତି ସବୁ ଯାହାକୁ ସାଉଁଟି ବାକୁ ଭାରି ବିକଳ ହୁଏ ଏ ମନ ଆଉ ହୃଦୟ ମା ---- ତୁ...