top of page

କାଗଜ ଫୁଲ ...

  • ଚିତ୍ତରଞ୍ଜନ ମେହେର
  • Nov 3, 2025
  • 1 min read

ଆଜି କାଲି ଘରେ ଘରେ ଗୋଲାପ ଗଛ

ଗୋଲାପକୁ ସମସ୍ତେ ଭଳ ମଧ୍ୟ ପାଆନ୍ତି

ଯେତେ ବେଳେ ମୋତେ ଟିକେ ଜାଗା ଦେବାକୁ କୁହେ

ସେତେ ବେଳେ ସେମାନେ ଟିକେ

ନାରାଜ ହୋଇ ଯାଆନ୍ତି ..!

ଆଉ କୁହନ୍ତି ତୋର ତୋ ବାସ୍ନା ନାହିଁ ,

ତୋତେ ପୁଣି ମୁଁ ଘରେ ରଖି କଣ କରିବି ...?

ଯିଏ ବି ମତେ ଟିକେ ଜାଗା ଦିଏ

ମୁଁ ତା ଅଗଣା ସାରା ଖେଳି ଯାଏ

ମୋତେ ଆସି ସମସ୍ତେ ଦେଖୁ ଥିବେ ...!

ମୋର ବାସ୍ନା ନ ଥିଲେ ମଧ୍ୟ ଦେଖିବାକୁ ସୁନ୍ଦର୍ ଲାଗେ

ମୋତେ କେହି ତୋଳି କି ଯଦି ଗୁଞ୍ଚ କରେ

ତା ' ହେଲେ ମୁଁ ଆହୁରି ମନ ଲୋଭା ଦେଖା ଯାଏ...!

ପ୍ରେମିକ ପାଖରେ ଯାଇ ପାରେ ନାହିଁ ହେଲେ

ସେ ପ୍ରେମିକ ଯୁଗଳ ମାନେ ମୋ ପାଖରେ ଆସି କଥା ହୁଅନ୍ତି

ମୋ ସହ କେତେ ଫୋଟୋ ଉଠାଇ ଥାଆନ୍ତି ...!

ବାସ୍ନା ନାହିଁ ମୋ ଦେହରେ ସିନା

ମୁଁ ନିଷ୍ଠୁର ନୁହେଁ ....

ମୋତେ ସିନା କେହି ଭଳ ପାଆନ୍ତି ନାହିଁ,

ମୁଁ ସମସ୍ତଙ୍କୁ ଆପଣା କରଇ...!

ଲେଖକ/ଲେଖିକା : ଚିତ୍ତରଞ୍ଜନ ମେହେର

ଠିକଣା : ଭବାନୀପାଟଣା , କଳାହାଣ୍ଡି, ଓଡ଼ିଶା

Recent Posts

See All
ମୋ ସୁନୟନା ...

(କ) ଚନ୍ଦନ ମହକୁଛି ଫୁଲ ବି ମହକୁଛି ତୁମରି ସ୍ପର୍ଶ ମାତ୍ରେ ହାତେ ରଙ୍ଗ ତୁଳୀ ଆଙ୍କେ ତୁମ ଛବି ମୋହର ପ୍ରେମ ପତ୍ରେ । (ଖ) ନାନା ରଙ୍ଗ ଫୁ

 
 
 
ପରଂବ୍ରହ୍ମ ...

(୧) ତୁମେ ହିଁ ଆଦି ତୁମେ ହିଁ ତ ଅନ୍ତ ।। କୋଟି ପରଂବ୍ରହ୍ମ ମୋର ତୁମେ ହିଁ ତ ଅନନ୍ତ ।। (୨) ସକଳ ସୃଷ୍ଟିର ଆଦିଓଁକାର ଗାଇ ଉଠେ ଏ ମନ ।। ବୀଣାଝଙ୍କାରର ତୁମେ ଆବାହକ ନାଚ଼ି ଉଠେ ଏ ବୃନ୍ଦାବନ ।।

 
 
 
ପାପ ସଂସାର ...

ଚାରିଆଡ଼େ ଏଠି ଯୌନ ପିଶାଚୁ ଯେ, କେମିତି ଚାଲିବ ସଂସାର। କୋମଳମତିଠୁ ଯୁବା-ବୃଦ୍ଧା ଯାଏ, ତ୍ରାହି ନ ମିଳଇ କାହାର। ​ରକ୍ତ ଶୋଷି ମାରେ ନର-ରାକ୍ଷସ ଟା, କିଏ ନିଜେ ପିଇ ମରେ ଜହର। ଆତ୍ମୀୟମାନଙ୍କ ବୁକୁଫଟା ଦୁଃଖ, କରନ୍ତି କରୁଣ ଚିତ୍କାର। ​ବଞ୍

 
 
 

Comments

Rated 0 out of 5 stars.
No ratings yet

Add a rating

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

Subscribe Form

Thanks for submitting!

+918328951229

average rating is 3 out of 5, based on 150 votes, Ratings
  • Facebook
  • Twitter
  • YouTube
  • Pinterest
  • Instagram
  • Instagram

©2021 by Malhar E-magazine.

bottom of page