top of page

ମନ ରୁ ପଦଟିଏ ମନ ର ମଣିଷ ପାଇଁ...

ପରିବାର ଖୁସି ପାଇଁ ନିଜ ଆଶା ଓ ଖୁସି କୁ ତ୍ୟାଗ କରି ଆସୁଥିବା ଝିଅଟିଏ, ସେଇ ତ୍ୟାଗ ର ମୂଲ୍ୟ ବୁଝି ଯିବ ନା ତୁମେ ।


ମୁଁ ଏମିତି ହିଁ ଟିକେ,ସମ୍ଭାଳି ପାରିବ ନା ତୁମେ ।


ମନରେ ଅନେକ କୋହ ଚାପି ଆଖୁରୁ ଲୁହ ଝରାଉ ଥୂବା ଝିଅଟିଏ, କୋହ କୁ ବୁଝି ଲୁହ କୁ ପୋଛି ଦେବ ନା ତୁମେ ।


ଟିକେ ରାଗି ଭାରି ଅଭିମାନୀ ଝିଅଟିଏ ଯଦି କେବେ ରାଗରେ କିଛି କହିଦିଏ, କଥା ନ ଧରି ସମ୍ଭାଳି ନେବ ନା ତୁମେ ।


ସବୁ ଶୁଣି ନୀରବ ରହି ଦୁଃଖ ଲୁଚାଇ ଉପରେ ହସି ଦେଉଥ‌ିବା ଝିଅଟିଏ, ନୀରବତା ବୁଝି ମିଛ ହସ କୁ ପରଖୁ ପାରିବ ନା ତୁମେ I


ଭାଗ୍ୟ ଓ ଭଗବାନ ଙ୍କୁ ଭରଷା କରୁଥିବା ଝିଅଟି, ତୁମ ପରି ସାଥ୍‌ ପାଇଛି ସାତ ଜନ୍ମ ପାଇଁ ମୋ ହାତ ଧରି ଚାଲି ପାରିବ ନା ତୁମେ ।

ମୁଁ ଏମିତି ହିଁ ଟିକେ ସମ୍ଭାଳି ପାରିବ ନା ତୁମେ.......

ରଚନା : ଅଙ୍କିତା ବେହେରା

ଠିକଣା : ତୁଳସୀପୁର, କଟକ

Recent Posts

See All
ସୁନ୍ଦର ସହର ମୋ ତାଳଚେର

ସୁନ୍ଦର ସହର ମୋ ତାଳଚେର ସିଏ ଯେ ଓଡିଶା ଶ୍ରେଷ୍ଠ ଅନ୍ୟ ନାମ ତାର କଳା ହୀରା ଗଡ଼ ଆଉ ଯେ ହିଙ୍ଗୁଳା ପୀଠ କୁଳୁ କୁଳୁ ହୋଇ କଳ କଳ ଦାନେ ମୋ ପ୍ରିୟ ସହର୍ ଦେଇ ଚିର ସ୍ରୋତସ୍ଵୈନି ସୁନ୍ଦର ବ୍ରହ୍ମଣି ଅବିରତ ଯାଏ ବହି ଭାରତ ପ୍ରସିଧ୍ୟ ରାଜ ନଅ

 
 
 
ତ୍ରିରଙ୍ଗା

ସବୁଠୁ ସୁନ୍ଦର ପତାକା ମୋର ତ୍ରିରଙ୍ଗା ଅଟଇ ନାମଟି ତାର । ଲମ୍ବ ଓସାର ତା ତିନି କି ଦୁଇ ତା ଠାରୁ ସୁନ୍ଦର ଆଉ କେ ନାଇଁ । ତିନି ରଙ୍ଗେ ଗଢ଼ା ତନୁ ତାହାର ମଧ୍ୟେ ଚକ୍ର ଆହା କି ମନୋହର । ଉପରି ଭାଗରେ ରଙ୍ଗ କେଶରୀ ବୀରତ୍ଵର ଗାଥା ରଖିଛି ଧରି ।

 
 
 
ହେ ଜଗା

ଜଗତ କରତା ପରମେଶ୍ବର ଗଢିଛନ୍ତି ନିଜ ବିଚିତ୍ର ରୂପ।। ଏମିତି ବିଚିତ୍ର ଦେବ ଟି ସିଏ ତା ଆଖି ଦେଖିଲେ ଗୁଣି କରି ନିଏ।। ଚକା ଚକା ତାର ଅଜବ ଆଖି ଅଶ୍ରୁ ଝରି ଯାଏ ସେ ଆଖି କୁ ଦେଖି।। ଗୋଡ ଅଧା ପୁଣି ହାତ ବି ଅଧା ସିଂହାସନ ରେ ପୁଣି ବସିଛି ସିଧା

 
 
 

Comments

Rated 0 out of 5 stars.
No ratings yet

Add a rating

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

  • Facebook
  • Twitter
  • YouTube
  • Pinterest
  • Instagram

+918328951229

average rating is 3 out of 5, based on 150 votes, Ratings
  • Instagram

©2021 by Malhar E-magazine.

bottom of page