top of page

କବିର ବେଦନା...

  • Writer: ବିଶ୍ୱରୂପା ସ୍ୱାଇଁ
    ବିଶ୍ୱରୂପା ସ୍ୱାଇଁ
  • Sep 28
  • 1 min read

କିଏ ବା ବୁଝିବ ଏକ କବିର ବେଦନା...

ତା' ଜୀବନେ ସେ ସହିଛି କେତେ ଯେ,ଯାତନା ।

ଭାବନା ରାଇଜେ ଭାବ ବିହ୍ଵଳିତ ହୋଇ,

ରାତି ପାହେ ତା' ଅଜ୍ଞାତେ ପାରେନାହିଁ ଶୋଇ

କେତେ ରାଗ ରସ ରଙ୍ଗ ଦେଇଥାଏ ବୋଳି,

କବିତା କାମିନୀ ରୂପ ଦେବାପାଇଁ ତୋଳି।

କେବେ ସେ କାମିନୀ ତା'ର ପ୍ରେମ ପ୍ରଣୟିନୀ,

ଆଉ କେବେ ସେ ନାୟିକା ସାଜେ ବିରହିଣୀ।

କବିର କଲମେ ଆହା କେଉଁ ଶକ୍ତି ଅଛି

କ୍ଷଣକେ ଅଶାନ୍ତି ମନ ଦେଇଥାଏ ତୋଷି।

ହେଲେ ଏ ଯନ୍ତ୍ର ଯୁଗରେ କବିର ଭାବନା,

ଯାନ୍ତ୍ରିକ ମଣିଷ ହାସ୍ୟ ହୁଏ ବିଡମ୍ବନା ।

ସେ କାହୁଁ ବୁଝିବ ଏକ କବିର ବେଦନା,

ତା' ମନରେ ଖେଳୁଅଛି ନବ ଉନ୍ମାଦନା..!

ପାଠକକୁ କେବେ ଦିଏ ଶୃଙ୍ଗାରେ ରସେଇ,

କରୁଣ ରସରେ କେବେ ଦିଏ ସେ ଭସେଇ।

ହାସ୍ୟ ଓ କରୁଣ ଆଦି ଅନେକ ରସରେ,

ପାଠକ ହୃଦୟେ ନବ ଭାବନା ସଞ୍ଚାରେ।

ଲେଖିକା : ବିଶ୍ୱରୂପା ସ୍ୱାଇଁ

ଠିକଣା : ନୂଆଗାଁ, ଜଗତସିଂହପୁର

Recent Posts

See All
ଏଇତ ଜୀବନ...

ଭାଗ୍ୟ ତ ଖେଳୁଛି ଲୁଚକାଳି ଖେଳ ସମୟ କୁ କରି ସାଥୀ କର୍ମ କରିଚାଲ ନିସ୍ବାର୍ଥ ମନ ରେ ଦୁଃଖ ର ଘଟିବ ଇତି ସ୍ବାର୍ଥପର ଏଇ ଦୁନିଆ ଭିତରେ ମଣିଷ ପଣିଆଁ ଲୋଡ଼ା ପେଟର...

 
 
 

1 Comment

Rated 0 out of 5 stars.
No ratings yet

Add a rating
Sisir_kumar
Sep 28
Rated 5 out of 5 stars.

Nice Line

Like

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

Subscribe Form

Thanks for submitting!

+918328951229

average rating is 3 out of 5, based on 150 votes, Ratings
  • Facebook
  • Twitter
  • YouTube
  • Pinterest
  • Instagram
  • Instagram

©2021 by Malhar E-magazine.

bottom of page