top of page

ଏଇତ ଜୀବନ...

  • Writer: ବିଶ୍ୱରୂପା ସ୍ୱାଇଁ
    ବିଶ୍ୱରୂପା ସ୍ୱାଇଁ
  • Sep 27, 2025
  • 1 min read

Updated: Sep 28, 2025

ଭାଗ୍ୟ ତ ଖେଳୁଛି ଲୁଚକାଳି ଖେଳ

ସମୟ କୁ କରି ସାଥୀ

କର୍ମ କରିଚାଲ ନିସ୍ବାର୍ଥ ମନ ରେ

ଦୁଃଖ ର ଘଟିବ ଇତି

ସ୍ବାର୍ଥପର ଏଇ ଦୁନିଆ ଭିତରେ

ମଣିଷ ପଣିଆଁ ଲୋଡ଼ା

ପେଟର ଭୋକକୁ ଚିହ୍ନିବା ଲୋକଟି

ମଣିଷି ଭିତରେ ଗଢ଼ା

ମାଟିର ଶରୀର ମାଟିରେ ମିଶିବ

ମିଛେ କର ଅଭିମାନ

ସୁ-କର୍ମ ବଳରେ ବଳିଆନ ହେବ

କୁ–କର୍ମେ ହୋଇବ ଲୀନ ।।

ଛାଡ଼ି ଇର୍ଷା ଭାବ କାମନା ଲାଳସା

ବଦଳାଇ ନିଜ ମତି

ଦେଇ ସ୍ନେହ ଶ୍ରଦ୍ଧା ଢ଼ାଳ ପ୍ରେମ ବର୍ଷା

ନିଶ୍ଚୟ ଲଭିବ ଶାନ୍ତି।

ମାନବ ଜୀବନ ଦୁଃର୍ଲଭ ଜୀବନ

କରନାହିଁ ଅପଚୟ

ଦୁଃଖୀର ଦୁଃଖରେ ସୁଖ ଭରିଦିଅ

ସଂସାରେ ହୋଇବ ଜୟ।।


ଲେଖିକା : ବିଶ୍ୱରୂପା ସ୍ୱାଇଁ

ଠିକଣା : ନୂଆଗାଁ, ଜଗତସିଂହପୁର

Recent Posts

See All
ମୋ ସୁନୟନା ...

(କ) ଚନ୍ଦନ ମହକୁଛି ଫୁଲ ବି ମହକୁଛି ତୁମରି ସ୍ପର୍ଶ ମାତ୍ରେ ହାତେ ରଙ୍ଗ ତୁଳୀ ଆଙ୍କେ ତୁମ ଛବି ମୋହର ପ୍ରେମ ପତ୍ରେ । (ଖ) ନାନା ରଙ୍ଗ ଫୁ

 
 
 
ପରଂବ୍ରହ୍ମ ...

(୧) ତୁମେ ହିଁ ଆଦି ତୁମେ ହିଁ ତ ଅନ୍ତ ।। କୋଟି ପରଂବ୍ରହ୍ମ ମୋର ତୁମେ ହିଁ ତ ଅନନ୍ତ ।। (୨) ସକଳ ସୃଷ୍ଟିର ଆଦିଓଁକାର ଗାଇ ଉଠେ ଏ ମନ ।। ବୀଣାଝଙ୍କାରର ତୁମେ ଆବାହକ ନାଚ଼ି ଉଠେ ଏ ବୃନ୍ଦାବନ ।।

 
 
 
ପାପ ସଂସାର ...

ଚାରିଆଡ଼େ ଏଠି ଯୌନ ପିଶାଚୁ ଯେ, କେମିତି ଚାଲିବ ସଂସାର। କୋମଳମତିଠୁ ଯୁବା-ବୃଦ୍ଧା ଯାଏ, ତ୍ରାହି ନ ମିଳଇ କାହାର। ​ରକ୍ତ ଶୋଷି ମାରେ ନର-ରାକ୍ଷସ ଟା, କିଏ ନିଜେ ପିଇ ମରେ ଜହର। ଆତ୍ମୀୟମାନଙ୍କ ବୁକୁଫଟା ଦୁଃଖ, କରନ୍ତି କରୁଣ ଚିତ୍କାର। ​ବଞ୍

 
 
 

1 Comment

Rated 0 out of 5 stars.
No ratings yet

Add a rating
Guest
Sep 27, 2025
Rated 5 out of 5 stars.

Beautiful

Like

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

Subscribe Form

Thanks for submitting!

+918328951229

average rating is 3 out of 5, based on 150 votes, Ratings
  • Facebook
  • Twitter
  • YouTube
  • Pinterest
  • Instagram
  • Instagram

©2021 by Malhar E-magazine.

bottom of page