top of page

ଦୁଃଖ !

ଯେ ନିଜର ନଥିଲା ନିଜର ହେଲାନି ତା ପାଇଁ

ହସର ଫମ୍ପା ଆବରଣ ତଳେ ଆପଣା ଲୁହକୁ ଛାତି ତଳେ ଯାକି

ମୁଁହ ମାଡି ଲୁଚି ଲୁଚି କାନ୍ଦୁଥିବା ମଣିଷ

କିଏ କା ପଛରେ ଗୋଡ଼େଇ ମଲାଣି

ସବୁ ଯାହା ଗୋଟେ ମାୟା

ସଂସାରଟାକୁ ଯୋଡ଼ାଯୋଡି କରି ରଖିବାକୁ ଗୋଟା ଫନ୍ଧି କହିପାର

ଯିଏ ଯେତେ ଶୀଘ୍ର ବୁଝିଯିବ କମ୍ କଷ୍ଟ ପାଇବ

ଖରାରେ ସିଝି, ବର୍ଷାରେ ତିନ୍ତି, ଶୀତରେ ଥରି,

ଏମିତି କି, ଜୀବନ ଦେଇ ବି ସମ୍ପର୍କ ଅସଜଡା ରହେ

ମୃତ୍ୟୁ ପରେ ବି ମଣିଷ ଅତୃପ୍ତ ରହେ

ପାଉଁଶ ତଳୁ ଦଗ୍ଧ ମନ ଛଟପଟ ହୁଏ

କେଉଁଠି ବୁଝିବା ଭୁଲ୍ ରହିଗଲା ଭାବେ

ରଚନା : ଶ୍ରୀକ୍ଷେତ୍ର ସୁନ୍ଦର

ଠିକଣା : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଧନକଉଡ଼ା, ସମ୍ବଲପୁର

Recent Posts

See All
ସୁନ୍ଦର ସହର ମୋ ତାଳଚେର

ସୁନ୍ଦର ସହର ମୋ ତାଳଚେର ସିଏ ଯେ ଓଡିଶା ଶ୍ରେଷ୍ଠ ଅନ୍ୟ ନାମ ତାର କଳା ହୀରା ଗଡ଼ ଆଉ ଯେ ହିଙ୍ଗୁଳା ପୀଠ କୁଳୁ କୁଳୁ ହୋଇ କଳ କଳ ଦାନେ ମୋ ପ୍ରିୟ ସହର୍ ଦେଇ ଚିର ସ୍ରୋତସ୍ଵୈନି ସୁନ୍ଦର ବ୍ରହ୍ମଣି ଅବିରତ ଯାଏ ବହି ଭାରତ ପ୍ରସିଧ୍ୟ ରାଜ ନଅ

 
 
 
ତ୍ରିରଙ୍ଗା

ସବୁଠୁ ସୁନ୍ଦର ପତାକା ମୋର ତ୍ରିରଙ୍ଗା ଅଟଇ ନାମଟି ତାର । ଲମ୍ବ ଓସାର ତା ତିନି କି ଦୁଇ ତା ଠାରୁ ସୁନ୍ଦର ଆଉ କେ ନାଇଁ । ତିନି ରଙ୍ଗେ ଗଢ଼ା ତନୁ ତାହାର ମଧ୍ୟେ ଚକ୍ର ଆହା କି ମନୋହର । ଉପରି ଭାଗରେ ରଙ୍ଗ କେଶରୀ ବୀରତ୍ଵର ଗାଥା ରଖିଛି ଧରି ।

 
 
 
ହେ ଜଗା

ଜଗତ କରତା ପରମେଶ୍ବର ଗଢିଛନ୍ତି ନିଜ ବିଚିତ୍ର ରୂପ।। ଏମିତି ବିଚିତ୍ର ଦେବ ଟି ସିଏ ତା ଆଖି ଦେଖିଲେ ଗୁଣି କରି ନିଏ।। ଚକା ଚକା ତାର ଅଜବ ଆଖି ଅଶ୍ରୁ ଝରି ଯାଏ ସେ ଆଖି କୁ ଦେଖି।। ଗୋଡ ଅଧା ପୁଣି ହାତ ବି ଅଧା ସିଂହାସନ ରେ ପୁଣି ବସିଛି ସିଧା

 
 
 

1 Comment

Rated 0 out of 5 stars.
No ratings yet

Add a rating
Guest
Oct 09, 2025
Rated 5 out of 5 stars.

ସୁନ୍ଦର ବାସ୍ତବତା ପୂର୍ଣ୍ଣ ଲେଖା 🙏🏻

Like

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

  • Facebook
  • Twitter
  • YouTube
  • Pinterest
  • Instagram

+918328951229

average rating is 3 out of 5, based on 150 votes, Ratings
  • Instagram

©2021 by Malhar E-magazine.

bottom of page