top of page

ଶୁଭ ରାତିରେ ...

  • Writer: ବାବାଜୀ ଚରଣ ସାହୁ
    ବାବାଜୀ ଚରଣ ସାହୁ
  • 3 minutes ago
  • 1 min read

ହୃଦୟ ହଜିଯାଇଛି ଖୋଜିବା ଅସମ୍ଭବ

ତାଙ୍କର ଦେଖା ହେବା ବି ସମ୍ଭବ ନୁହେଁ

ପରିବର୍ତ୍ତନ ପୃଥିବୀରେ ଚାଲିବା ଦୁଃଖ

ବଞ୍ଚିବା ହୋଇ ଯାଇଛି ଲୁହଲହୁର ଦେହ ।

କାହାକୁ ସାଥିରେ ସାଥି କରି ଚାଲିବି ସବୁ

ଶୂନ୍ୟସ୍ଥାନ ।।

କାରଣ ସିନ୍ଦୁର ହଜିଛି ଶୁଭ ରାତିରେ,,,,

ସବୁକିଛି ହୋଇ ଗଲାଣି ଅଭିଶାପର ଆୟୁଷ

ବସନ୍ତ ହାତରେ ଆଉ ନାହିଁ ଫଗୁଣର ମହକ

ଜହ୍ନ ହାତରେ କେବଳ ରହିଛି ଜୋସ୍ନା ବଦଳରେ ଅମାବାସ୍ୟାର କଳଙ୍କ

ସିନ୍ଦୁକ ଭିତରେ ନାହିଁ ଆଉ ସେ ସିନ୍ଦୁରର ରୂପଲାବଣ୍ୟ

କେମିତି ଖୋଜିବି ହଜିଯାଇଛି ସେ ସିନ୍ଦୁର ର ସୁହାଗ

ଏଇତ ବୋଧହୁଏ ବାକି ସିନ୍ଦୁର ସେ ସୌନ୍ଦର୍ଯ୍ୟ

କିନ୍ତୁ ମୋ ପାଇଁ ସିନ୍ଦୁର ହଜିଛି ଶୁଭ ରାତିରେ

କିଛି ନାହିଁ ଆଉ ଶୂନ୍ୟରେ ଏ ଜୀବନର ବାଟ।।

କବି : ବାବାଜୀ ଚରଣ ସାହୁ

ଠିକଣା : ଦକ୍ଷିଣ ଉଷୁମା, ଫୁଲନଖରା, କଟକ


Recent Posts

See All
କଳାକାର

ହେ ଈଶ୍ୱର ତମେ ଏ ସୃଷ୍ଟିର କଳାକାର ମୁଁ ଵି ମୋ କବିତା ସଂସାର ରେ କଳାକାର ଆମେ ଗୋଟିଏ ବହିର ଦୁଇଟି ଆଗପଛ ମଲାଟ ।। ହେଲେ ତମେ ସୃଷ୍ଟି କରିଥିବା ମଣିଷ ତମ ବେଦ ବେଦାନ୍ତ କୁ କର୍ଣ୍ଣ ଗୋଚର ନକରି। ମୁଁ ସେମିତି ବେଳେ ଲଜ୍ଜିତ ହୁଏ ସେ ମଣିଷ ଯେତେ

 
 
 
ବନ୍ଧୁତା ...

ବନ୍ଧନରେ ବାନ୍ଧି ରଖି ପାରିଲେ ସେ ହୋଇ ଯାଏ ସ୍ୱର୍ଗ ର ସ୍ୱର୍ଣ୍ଣ ପୁରୀ ହୃଦୟରେ ତାକୁ ସ୍ଥାନ ଦେଲେ ସେ ପାଲଟି ଯାଏ ସ୍ୱପ୍ନର ସାତ ସିନ୍ଧୁ ଆଖି ର ପଲକରେ ଲୁଚେଇ ରଖି ଦେଲେ ସେ ହୁଅନ୍ତି ଆଲିଙ୍ଗନ ଆଳାପ ମଧୁଶ୍ଚର୍ଯ୍ୟା ଲୁହର ଆତ୍ମିୟତାରେ ଭିଜେଇ

 
 
 
ସମୟ...

ସମୟ ଆଖିରେ ଲୁହ ସହିହେଉ ନାହିଁ କହି ହେଉ ନାହିଁ ଏମିତି ଏକ ସ୍ୱର୍ଗର ରଚିତ ଇତିହାସ ଜୀବନ ଥାଇ ବି ହୃଦୟ ଆଖିରେ ଅସରନ୍ତି କୋହ ।। ସବୁ ସହିଲା ପରେ ବି ସମୟ ଅବିବେକି...

 
 
 

Comments

Rated 0 out of 5 stars.
No ratings yet

Add a rating

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

Subscribe Form

Thanks for submitting!

+918328951229

average rating is 3 out of 5, based on 150 votes, Ratings
  • Facebook
  • Twitter
  • YouTube
  • Pinterest
  • Instagram
  • Instagram

©2021 by Malhar E-magazine.

bottom of page