top of page

ଏକାକୀ...


କଥାରେ ଅଛି " ବାପା ଥିବା ପୁଅ ସଭାରେ ହାରେନା " , " ମା କୋଳେ ଛୁଆ ସଂସାର ଡରେନା " , ବାପା ହେଉଛନ୍ତି ଘରର ଛାତ ସଦୃଶ, ଯେମିତି ଛାତ ଖରା ବର୍ଷା ଶୀତ କାକର ସବୁ କଷ୍ଟ ସହି ଘରକୁ ସୁରକ୍ଷା ଦେଇଥାଏ ସେହିପରି ବାପା ନିଜ ପରିବାର କୁ ଖୁସି ରେ ରଖିବା ପାଇଁ ସବୁ କିଛି କଷ୍ଟ ସହିଯାନ୍ତି ।

ଆଉ ସେ ଚାଲିଗଲା ପରେ ମୁଣ୍ଡ ଉପରୁ ଛାତ ଚାଲିଗଲା ପରି ଲାଗେ ......!


ବାପା ଥିବା ସମୟରେ ତାଙ୍କ ଭଲ ପାଇବାକୁ ଅନୁଭବ କରି ହୁଏନା । ଆଉ ସେ ଚାଲିଗଲା ପରେ ତାଙ୍କ ର ପରିବାର ପ୍ରତି ଥିବା କର୍ମ ନିଷ୍ଠା ଆଉ ଦାୟିତ୍ଵବୋଧ ଏବଂ ସନ୍ତାନ ମାନଙ୍କ ପ୍ରତି ଥିବା ଭଲ ପାଇବା ଆଉ ତ୍ୟାଗ କୁ ଭୁଲି ହୁଏନାହିଁ ।


ଏତେ ବଡ଼ ଦୁନିଆରେ ବୋହୁତ ଏକା ଏକା ଅନୁଭବ ହେଉଛି, ଏମିତି କେହି ସାଥୀ ଟେ ନାହିଁ ଯେ ଯାହା ଆଗେ କହିବି ମନର ଅକୁହା କଥା, ଯୁଆଡ଼େ ଚାହିଁଲେ ସବୁ କିଛି ଶୂନ୍ୟ ଲାଗୁଛି , ଯୁଆଡ଼େ ବି ହାତ ବଢ଼େଇଲେ ସବୁ କିଛି ଖାଲି ଖାଲି ଲାଗୁଛି ।

କେବଳ ସେଇ ବିଶ୍ଵନିୟନ୍ତା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ଙ୍କ ନାମ କୁ ପାଥେୟ କରି ଜୀବନ ଯୁଦ୍ଧ ରେ ଆଗେଇ ଚାଲିଛି ।


ଜୀବନ ର ଅନ୍ୟ ନାମ ହେଉଛି ଯନ୍ତ୍ରଣା । କେବେ ଭରିଦିଏ ପ୍ରିତୀ ର ମଲ୍ହାର ରେ ପୁଣି କେବେ ଭରିଦିଏ ଦୁଃଖର ସାଗର ରେ ।


ଶେଷରେ ........

ଚାଲୁ ରହୁଥାଉ ଜୀବନ ସଂଗ୍ରାମ

ଜାରି ରହୁ ଅଭିନୟ

ବଞ୍ଚିଥିବା ଯାଏ ଖୁସି ବାଣ୍ଟୁଥିବି

କାହିଁ ବା ହେବି ଅଥୟ ...!!!

ରଚନା : ଭବରଞ୍ଜନ ସାମଲ

ଠିକଣା : ଗ୍ରା/ପୋ : କଣ୍ଟିପୁର, ଭାୟା: ବିଞ୍ଝାରପୁର, ଜି : ଯାଜପୁର


Recent Posts

See All
ସୁନ୍ଦର ସହର ମୋ ତାଳଚେର

ସୁନ୍ଦର ସହର ମୋ ତାଳଚେର ସିଏ ଯେ ଓଡିଶା ଶ୍ରେଷ୍ଠ ଅନ୍ୟ ନାମ ତାର କଳା ହୀରା ଗଡ଼ ଆଉ ଯେ ହିଙ୍ଗୁଳା ପୀଠ କୁଳୁ କୁଳୁ ହୋଇ କଳ କଳ ଦାନେ ମୋ ପ୍ରିୟ ସହର୍ ଦେଇ ଚିର ସ୍ରୋତସ୍ଵୈନି ସୁନ୍ଦର ବ୍ରହ୍ମଣି ଅବିରତ ଯାଏ ବହି ଭାରତ ପ୍ରସିଧ୍ୟ ରାଜ ନଅ

 
 
 
ତ୍ରିରଙ୍ଗା

ସବୁଠୁ ସୁନ୍ଦର ପତାକା ମୋର ତ୍ରିରଙ୍ଗା ଅଟଇ ନାମଟି ତାର । ଲମ୍ବ ଓସାର ତା ତିନି କି ଦୁଇ ତା ଠାରୁ ସୁନ୍ଦର ଆଉ କେ ନାଇଁ । ତିନି ରଙ୍ଗେ ଗଢ଼ା ତନୁ ତାହାର ମଧ୍ୟେ ଚକ୍ର ଆହା କି ମନୋହର । ଉପରି ଭାଗରେ ରଙ୍ଗ କେଶରୀ ବୀରତ୍ଵର ଗାଥା ରଖିଛି ଧରି ।

 
 
 
ହେ ଜଗା

ଜଗତ କରତା ପରମେଶ୍ବର ଗଢିଛନ୍ତି ନିଜ ବିଚିତ୍ର ରୂପ।। ଏମିତି ବିଚିତ୍ର ଦେବ ଟି ସିଏ ତା ଆଖି ଦେଖିଲେ ଗୁଣି କରି ନିଏ।। ଚକା ଚକା ତାର ଅଜବ ଆଖି ଅଶ୍ରୁ ଝରି ଯାଏ ସେ ଆଖି କୁ ଦେଖି।। ଗୋଡ ଅଧା ପୁଣି ହାତ ବି ଅଧା ସିଂହାସନ ରେ ପୁଣି ବସିଛି ସିଧା

 
 
 

1 Comment

Rated 0 out of 5 stars.
No ratings yet

Add a rating
Guest
Oct 09, 2025
Rated 5 out of 5 stars.

ପ୍ରେରଣାଦାୟୀ 🙏🏻

Like

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

  • Facebook
  • Twitter
  • YouTube
  • Pinterest
  • Instagram

+918328951229

average rating is 3 out of 5, based on 150 votes, Ratings
  • Instagram

©2021 by Malhar E-magazine.

bottom of page