ତରୁଣୀ ଜୀବନ...
- ପ୍ରଜ୍ଞ୍ୟା ବାଘ

- Sep 12
- 1 min read
ହେ ତରୁଣୀ ମାନେ.......
କଣ ତୁମେ ତରୁଣୀ ଜୀବନର ଉଦାମାତା ର କ୍ଳେଶ ରେ ଉଦମିତ?
କଣ ତୁମେ ଵି ଭିଜା ଭିଜା ମଣିମଲ୍ଲ ନୟନ ଯୁଗଳରେ
ମେଞ୍ଚା ମେଞ୍ଚା ସୁନେଲି ସ୍ବପ୍ନ କୁ ବିଛିର୍ନ ହେବାର କ୍ଳେଶ ସହିଛ?
ଆଛା କେବେ ନିରବ ରାତ୍ରିର ନିରନ୍ଧ୍ର ଅନ୍ଧକାରରେ ଶଯ୍ୟାଶିତ ତକିଆ ରେ
ତୁମର ଅଶ୍ରୁମତି କୁ ଲୋଟିବାର ଅନୁଭୂତି କରିଛ?
କଣ ତୁମେ ଜାଣିଛ ମୃଗତୃଷ୍ଣା ନୀଳ ନୟନ ସାଗରରେ
କେତେ ଯେ ନୂତନ ଭବିଷ୍ୟତ ର ଆଶା,ଆକାଂକ୍ଷା ରେ ପରିପୂର୍ଣ
ମାତ୍ର ରେ କଳ୍ପନାର ନିଡ଼ ଯେ କ୍ଷଣକ ରେ ଢେଉସାଜି ଓଠ ର ବେଳାଭୂମି ଛୁଏଁ
ତାର କାରଣ ଖାଲି ଯେ ତରୁଣର ଉଡମତା କି ଜୀବନର ବିପରୀତ ଦିଗୀ ପବନ ନୁହେଁ
ନିସ୍ଵାର୍ଥ ପ୍ରେମର ପରିକାଷ୍ଠା ମଧ୍ୟ.
ପ୍ରେମ ତ ତରୁଣୀର ସୁନ୍ଦରତା ହେଲେ ସବୁ ପ୍ରେମ ଯେ ଜୀବନରେ ଚୀରମଳୟ ଆଣେ ତାହା ନୁହେଁ
କିଛି ପ୍ରେମ ବସନ୍ତର ଆଲ୍ଲାଦ ରେ ଵି ତୃଷ୍ଣାତିତ ନିଦାଘ ରୌଦ୍ର ଆଣିଦିଏ
ଆଉ ଯେ ପ୍ରେମିକ ର ବୈଶାଖୀ ଝଞ୍ଜା ତରୁଣୀକୁ
ରତ ରତ ଗୋରୀ ରୁହ ଶ୍ୟାମଳୀ ସାଜିଦିଏ...
ଏ ଯେ ତରୁଣୀ ନୁହେଁ ଅସଂଯାତ ଅବସ୍ତାବ ଜୀବନର ଋଣୀ....
ପ୍ରଜ୍ଞ୍ୟା ବାଘ
(ଆଠଗଡ, କଟକ)







ବହୁତ୍ ଭଲ ଲେଖିଛନ୍ତି