top of page

ହାଏରେ ଆତତାୟୀ ମନୁଷ୍ୟ

  • ପ୍ରଜ୍ଞା ପ୍ରିୟଦର୍ଶିନୀ ବେହେରା
  • Sep 9
  • 1 min read

ମର୍ତ୍ତ୍ୟମଣ୍ଡଳେ ଦେହ ବହି ଅନେକ ସନ୍ତାନ ଜନ୍ମ ନେଇ

ପୁଣ୍ୟମାଟିର ମୌଡ଼ମଣି ସାଜି ହୋଇରହିଛନ୍ତି ଚାହିଁ,

କେଜାଣି କେତେ ଯେ, ଦୁର୍ଲଭ ଦୃଶ୍ୟ ଯେ ଦେଖିବାକୁ ଏହା ମିଳଇ

କଳିଯୁଗର ସନ୍ତାନ ମାନେ ଯେ ଦୁର୍ନୀତି ଗ୍ରସ୍ତ ହୋଇ |

ଷଡ଼ରିପୁରେ ଯେ ପରିପୂର୍ଣ୍ଣ ଆଜି ମାନବ ଜାତିର କୂଳ

ଶୋକାକୋଳ ପରିବେଶ ପାଇଁ ଏହା ସବୁରି ଅନର୍ଥର ମୂଳ,

ଆସ୍ତିକ ମାନଙ୍କ କମି ଏହିଠାଇଁ, ନାସ୍ତିକ ମାନଙ୍କ ବୃଦ୍ଧି,

ସର୍ବେ ଚାଲିଥାନ୍ତି ନିଜ କର୍ମ ପଥେ, ମନରେ ନରଖି ଶୁଦ୍ଧି।

ସ୍ବାର୍ଥପରତାର ଢାଙ୍କୁଣୀ ଘୋଡ଼ାଇ, ସର୍ବେ ଯାନ୍ତି ଅନ୍ଧହୋଇ

ନିର୍ମମ ଭାବେ ହତ୍ୟା କରିବାକୁ, ପଛାଅନ୍ତି ନାହିଁ କେହି,

କରିଦିଅ ଦୂର ସ୍ବାର୍ଥପରତାକୁ ମନରେ ରଖି ଶାନ୍ତି

ବିଶ୍ବର ବିଶ୍ବାସ ହୋଇଯାଅ ସର୍ବେ, ମନରେ ନରଖି ଭ୍ରାନ୍ତି |

ଅତିମାତ୍ରାରେ ବୃଦ୍ଧି ପାଉଅଛି ବିଜ୍ଞାନ-ପ୍ରଯୁକ୍ତି ବିଦ୍ୟା

ଜାଗରେ ଜାଗରେ ସୁପ୍ତ ମାନବ ନକରି ଧର୍ମକୁ ପ୍ରତୀକ୍ଷା,

ବିଜ୍ଞାନ-ପ୍ରଯୁକ୍ତି ସମେତ ଧାର୍ମିକ ଭାବକୁ ଯୋଖୀ

ସଭିଏ ହୁଅ ଏକତ୍ରିତ ଆଜି, ବିଶ୍ବପ୍ରତିଷ୍ଠାକୁ ଆଖରେ ରଖ୍ |

ରଚନା : ପ୍ରଜ୍ଞା ପ୍ରିୟଦର୍ଶିନୀ ବେହେରା

ଠିକଣା : ନୟାଗଡ

Recent Posts

See All
ଶୁଭ ରାତିରେ ...

ହୃଦୟ ହଜିଯାଇଛି ଖୋଜିବା ଅସମ୍ଭବ ତାଙ୍କର ଦେଖା ହେବା ବି ସମ୍ଭବ ନୁହେଁ ପରିବର୍ତ୍ତନ ପୃଥିବୀରେ ଚାଲିବା ଦୁଃଖ ବଞ୍ଚିବା ହୋଇ ଯାଇଛି ଲୁହଲହୁର ଦେହ । କାହାକୁ ସାଥିରେ ସାଥି କରି ଚାଲିବି ସବୁ ଶୂନ୍ୟସ୍ଥାନ ।। କାରଣ ସିନ୍ଦୁର ହଜିଛି ଶୁଭ ରାତିର

 
 
 
କଳାକାର

ହେ ଈଶ୍ୱର ତମେ ଏ ସୃଷ୍ଟିର କଳାକାର ମୁଁ ଵି ମୋ କବିତା ସଂସାର ରେ କଳାକାର ଆମେ ଗୋଟିଏ ବହିର ଦୁଇଟି ଆଗପଛ ମଲାଟ ।। ହେଲେ ତମେ ସୃଷ୍ଟି କରିଥିବା ମଣିଷ ତମ ବେଦ ବେଦାନ୍ତ କୁ କର୍ଣ୍ଣ ଗୋଚର ନକରି। ମୁଁ ସେମିତି ବେଳେ ଲଜ୍ଜିତ ହୁଏ ସେ ମଣିଷ ଯେତେ

 
 
 
ବନ୍ଧୁତା ...

ବନ୍ଧନରେ ବାନ୍ଧି ରଖି ପାରିଲେ ସେ ହୋଇ ଯାଏ ସ୍ୱର୍ଗ ର ସ୍ୱର୍ଣ୍ଣ ପୁରୀ ହୃଦୟରେ ତାକୁ ସ୍ଥାନ ଦେଲେ ସେ ପାଲଟି ଯାଏ ସ୍ୱପ୍ନର ସାତ ସିନ୍ଧୁ ଆଖି ର ପଲକରେ ଲୁଚେଇ ରଖି ଦେଲେ ସେ ହୁଅନ୍ତି ଆଲିଙ୍ଗନ ଆଳାପ ମଧୁଶ୍ଚର୍ଯ୍ୟା ଲୁହର ଆତ୍ମିୟତାରେ ଭିଜେଇ

 
 
 

Comments

Rated 0 out of 5 stars.
No ratings yet

Add a rating

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

Subscribe Form

Thanks for submitting!

+918328951229

average rating is 3 out of 5, based on 150 votes, Ratings
  • Facebook
  • Twitter
  • YouTube
  • Pinterest
  • Instagram
  • Instagram

©2021 by Malhar E-magazine.

bottom of page