ମୋ ପ୍ରିୟା ର ସ୍ମୃତି ...
- ଶକ୍ତି ଆଶିଷ ମହାପାତ୍ର

- Sep 14
- 1 min read
କୁହ ପ୍ରିୟା ମୋର କେଉଁ ସ୍ମୃତି କୁ ମନେରଖିବି ତୁମର
ମୋ ଭଙ୍ଗୁର ଅବସ୍ଥା ରେ ତୋର ଆସିଥିବା ସେ ପ୍ରଥମ ସ୍ପର୍ଶ
ନା କି
ତୋର କୋକିଳ କଣ୍ଠ ର ସେ ସ୍ବର ଯେଉଁ ଥିରେ ଲୁଚି ରହିଥିଲା ମିଛ ଆଶା ଓ ଅଦୃଶ୍ୟ ବ୍ୟଥା
ମୋ ନୟନ ଦେଖିଥିବା ସେ ସରଳ ନିରୀହ ଚେହେରା କୁ
ନା କି
ତୋର ପ୍ରେମ ର ମିଛ ଅଭିନୟ ଯେଉଁ ଥିରେ ଲୁଚି ରହିଥିବା ଅନେକ ଫାଇଦାକୁ
ନା
କଲେଜ ବାହାନା ରେ କାଟି ଥିବା ସେ ସ୍ନିଗ୍ଧ ଦିବା କୁ
ପ୍ରିୟା କୁହ ମୋର , କେଉଁ ସ୍ମୃତି କୁ ମନେ ରଖିବି ତୁମର
ମିଛ ବାହାନା ରେ ମୋ ହାତରୁ ପିନ୍ଧିଥିବା ସେ ସିନ୍ଦୂର
ନା
ସାକ୍ଷୀଗୋପୀନାଥଙ୍କୁ ସାକ୍ଷୀ କରୀ ମୋ ସହ ଜୀବନ କଟିବାକୁ କହିଥିବା ସେ ସାକ୍ଷୀଘର ।
ନା
ଶ୍ରୀମନ୍ଦିର ରେ ମୋ ଜାଗାକୁ ହାତ ବଢେଇ ଦେଇଥିବା ପ୍ରତିଶ୍ରୁତି ତୋର
ପ୍ରିୟା କୁହ ମୋର କେଉଁ ସ୍ମୃତି କୁ ମନେ ରଖିବି ତୁମର
ସେ ଦିନ ଅନ୍ଧାର ଘରେ ମୋ ହାତକୁ ଜାବୁଡ଼ି ଧରି ସେ ଝରେଇ ଥିବା ହସ ମିଶା ଲୁହ ର ଧାର
ନା
ଏକାନ୍ତ ରେ କଟାଇ ଥିବା କିଛି ସ୍ମୃତି ଆମର
ପ୍ରିୟା କୁହ ମୋର କେଉଁ କଥା କୁ ମନେ ରଖିବି ତୁମର
ମୁଁ ଭାବିଥିଲି ତୋ ପ୍ରେମ ରେ ସାଜି ଦୁନିଆକୁ କହିଥାନ୍ତି ମୁଁ ତୋ ପ୍ରେମିକ
କିନ୍ତୁ ତୁ ସଜେଇ ଦେଲୁ ମତେ ଲେଖକ
ହେ ପ୍ରିୟା ମୋର ଶେଷ ରେ ଲେଖକ ସାଜି ଝରାଇଛି ମୋ କଲମ ରୁ କାଳୀ ଦୁଇଧାର।
କେବେ ମିଷ୍ଟି ମୃଗ ତୃଷ୍ଣା
କେବେ ଦହନ ର ଅଗ୍ନି
କେବେ ଆଶୀର୍ବାଦ
କେବେ ଅଭିଶାପ
କହ ପ୍ରିୟା କେତେ ଦିନ କେତେ ଜଣକ ସହ ତୁ କରିବୁ ସେ ମିଠାପାପ
ଲେଖକ : ଶକ୍ତି ଆଶିଷ ମହାପାତ୍ର
ଠିକଣା : ପିପିଲି,ପୁରୀ







Comments