Search
ସମୟ...
ସମୟ ଆଖିରେ ଲୁହ ସହିହେଉ ନାହିଁ କହି ହେଉ ନାହିଁ
ଏମିତି ଏକ ସ୍ୱର୍ଗର ରଚିତ ଇତିହାସ
ଜୀବନ ଥାଇ ବି ହୃଦୟ ଆଖିରେ ଅସରନ୍ତି କୋହ ।।
ସବୁ ସହିଲା ପରେ ବି ସମୟ ଅବିବେକି
ସରି ଯାଇଛି ମହାଭାରତ ସରିପ ସେ ଦୁଃଖ ।।
ପ୍ରତି ମୁହୁର୍ତ୍ତରେ ଜୀବନ କାନ୍ଦୁଛି ଆଖି ଲୁଚେଇ ।।
କିନ୍ତୁ ଭାଗ୍ୟ ଖେଳଛି ଛଳନା କରି ମୁହଁ ଲୁଚେଇ ।।
ଜହ୍ନକୁ କଥା ଦେଇ ପ୍ରତାରଣାର ପ୍ରତିଶୃତି ରେ ଦେଇଛି ଠକି ।।
କାହା ନିକଟରେ ପରିପ୍ରକାଶ କରିବ ଏଭଳି ଛଳନା ଲେଖା ଗପ ।।
ଜୀବନ ଯେତେବେଳେ ଜଳିଜଳି ସଳିତା ହୋଇଛି ।।
କାହିଁକି ଅନୁସରଣ କରିବ ସେ ବିସ୍ଥାପିତ ମନକୁ ।।
ଜୀବନ ପହଞ୍ଚିଲାଣି ଚଲାପଥର ଦୋଛକିରେ ।।
ଆଉ କି ଅବସ୍ଥା ଅଛି ଦେଖିବା କୁ ସମୟକୁ ।।
ପରିସ୍ଥିତି ଏମିତି ଏକ ଅଭୂତପୂର୍ବ ଅଭୁଜା ନଦୀ ଦୁଃଖ ର ଲହରୀ ନେଇ ଲଘିଂବାକୁ ଭଲପାଏ ବେଶି ।।
ଏହା ଏମିତି ଗଣିତ ଗଣନା କରିବା ଅସମ୍ପୂର୍ଣ୍ଣ ଅସମ୍ଭବ ସୂତ୍ର ର ଆରମ୍ଭ ।।
ରଚନା : ବାବାଜୀ ଚରଣ ସାହୁ
ଠିକଣା : ଦକ୍ଷିଣ ଉଷୁମା, ଗବବସ୍ତ, ଫୁଲନଖରା, କଟକ
Recent Posts
See All1 Comment
Rated 0 out of 5 stars.
No ratings yet



ଖୁବ୍ ସୁନ୍ଦର sir 🙏🏻