top of page

ବେଦ...

ସବୁ କିଛି ସମ୍ଭବର ଉପରେ ତମେ ଅବସ୍ଥିତ

ତଥାପି ଧରିବା ମୋ ପକ୍ଷରେ ହେଉଛି ଅସମ୍ଭବ

ଚାରି ବେଦର ସମାହାର ଉର୍ଦ୍ଧ୍ବରେ ତୁମ୍ଭର ସ୍ଥିତି

ମୌସୁମୀ ର ଆଗମନର ଅନ୍ତରାଳରେ କରିଛ କୁଟୀର

ରାଜଭବନ ଗଢିବା ର କ୍ଷମତା ନାହିଁ ମୋହର

କିନ୍ତୁ ଗଢି ପାରିବି ନିଶ୍ଚିତ ଝାଟିମାଟିର ସେ ଘର

ବିଧାତାର ଅଭିଧାନରେ ରହିଛ ରହିବ ତମେ ତମ ସୃଷ୍ଟି ର ସବୁ କିଛି ସୃଷ୍ଟି

ତୁମ୍ଭର ସ୍ପର୍ଶ ରୁ ଆରମ୍ଭ ଏ ପୃଥିବୀର ସୌନ୍ଦର୍ଯ୍ୟ ର ସନ୍ଦିପନି

ତମେ ନରହିଲେ ବଦଳି ଯିବ ଓଠର ଭାଷା

ପରିବର୍ତ୍ତନ ହୋଇ ପାରିବ ନାହିଁ ମଧୁଶ୍ଚର୍ଯ୍ୟାର ସେ ସ୍ୱର୍ଗ

ତୁମ୍ଭର କଥା ବେଦର ଗାର ଏ ହେଉଛି ତୁମ୍ଭର ବାଣି

ସାର୍ଥକ କରିବ ଶେଷ ପର୍ଯ୍ୟନ୍ତ ଥିବା ଯାଏ ଏ ପୃଥିବୀର ମଧୁଶ୍ଚର୍ଯ୍ୟାର ମୌସୁମୀ।

ଲେଖକ : ବାବାଜୀ ଚରଣ ସାହୁ

ଠିକଣା : ଦକ୍ଷିଣ ଉଷୁମା, ଗଗବସ୍ତ, ଫୁଲନଖରା, କଟକ


Recent Posts

See All
ସୁନ୍ଦର ସହର ମୋ ତାଳଚେର

ସୁନ୍ଦର ସହର ମୋ ତାଳଚେର ସିଏ ଯେ ଓଡିଶା ଶ୍ରେଷ୍ଠ ଅନ୍ୟ ନାମ ତାର କଳା ହୀରା ଗଡ଼ ଆଉ ଯେ ହିଙ୍ଗୁଳା ପୀଠ କୁଳୁ କୁଳୁ ହୋଇ କଳ କଳ ଦାନେ ମୋ ପ୍ରିୟ ସହର୍ ଦେଇ ଚିର ସ୍ରୋତସ୍ଵୈନି ସୁନ୍ଦର ବ୍ରହ୍ମଣି ଅବିରତ ଯାଏ ବହି ଭାରତ ପ୍ରସିଧ୍ୟ ରାଜ ନଅ

 
 
 
ତ୍ରିରଙ୍ଗା

ସବୁଠୁ ସୁନ୍ଦର ପତାକା ମୋର ତ୍ରିରଙ୍ଗା ଅଟଇ ନାମଟି ତାର । ଲମ୍ବ ଓସାର ତା ତିନି କି ଦୁଇ ତା ଠାରୁ ସୁନ୍ଦର ଆଉ କେ ନାଇଁ । ତିନି ରଙ୍ଗେ ଗଢ଼ା ତନୁ ତାହାର ମଧ୍ୟେ ଚକ୍ର ଆହା କି ମନୋହର । ଉପରି ଭାଗରେ ରଙ୍ଗ କେଶରୀ ବୀରତ୍ଵର ଗାଥା ରଖିଛି ଧରି ।

 
 
 
ହେ ଜଗା

ଜଗତ କରତା ପରମେଶ୍ବର ଗଢିଛନ୍ତି ନିଜ ବିଚିତ୍ର ରୂପ।। ଏମିତି ବିଚିତ୍ର ଦେବ ଟି ସିଏ ତା ଆଖି ଦେଖିଲେ ଗୁଣି କରି ନିଏ।। ଚକା ଚକା ତାର ଅଜବ ଆଖି ଅଶ୍ରୁ ଝରି ଯାଏ ସେ ଆଖି କୁ ଦେଖି।। ଗୋଡ ଅଧା ପୁଣି ହାତ ବି ଅଧା ସିଂହାସନ ରେ ପୁଣି ବସିଛି ସିଧା

 
 
 

1 Comment

Rated 0 out of 5 stars.
No ratings yet

Add a rating
Rashmi Ranjan
Sep 19, 2025
Rated 5 out of 5 stars.

ହୃଦୟକୁ ଛୁଇଁଲା

Like

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

  • Facebook
  • Twitter
  • YouTube
  • Pinterest
  • Instagram

+918328951229

average rating is 3 out of 5, based on 150 votes, Ratings
  • Instagram

©2021 by Malhar E-magazine.

bottom of page