ଏକାକୀ...
- ଭବରଞ୍ଜନ ସାମଲ
- Oct 9
- 1 min read
କଥାରେ ଅଛି " ବାପା ଥିବା ପୁଅ ସଭାରେ ହାରେନା " , " ମା କୋଳେ ଛୁଆ ସଂସାର ଡରେନା " , ବାପା ହେଉଛନ୍ତି ଘରର ଛାତ ସଦୃଶ, ଯେମିତି ଛାତ ଖରା ବର୍ଷା ଶୀତ କାକର ସବୁ କଷ୍ଟ ସହି ଘରକୁ ସୁରକ୍ଷା ଦେଇଥାଏ ସେହିପରି ବାପା ନିଜ ପରିବାର କୁ ଖୁସି ରେ ରଖିବା ପାଇଁ ସବୁ କିଛି କଷ୍ଟ ସହିଯାନ୍ତି ।
ଆଉ ସେ ଚାଲିଗଲା ପରେ ମୁଣ୍ଡ ଉପରୁ ଛାତ ଚାଲିଗଲା ପରି ଲାଗେ ......!
ବାପା ଥିବା ସମୟରେ ତାଙ୍କ ଭଲ ପାଇବାକୁ ଅନୁଭବ କରି ହୁଏନା । ଆଉ ସେ ଚାଲିଗଲା ପରେ ତାଙ୍କ ର ପରିବାର ପ୍ରତି ଥିବା କର୍ମ ନିଷ୍ଠା ଆଉ ଦାୟିତ୍ଵବୋଧ ଏବଂ ସନ୍ତାନ ମାନଙ୍କ ପ୍ରତି ଥିବା ଭଲ ପାଇବା ଆଉ ତ୍ୟାଗ କୁ ଭୁଲି ହୁଏନାହିଁ ।
ଏତେ ବଡ଼ ଦୁନିଆରେ ବୋହୁତ ଏକା ଏକା ଅନୁଭବ ହେଉଛି, ଏମିତି କେହି ସାଥୀ ଟେ ନାହିଁ ଯେ ଯାହା ଆଗେ କହିବି ମନର ଅକୁହା କଥା, ଯୁଆଡ଼େ ଚାହିଁଲେ ସବୁ କିଛି ଶୂନ୍ୟ ଲାଗୁଛି , ଯୁଆଡ଼େ ବି ହାତ ବଢ଼େଇଲେ ସବୁ କିଛି ଖାଲି ଖାଲି ଲାଗୁଛି ।
କେବଳ ସେଇ ବିଶ୍ଵନିୟନ୍ତା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ଙ୍କ ନାମ କୁ ପାଥେୟ କରି ଜୀବନ ଯୁଦ୍ଧ ରେ ଆଗେଇ ଚାଲିଛି ।
ଜୀବନ ର ଅନ୍ୟ ନାମ ହେଉଛି ଯନ୍ତ୍ରଣା । କେବେ ଭରିଦିଏ ପ୍ରିତୀ ର ମଲ୍ହାର ରେ ପୁଣି କେବେ ଭରିଦିଏ ଦୁଃଖର ସାଗର ରେ ।
ଶେଷରେ ........
ଚାଲୁ ରହୁଥାଉ ଜୀବନ ସଂଗ୍ରାମ
ଜାରି ରହୁ ଅଭିନୟ
ବଞ୍ଚିଥିବା ଯାଏ ଖୁସି ବାଣ୍ଟୁଥିବି
କାହିଁ ବା ହେବି ଅଥୟ ...!!!
ରଚନା : ଭବରଞ୍ଜନ ସାମଲ
ଠିକଣା : ଗ୍ରା/ପୋ : କଣ୍ଟିପୁର, ଭାୟା: ବିଞ୍ଝାରପୁର, ଜି : ଯାଜପୁର







ପ୍ରେରଣାଦାୟୀ 🙏🏻