top of page

ଶିଳ୍ପର ସ୍ମୃତି

ପଥର ଛାତିରେ ଖୋଦା ଅନନ୍ତ ସମୟ, ହାତୁଡି ଛେଣୀ ସ୍ଵରେଜାଗେ ଯୁଗର ହୃଦୟ

ରକ୍ତ ଓ ଘର୍ମ ମିଶି ଗଢ଼ା ଦେଉଳ ଦେହ

ନିରବ ଶିଳ୍ପରେ ଲୁଚି ରହିଛି ଶତାବ୍ଦୀର ସ୍ନେହ।

ନଥିଲେ ସେ ରାଜା, ନଥିଲା ମହାନାମ,

ତଥାପି ତାଙ୍କ ହାତ ଗଢିଲା ଅମରଧାମ,

ମୁକୁଟ ଝରିଗଲା ରାଜାଙ୍କ ମଥାରୁ,

ଶିଳ୍ପୀର ସ୍ପର୍ଶ ରହିଗଲା ପଥର ଶ୍ରୀମୁଖରୁ।

ଭାଙ୍ଗିଗଲା ଦେଉଳ,ଧୂଳି ହେଲା ଗାଥା,

ତଥାପି ଲିଭିଲା ନାହିଁ ସଂସ୍କୃତିର ପ୍ରଥା।

ପଥର କହେ ଆଜି ନିରବ ସାକ୍ଷ୍ୟ,

ସୃଷ୍ଟି କେବେ ମରେନି, ଏହି ହେଉଛି ସତ୍ୟ।

ମାଟିରେ ଶୋଇଛି ଶିଳ୍ପୀ,ଜାଗିଛି ତାଙ୍କ କଳା, ଶିଳ୍ପର ସ୍ମୃତି ହେଉଛି ସଭ୍ୟତାର ଜ୍ୱାଳା।

ସମୟ ଯେତେ ମୁଛି ଦେଉ ନାମଓ ଚି଼ହ୍ନ

ଶିଳ୍ପ ମାତ୍ର ରଖିଯାଏ ମଣିଷର ଅସ୍ତିତ୍ବ ଚି଼ହ୍ନ।


ମାଟିର ପଥରେ ଜୀବନ ଲୁଚିଛି ଶିଳ୍ପରେ,

ସ୍ମୃତି ଗାଢ଼ା, ନ ମରେ, ନିରବ ହୃଦୟରେ।

Recent Posts

See All
ସୁନ୍ଦର ସହର ମୋ ତାଳଚେର

ସୁନ୍ଦର ସହର ମୋ ତାଳଚେର ସିଏ ଯେ ଓଡିଶା ଶ୍ରେଷ୍ଠ ଅନ୍ୟ ନାମ ତାର କଳା ହୀରା ଗଡ଼ ଆଉ ଯେ ହିଙ୍ଗୁଳା ପୀଠ କୁଳୁ କୁଳୁ ହୋଇ କଳ କଳ ଦାନେ ମୋ ପ୍ରିୟ ସହର୍ ଦେଇ ଚିର ସ୍ରୋତସ୍ଵୈନି ସୁନ୍ଦର ବ୍ରହ୍ମଣି ଅବିରତ ଯାଏ ବହି ଭାରତ ପ୍ରସିଧ୍ୟ ରାଜ ନଅ

 
 
 
ତ୍ରିରଙ୍ଗା

ସବୁଠୁ ସୁନ୍ଦର ପତାକା ମୋର ତ୍ରିରଙ୍ଗା ଅଟଇ ନାମଟି ତାର । ଲମ୍ବ ଓସାର ତା ତିନି କି ଦୁଇ ତା ଠାରୁ ସୁନ୍ଦର ଆଉ କେ ନାଇଁ । ତିନି ରଙ୍ଗେ ଗଢ଼ା ତନୁ ତାହାର ମଧ୍ୟେ ଚକ୍ର ଆହା କି ମନୋହର । ଉପରି ଭାଗରେ ରଙ୍ଗ କେଶରୀ ବୀରତ୍ଵର ଗାଥା ରଖିଛି ଧରି ।

 
 
 
ହେ ଜଗା

ଜଗତ କରତା ପରମେଶ୍ବର ଗଢିଛନ୍ତି ନିଜ ବିଚିତ୍ର ରୂପ।। ଏମିତି ବିଚିତ୍ର ଦେବ ଟି ସିଏ ତା ଆଖି ଦେଖିଲେ ଗୁଣି କରି ନିଏ।। ଚକା ଚକା ତାର ଅଜବ ଆଖି ଅଶ୍ରୁ ଝରି ଯାଏ ସେ ଆଖି କୁ ଦେଖି।। ଗୋଡ ଅଧା ପୁଣି ହାତ ବି ଅଧା ସିଂହାସନ ରେ ପୁଣି ବସିଛି ସିଧା

 
 
 

Comments

Rated 0 out of 5 stars.
No ratings yet

Add a rating

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

  • Facebook
  • Twitter
  • YouTube
  • Pinterest
  • Instagram

+918328951229

average rating is 3 out of 5, based on 150 votes, Ratings
  • Instagram

©2021 by Malhar E-magazine.

bottom of page