Search
ଶୁଭ ରାତିରେ ...
- ବାବାଜୀ ଚରଣ ସାହୁ

- Nov 3
- 1 min read
ହୃଦୟ ହଜିଯାଇଛି ଖୋଜିବା ଅସମ୍ଭବ
ତାଙ୍କର ଦେଖା ହେବା ବି ସମ୍ଭବ ନୁହେଁ
ପରିବର୍ତ୍ତନ ପୃଥିବୀରେ ଚାଲିବା ଦୁଃଖ
ବଞ୍ଚିବା ହୋଇ ଯାଇଛି ଲୁହଲହୁର ଦେହ ।
କାହାକୁ ସାଥିରେ ସାଥି କରି ଚାଲିବି ସବୁ
ଶୂନ୍ୟସ୍ଥାନ ।।
କାରଣ ସିନ୍ଦୁର ହଜିଛି ଶୁଭ ରାତିରେ,,,,
ସବୁକିଛି ହୋଇ ଗଲାଣି ଅଭିଶାପର ଆୟୁଷ
ବସନ୍ତ ହାତରେ ଆଉ ନାହିଁ ଫଗୁଣର ମହକ
ଜହ୍ନ ହାତରେ କେବଳ ରହିଛି ଜୋସ୍ନା ବଦଳରେ ଅମାବାସ୍ୟାର କଳଙ୍କ
ସିନ୍ଦୁକ ଭିତରେ ନାହିଁ ଆଉ ସେ ସିନ୍ଦୁରର ରୂପଲାବଣ୍ୟ
କେମିତି ଖୋଜିବି ହଜିଯାଇଛି ସେ ସିନ୍ଦୁର ର ସୁହାଗ
ଏଇତ ବୋଧହୁଏ ବାକି ସିନ୍ଦୁର ସେ ସୌନ୍ଦର୍ଯ୍ୟ
କିନ୍ତୁ ମୋ ପାଇଁ ସିନ୍ଦୁର ହଜିଛି ଶୁଭ ରାତିରେ
କିଛି ନାହିଁ ଆଉ ଶୂନ୍ୟରେ ଏ ଜୀବନର ବାଟ।।
କବି : ବାବାଜୀ ଚରଣ ସାହୁ
ଠିକଣା : ଦକ୍ଷିଣ ଉଷୁମା, ଫୁଲନଖରା, କଟକ







Comments