Search
ମୋ ଜୀବନର ଅନ୍ତରାଳେ
ଦିନର ଆଲୋକ କିପରି କହିବି
ରାତିର ଅନ୍ଧକାର କେତେ
ସଜ ଫୁଲ ଟିଏ କିପରି କହିବ
ମଉଳା ଫୁଲ ର ଦୁଃଖ କେତେ ।।
ଦୂର ଆକାଶ ରେ ହସୁଥିବା ଜହ୍ନ
ସପନ ସଭିଙ୍କ ପାଇଁ
ଘନ ଅରଣ୍ୟ ର କଅଁଳ ପରଶ
ଝୁରୁଛି ଟାଙ୍ଗରା ଭୂଇଁ ।।
ଆଜିର ସମାଜ ପଥଭ୍ରଷ୍ଟ ହୋଇ
ଅଘଟଣ ଘଟାଏ କେତେ
ଡରି ଡରି ନିତି କିପର ମଣିଷ ବଞ୍ଚୁଛି
କହି କେ ପାରିବ ସତେ ।।
ମରୀଚିକା ସମ ଜଳାଶ୍ରୟ ପରି
ଦିସେ ଜୀବନର ଛବି
କୁହୁଡି ର ଘନ ବଳୟ ଭିତରେ
ହଜି ଯାଏ ସ୍ବପ୍ନ ନିତି ।।
ଭାଗ୍ୟର ଛବି ମୁଁ କିପରି ଅଙ୍କିବି
ଜୀବନର ସଦା କାନ ଭାସରେ
ସେହି ଛବିକୁ ମୁଁ କିପରି ରଙ୍ଗିବି
କୁହୁଡିର ଘେରା ଦୁଃଖର ତୂଳୀରେ ।।


Comments