Search
ମନ ରୁ ପଦଟିଏ ମନ ର ମଣିଷ ପାଇଁ...
- ଅଙ୍କିତା ବେହେରା
- Oct 9
- 1 min read
ପରିବାର ଖୁସି ପାଇଁ ନିଜ ଆଶା ଓ ଖୁସି କୁ ତ୍ୟାଗ କରି ଆସୁଥିବା ଝିଅଟିଏ, ସେଇ ତ୍ୟାଗ ର ମୂଲ୍ୟ ବୁଝି ଯିବ ନା ତୁମେ ।
ମୁଁ ଏମିତି ହିଁ ଟିକେ,ସମ୍ଭାଳି ପାରିବ ନା ତୁମେ ।
ମନରେ ଅନେକ କୋହ ଚାପି ଆଖୁରୁ ଲୁହ ଝରାଉ ଥୂବା ଝିଅଟିଏ, କୋହ କୁ ବୁଝି ଲୁହ କୁ ପୋଛି ଦେବ ନା ତୁମେ ।
ଟିକେ ରାଗି ଭାରି ଅଭିମାନୀ ଝିଅଟିଏ ଯଦି କେବେ ରାଗରେ କିଛି କହିଦିଏ, କଥା ନ ଧରି ସମ୍ଭାଳି ନେବ ନା ତୁମେ ।
ସବୁ ଶୁଣି ନୀରବ ରହି ଦୁଃଖ ଲୁଚାଇ ଉପରେ ହସି ଦେଉଥିବା ଝିଅଟିଏ, ନୀରବତା ବୁଝି ମିଛ ହସ କୁ ପରଖୁ ପାରିବ ନା ତୁମେ I
ଭାଗ୍ୟ ଓ ଭଗବାନ ଙ୍କୁ ଭରଷା କରୁଥିବା ଝିଅଟି, ତୁମ ପରି ସାଥ୍ ପାଇଛି ସାତ ଜନ୍ମ ପାଇଁ ମୋ ହାତ ଧରି ଚାଲି ପାରିବ ନା ତୁମେ ।
ମୁଁ ଏମିତି ହିଁ ଟିକେ ସମ୍ଭାଳି ପାରିବ ନା ତୁମେ.......
ରଚନା : ଅଙ୍କିତା ବେହେରା
ଠିକଣା : ତୁଳସୀପୁର, କଟକ







Comments