Search
ମନ ବସନ୍ତ ,ସ୍ବପ୍ନ ବିକଶିତ ଭାରତ
- ସ୍ବର୍ଣ୍ଣଲତା ସେଠୀ
- May 14
- 1 min read
ମନ ବସନ୍ତରେ ବିକଶିତ ଭାରତ ।
ବହୁତ ହାତ ଯେବେ ହେବ ମିଳିତ।।
ସଫଳ ହେବ ବିକଶିତ ଭାରତ
ଏକ ବିନ୍ଦୁ ଜଳ ସ୍ରୋତ ତିଆରି କରି ପାରେନି।
ବହୁ ହାତ କୁ କୌଣସି ବାଧା ହରେଇ ପାରେନି।।
ଉପଯୁକ୍ତ ଶିକ୍ଷା ସେତେବେଳେ ମିଳିବ।
ଶିକ୍ଷା ସହିତ ଦିକ୍ଷା ଓ ସଂସାର ମନରେ ଖେଳିବ।।
ଯେବେ ବିଜ୍ଞାନ ସହିତ ବିବେକ ଆସିବ।
ସେତେବେଳେ ପେଷା ସହିତ ନିଶା ଆସିବ।।
ବିଜ୍ଞାନ ବିକଶିତ ହେବ
ଯେବେ ସଫଳତା ସହିତ ସାର୍ଥକତା ଆସିବ।
ସେବେ ସମ୍ମାନ ସହିତ ସୌନ୍ଦଯ୍ୟତା ଆସିବ ।।
ମନ ବସନ୍ତର ସଫଳତା ଜାଣିବ
ଯେଉଁ ଶିକ୍ଷାରେ ସାମାଜିକତା ନାହିଁ ।
ସେ ଶିକ୍ଷା ର ପୂର୍ଣ୍ଣତା ନାହିଁ।।
ମନ ବସନ୍ତ ର ଶୁନ୍ୟତା ପାଇଁ
ବିଶ୍ବ ସୃଷ୍ଟି ରେ ଖାଲି ବିଛୁଆତି।
ନେଙ୍ଗୁସ ନାହାନ୍ତି।।
କିଛି ଚନ୍ଦନ ,ତୁଳସୀ ସୁଗନ୍ଧିତ
ଔଷଧିୟ ବଷକ୍ଷ ଥାନ୍ତି।।
ଯଥା:- ଅଜିତ ,ଅନନ୍ତ ,ଇନ୍ଦୁ ଙ୍କ ଭଳି
ପୂର୍ଣ୍ଣାତ୍ମା ହାତ ଗଣତି
କୋଟି କୋଟି ଗୁଡି ସହ ଗୋଟି ଗୋଟି ଚାଉଳ।
ସେମାନେ କି ଯାଇ ପାରୁ ଛନ୍ତି ହାଣ୍ଡି ଶାଳ।।
ନେତା ଙ୍କୁ ଯେବେ ଲାଗିବ ଲଗାମ।
ତେବେ ଯାଇ ବିକଶିତ ଭାରତ ବୁଝିବେ ମର୍ମ।।


Comments