top of page

ମଣିଷ ଜନମ...

  • କୌଶଲ୍ୟା ବେହେରା
  • Oct 9
  • 1 min read

ପଶୁ ଟେ ହୋଇବ , ପକ୍ଷୀ ଟେ ହୋଇବ

ମଣିଷ ହୋଇବ ନାହିଁ ,

କାନ୍ଦି , କାନ୍ଦି ତୁମ ରାତି ପାହିଯିବ ,

ଲୁହ ତ ଶୁଖିବା ନାହିଁ !!

ମଣିଷ ଜନମ ଅଭିଶାପଟିଏ

କେଉଁ ପାପ କଲେ ମିଳେ,

ସଭିଏଁ କୁହନ୍ତି ଦୁର୍ଲଭ ଜନମ

ମୁଁ ଏକୁ ମାନେନ ତିଳେ !!

ସ୍ୱାଧୀନତା ନାହିଁ ଏହି ଜନମ ରେ

ସାଧୁ ଲୋକ ହୁଏ ଦୋଷୀ ,

ପାପ ଲେଖା ଥାଏ ଅନ୍ୟ କପାଳ ରେ

ଅନ୍ୟ ଜଣେ ପାଏ ଶାସ୍ତି !!

ଜଗତ ଚଳାଏ ସୈତାନ ଏଠି

ଭଗବାନ କଥା ମିଛ ,

ସବୁ ଜନମରେ ଖୁସିରେ ରହିବୁ

ମଣିଷ ଜନମ ତୁଚ୍ଛ !!

ମିଛ କହୁଥିଲେ ବଞ୍ଚିବୁ ତୁ ଭାଇ

ପୁଣ୍ୟ କଲେ ହବୁ ନିନ୍ଦା,

ମଣିଷ ଜନମ ଏଇଟା ରେ ଭାଇ

ମନେ ରଖିଥିବୁ ସଦା !!

ରଚନା : କୌଶଲ୍ୟା ବେହେରା

ଠିକଣା : ବାସୁଦେବପୁର, ଭଦ୍ରକ

Recent Posts

See All
ମୋ ସୁନୟନା ...

(କ) ଚନ୍ଦନ ମହକୁଛି ଫୁଲ ବି ମହକୁଛି ତୁମରି ସ୍ପର୍ଶ ମାତ୍ରେ ହାତେ ରଙ୍ଗ ତୁଳୀ ଆଙ୍କେ ତୁମ ଛବି ମୋହର ପ୍ରେମ ପତ୍ରେ । (ଖ) ନାନା ରଙ୍ଗ ଫୁ

 
 
 
ପରଂବ୍ରହ୍ମ ...

(୧) ତୁମେ ହିଁ ଆଦି ତୁମେ ହିଁ ତ ଅନ୍ତ ।। କୋଟି ପରଂବ୍ରହ୍ମ ମୋର ତୁମେ ହିଁ ତ ଅନନ୍ତ ।। (୨) ସକଳ ସୃଷ୍ଟିର ଆଦିଓଁକାର ଗାଇ ଉଠେ ଏ ମନ ।। ବୀଣାଝଙ୍କାରର ତୁମେ ଆବାହକ ନାଚ଼ି ଉଠେ ଏ ବୃନ୍ଦାବନ ।।

 
 
 
ପାପ ସଂସାର ...

ଚାରିଆଡ଼େ ଏଠି ଯୌନ ପିଶାଚୁ ଯେ, କେମିତି ଚାଲିବ ସଂସାର। କୋମଳମତିଠୁ ଯୁବା-ବୃଦ୍ଧା ଯାଏ, ତ୍ରାହି ନ ମିଳଇ କାହାର। ​ରକ୍ତ ଶୋଷି ମାରେ ନର-ରାକ୍ଷସ ଟା, କିଏ ନିଜେ ପିଇ ମରେ ଜହର। ଆତ୍ମୀୟମାନଙ୍କ ବୁକୁଫଟା ଦୁଃଖ, କରନ୍ତି କରୁଣ ଚିତ୍କାର। ​ବଞ୍

 
 
 

1 Comment

Rated 0 out of 5 stars.
No ratings yet

Add a rating
Guest
Oct 09
Rated 5 out of 5 stars.

କିନ୍ତୁ ଏଇଟା ମଧ୍ୟ ସତ ମଣିଷ ଜନ୍ମ ଦୁର୍ଲଭ ଜନ୍ମ 🙏🏻

Like

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

Subscribe Form

Thanks for submitting!

+918328951229

average rating is 3 out of 5, based on 150 votes, Ratings
  • Facebook
  • Twitter
  • YouTube
  • Pinterest
  • Instagram
  • Instagram

©2021 by Malhar E-magazine.

bottom of page