Search
ବନ୍ଧୁତା ...
- ବାବାଜୀ ଚରଣ ସାହୁ

- Nov 3
- 1 min read
ବନ୍ଧନରେ ବାନ୍ଧି ରଖି ପାରିଲେ
ସେ ହୋଇ ଯାଏ ସ୍ୱର୍ଗ ର ସ୍ୱର୍ଣ୍ଣ ପୁରୀ
ହୃଦୟରେ ତାକୁ ସ୍ଥାନ ଦେଲେ
ସେ ପାଲଟି ଯାଏ ସ୍ୱପ୍ନର ସାତ ସିନ୍ଧୁ
ଆଖି ର ପଲକରେ ଲୁଚେଇ ରଖି ଦେଲେ
ସେ ହୁଅନ୍ତି ଆଲିଙ୍ଗନ ଆଳାପ ମଧୁଶ୍ଚର୍ଯ୍ୟା
ଲୁହର ଆତ୍ମିୟତାରେ ଭିଜେଇ ଦେଲେ
ସେ ହୁଅନ୍ତି ମଧୁବନର ମାନସୀ ମଇନା
ପ୍ରେମର ପ୍ରଣୟ ରେ ଛନ୍ଦି ଦେଲେ
ସଜ ଲେଖନ୍ତି ତାଙ୍କ ଲେଖନୀ ରୁ ଅନେକ
କବିତା।।ତାଙ୍କ ନାଁ ବନ୍ଧୁତା ।।
କବି : ବାବାଜୀ ଚରଣ ସାହୁ
ଠିକଣା : ଦକ୍ଷିଣ ଉଷୁମା, ଫୁଲନଖରା, କଟକ







Comments