Search
ପ୍ରିୟ ଶିକ୍ଷକ ଙ୍କ ପାଇଁ କିଛି
ପ୍ରିୟ ର ଶିକ୍ଷକ ଙ୍କ ପାଇଁ କିଛି....
କେମିତି କରିବୁ ଆମେ ଆପଣଙ୍କ ଅପମାନନା,
ଆପଣ ତ ଆମ ସମସ୍ତଙ୍କ ଦେବତା।
ତୁମେ ଥିଲ ଆମ ନୀତି ଆଦର୍ଶ,
ତୁମ୍ଭ ସାଥେ ମିଳି ହୋଇଥିଲୁ ହରଷ।
ପଲକି ଝଲକି ଉଠେ ସେହି ସ୍ନେହ ପ୍ରେମ,
କେମିତି ଭୁଲିବୁ ଆମେ ସେହି ଅଭୁଲା ଦିନ।
ଆପଣ ନଥିଲେ ଖାଲି ଆମ ପ୍ରିୟ ଶିକ୍ଷକ,
ଆପଣ ଥିଲେ ଆମ ଭଗବାନ ସଦୃଶ।
ଆପଣଙ୍କ ନୀତିବାଣୀ ବଜାଇ ରଖିକି,
ଯେତେ ପ୍ରତିଶୃତି ମନରେ ସାଇତି..
ଆଜି ଆମେ ବଞ୍ଚିଛୁ।
ସବୁ ଭାସିଗଲା ସମୟ ସୁଅରେ,
ମନ ଆମ ହାରିଗଲା ବିଚ୍ଛେଦ ବାଜିରେ..
ହୃଦୟ ଆଘାତ ଆମ ସମ୍ପର୍କ ଡୋରିରେ।
ଛାତିକୁ ପଥର କରିଦେଇ,
ବିରହ ସୁଅ ରେ ଯାଏ ହଜି ହଜି।
ଆଜି ଆମେ ଝୁରୁଛୁ,
ସବୁ ଖୁସି ଭାସିଗଲା ଆପଣଙ୍କ ବିଦାୟ ସମୟେ।


Comments