top of page

ତରୁଣୀ ଜୀବନ...

ହେ ତରୁଣୀ ମାନେ.......

କଣ ତୁମେ ତରୁଣୀ ଜୀବନର ଉଦାମାତା ର କ୍ଳେଶ ରେ ଉଦମିତ?

କଣ ତୁମେ ଵି ଭିଜା ଭିଜା ମଣିମଲ୍ଲ ନୟନ ଯୁଗଳରେ

ମେଞ୍ଚା ମେଞ୍ଚା ସୁନେଲି ସ୍ବପ୍ନ କୁ ବିଛିର୍ନ ହେବାର କ୍ଳେଶ ସହିଛ?

ଆଛା କେବେ ନିରବ ରାତ୍ରିର ନିରନ୍ଧ୍ର ଅନ୍ଧକାରରେ ଶଯ୍ୟାଶିତ ତକିଆ ରେ

ତୁମର ଅଶ୍ରୁମତି କୁ ଲୋଟିବାର ଅନୁଭୂତି କରିଛ?

କଣ ତୁମେ ଜାଣିଛ ମୃଗତୃଷ୍ଣା ନୀଳ ନୟନ ସାଗରରେ

କେତେ ଯେ ନୂତନ ଭବିଷ୍ୟତ ର ଆଶା,ଆକାଂକ୍ଷା ରେ ପରିପୂର୍ଣ

ମାତ୍ର ରେ କଳ୍ପନାର ନିଡ଼ ଯେ କ୍ଷଣକ ରେ ଢେଉସାଜି ଓଠ ର ବେଳାଭୂମି ଛୁଏଁ

ତାର କାରଣ ଖାଲି ଯେ ତରୁଣର ଉଡମତା କି ଜୀବନର ବିପରୀତ ଦିଗୀ ପବନ ନୁହେଁ

ନିସ୍ଵାର୍ଥ ପ୍ରେମର ପରିକାଷ୍ଠା ମଧ୍ୟ.

ପ୍ରେମ ତ ତରୁଣୀର ସୁନ୍ଦରତା ହେଲେ ସବୁ ପ୍ରେମ ଯେ ଜୀବନରେ ଚୀରମଳୟ ଆଣେ ତାହା ନୁହେଁ

କିଛି ପ୍ରେମ ବସନ୍ତର ଆଲ୍ଲାଦ ରେ ଵି ତୃଷ୍ଣାତିତ ନିଦାଘ ରୌଦ୍ର ଆଣିଦିଏ

ଆଉ ଯେ ପ୍ରେମିକ ର ବୈଶାଖୀ ଝଞ୍ଜା ତରୁଣୀକୁ

ରତ ରତ ଗୋରୀ ରୁହ ଶ୍ୟାମଳୀ ସାଜିଦିଏ...

ଏ ଯେ ତରୁଣୀ ନୁହେଁ ଅସଂଯାତ ଅବସ୍ତାବ ଜୀବନର ଋଣୀ....

ପ୍ରଜ୍ଞ୍ୟା ବାଘ

(ଆଠଗଡ, କଟକ)

Recent Posts

See All
ସୁନ୍ଦର ସହର ମୋ ତାଳଚେର

ସୁନ୍ଦର ସହର ମୋ ତାଳଚେର ସିଏ ଯେ ଓଡିଶା ଶ୍ରେଷ୍ଠ ଅନ୍ୟ ନାମ ତାର କଳା ହୀରା ଗଡ଼ ଆଉ ଯେ ହିଙ୍ଗୁଳା ପୀଠ କୁଳୁ କୁଳୁ ହୋଇ କଳ କଳ ଦାନେ ମୋ ପ୍ରିୟ ସହର୍ ଦେଇ ଚିର ସ୍ରୋତସ୍ଵୈନି ସୁନ୍ଦର ବ୍ରହ୍ମଣି ଅବିରତ ଯାଏ ବହି ଭାରତ ପ୍ରସିଧ୍ୟ ରାଜ ନଅ

 
 
 
ତ୍ରିରଙ୍ଗା

ସବୁଠୁ ସୁନ୍ଦର ପତାକା ମୋର ତ୍ରିରଙ୍ଗା ଅଟଇ ନାମଟି ତାର । ଲମ୍ବ ଓସାର ତା ତିନି କି ଦୁଇ ତା ଠାରୁ ସୁନ୍ଦର ଆଉ କେ ନାଇଁ । ତିନି ରଙ୍ଗେ ଗଢ଼ା ତନୁ ତାହାର ମଧ୍ୟେ ଚକ୍ର ଆହା କି ମନୋହର । ଉପରି ଭାଗରେ ରଙ୍ଗ କେଶରୀ ବୀରତ୍ଵର ଗାଥା ରଖିଛି ଧରି ।

 
 
 
ହେ ଜଗା

ଜଗତ କରତା ପରମେଶ୍ବର ଗଢିଛନ୍ତି ନିଜ ବିଚିତ୍ର ରୂପ।। ଏମିତି ବିଚିତ୍ର ଦେବ ଟି ସିଏ ତା ଆଖି ଦେଖିଲେ ଗୁଣି କରି ନିଏ।। ଚକା ଚକା ତାର ଅଜବ ଆଖି ଅଶ୍ରୁ ଝରି ଯାଏ ସେ ଆଖି କୁ ଦେଖି।। ଗୋଡ ଅଧା ପୁଣି ହାତ ବି ଅଧା ସିଂହାସନ ରେ ପୁଣି ବସିଛି ସିଧା

 
 
 

1 Comment

Rated 0 out of 5 stars.
No ratings yet

Add a rating
Guest
Sep 27, 2025
Rated 5 out of 5 stars.

ବହୁତ୍ ଭଲ ଲେଖିଛନ୍ତି

Like

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

  • Facebook
  • Twitter
  • YouTube
  • Pinterest
  • Instagram

+918328951229

average rating is 3 out of 5, based on 150 votes, Ratings
  • Instagram

©2021 by Malhar E-magazine.

bottom of page