Search
କପେ ଚ଼ା' ଓ କାହାଣୀ...
- Malhar E-magazine
- Dec 2, 2024
- 1 min read
କିଏ କହିଲା, ମୁଁ ବଦଳି ଯାଇଛି ?
ଜୀବନରେ ସବୁ ଘାତ ପ୍ରତିଘାତ ପରେ ବି'
ମୁଁ ଆଜି ଠିକ୍ ସେହିପରି ଅଛି....
କିଛି କାହାଣୀ ତୁମର, ଆଉ କିଛି କାହାଣୀ ମୋର,
ବାସ୍, ଫରକ୍ ଖାଲି ଏତିକି ଯେ,
କାହାଣୀ ଶୁଣି ତୁମେ ଜୀବନର ମୋଡ଼ ବଦଳାଇ ଦେଲ,
ଆଉ ମୁଁ, କପେ ଗରମ ଚା' ଧରି କାହାଣୀ ଶୁଣୁଥିଲି...
ହଁ' ମୋର ଜୀବନଟା ଭି' ଠିକ୍ ସେହିପରି,
ଚ଼ା' କପ୍' ର ଗରମ ଧୁଆଁ ଭଳି ତୁମେ ଭି ଧିରେ ଧିରେ ଉଭେଇ ଗଲ,
ଆଉ ଆଜି ଭି ମୁଁ ସେମିତି ବିନାମୂଲ୍ୟରେ କପେ ଚ଼ା' ପରି....
✍🏻 © ଶିଶିର କୁମାର ସାମଲ.
Comments